-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

ଆୟୁର୍ବେଦ ମହାବିଦ୍ୟାଳୟ ପରିଦର୍ଶନ କଲେ ନରସିଂହ, ବିଧାୟକ ପାଣ୍ଠିରୁ ଡିଜିଟାଲ ଷ୍ଟଡି ବୋର୍ଡ କରିବେ ପ୍ରଦାନ ଇ-ଲାଇବ୍ରେରୀ ପାଇଁ ଉଦ୍ୟମ କରାଯିବ - ନରସିଂହ

17-Jul-2021



ବଲାଙ୍ଗିର,(ପ୍ରେରଣା ଖବର)-  ଆଜି ଅପରାହ୍ନ ୪ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପରିଦର୍ଶନରେ ଯାଇଥିଲେ । ରାଜ୍ୟର ସର୍ବପୁରାତନ ଆୟୁର୍ବେଦ ମହାବିଦ୍ୟାଳୟ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଛି । ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାଶ, ଆୟୁର୍ବେଦ ଷ୍ଟୁଡେଣ୍ଟ ୟୁନିୟନ ସଂପାଦକ ଡା. ରୋଶନ ଦାଶ ଆୟୁର୍ବେଦ କଲେଜର ବିଭିନ୍ନ ସମସ୍ୟାକୁ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଉପସ୍ଥାପନ କରିଥିଲେ । ବିଶେଷ କରି ନରସିଂ ଷ୍ଟାଫ୍ ଅଭାବ ଯୋଗୁଁ ଆଗାମୀ ଦିନରେ କଲେଜରେ ଶିକ୍ଷା ତଥା ଚିକିତ୍ସା ଅସମ୍ଭବ ହୋଇ ପଡିବ ବୋଲି କଲେଜ ଅଧ୍ୟକ୍ଷ ବିଧାୟକଙ୍କୁ କହିଥିଲେ । ଏପରି କି ଆଗାମୀ ବର୍ଷ ନାମଲେଖା ମଧ୍ୟ ବାଧାପ୍ରାପ୍ତ ହୋଇପାରେ ବୋଲି ଛାତ୍ର ନେତା ରୋଶନ ଦାଶ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । କଲେଜରେ ଛାତ୍ର ସଂଖ୍ୟା ବଢିଥିବାରୁ ପୁରାତନ କ୍ଲାସ ରୁମରେ ବର୍ତ୍ତମାନ ଶିକ୍ଷାଦାନ ସମ୍ଭବ ହୋଇପାରୁନାହିଁ । ତେଣୁ କ୍ଲାସ ରୁମ ନିହାତି ଜରୁରୀ ବୋଲି ଉପସ୍ଥିତ ଡାକ୍ତର ଏବଂ ଛାତ୍ର ନେତାମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ଏହି ମର୍ମରେ ଛାତ୍ର ସଂସଦ ତରଫରୁ ଏକ ୧୧ ଦଫା ଦାବିପତ୍ର ବିଧାୟକ ଶ୍ରୀ ମିଶ୍ରଙ୍କୁ ଦିଆଯାଇଥିଲା ।  ଯେଉଁଥିରେ କି ଛାତ୍ର ଛାତ୍ରୀଙ୍କ ପାଇଁ ଖେଳ ପଡିଆ, ପିଇବା ପାଣି ପାଇଁ ଓଭରହେଡ୍ ଟେଙ୍କ, ୬ ଗୋଟି ଡିଜିଟାଲ ଷ୍ଟଡି ବୋର୍ଡ, ଏକ ଅଡିଟରିୟମ, ସୋଲାର ସିଷ୍ଟମ, ଏକ ନୂତନ ଗେଟ, ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ, ବାଉଣ୍ଡରୀ ୱାଲ, ଚତୁର୍ଥ ଶ୍ରେଣୀ କର୍ମଚାରୀର ଅଭାବ ଏବଂ ଏକ ଇ-ଲାଇବ୍ରେରୀ କଲେଜ ପାଇଁ ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀ ମିଶ୍ରଙ୍କୁ ଏକ ଦାବିପତ୍ର  ପ୍ରଦାନ କରିଥିଲେ । ଏଥିରୁ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଶ୍ରୀ ମିଶ୍ର ଯୋଗାଯୋଗ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଛାତ୍ର ଛାତ୍ରୀଙ୍କ କ୍ଲାସ ରୁମରେ ପାଠ ପଢା ପାଇଁ ନିହାତି ଆବଶ୍ୟକ ଥିବା ୬ଟି ଡିଜିଟାଲ ଷ୍ଟଡି ବୋର୍ଡ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଦାବି କରିଥିବା ଇ-ଲାଇବ୍ରେରୀ ର ରୂପ ରେଖ କଣ ହେବ ସେ ଉପରେ ସେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଏହା ସହ କଲେଜ ଆଲୋକୀକରଣ ମଧ୍ୟ ନିଜ ପାଣ୍ଠିରୁ କରିବା ପାଇଁ ଶ୍ରୀ ମିଶ୍ର ଛାତ୍ର

ଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ଛାତ୍ରମାନେ ଦାବି କରିଥିଲା ସୋଲାର ଲାଇଟ ସିଣ୍ଟମ, ଷ୍ଟାଫ କ୍ୱାଟର, ଓଭରହେଡ୍ ଟେଙ୍କ, ନୂତନ କ୍ଲାସ ରୁମ ଏ ସବୁ ପାଇଁ ସରକାରଙ୍କ ପାଖକୁ ବିଧିବଦ୍ଧ ପ୍ରସ୍ତାବ ପଠାଯିବ ଏବଂ ଆଗାମୀ ଦିନରେ କଲେଜର ଯାହା କିଛି ସମସ୍ୟା ଅଛି ତାର ଏକ ସବିଶେଷ ବିବରଣୀ ତାଙ୍କୁ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅଧ୍ୟକ୍ଷ ଅରୁଣ କୁମାର ଦାଶ, ଡ. ସିମାଦ୍ରୀ ଭୂଷଣ ନାୟକ, ନବକୃଷ୍ଣ ମାଝି, ଛାତ୍ର ସଂଘ ସଭାପତି ଅଯଶ୍ୱିନୀ ରେଡ୍ଡି, ଛାତ୍ର ସଂଘ ସାଧାରଣ ସଂପାଦକ ଡ. ରୋଶନ ଦାଶ, ଉପ-ସଭାପତି ସନ୍ତୋଷ କୁମାର ଧଳ ଏବଂ ବିଧାୟକଙ୍କ ପ୍ରତିନିଧି ଡ. ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like