-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2021
ଟିଟିଲାଗଡ଼ (ପ୍ରେରଣା ଖବର) :ବଲାଙ୍ଗୀର ଟିଟିଲାଗଡ଼ ବେଲଗାଁ ମୂଖ୍ୟ ରାସ୍ତା ରେ ଚୋରମରା ଗ୍ରାମ ସ୍ଥିତ ମହାବୀର ପେପର ମିଲ ର ଜେନେରାଲ ମ୍ୟାନେଜର ଜଗଦୀଶ କୁଣ୍ଡୁ ସକାଳ ପ୍ରାୟ ୬ ଟା ସମୟରେ ମର୍ନିଂୱର୍କ କରି ଯାଇଥିବା ବେଳେ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଉକ୍ତ ପେପର ମିଲ ମ୍ୟାନେଜର ପ୍ରତିଦିନ ପରି ପ୍ରାତଃ ଭ୍ରମଣ କରି ଯାଇ ଥିବା ବେଳେ ଉକ୍ତ ପେପର ମିଲ ରୁ କିଛି ଦୂରରେ ଛଅ ଜଣ ଦୁର୍ବୃତ ଆକ୍ରମଣ କରି ତାଙ୍କ ମୋବାଇଲ ଲୁଟି ଆହତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । କିଛି ଲୋକେ ତାଙ୍କୁ ଦେଖି ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏ ନେଇ ଉକ୍ତ ଅଭିଯୁକ୍ତଙ୍କ ବିରୋଧ ରେ ସବିଶେଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହେଉଛି ।