-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ବଲାଙ୍ଗିର ଜିଲ୍ଲା ର 14 ଟି ବ୍ଲକ ର 14 ରୁ 17 ବୟସ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହା ତିନିଦିନ ଧରି ଲୋଇସିଂହା ଷ୍ଟାଡିୟମ ଓ ବୁର୍ଡ଼l ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ l ଏଥିରେ ସର୍ବ ମୋଟ୍ 32 ଟି ଦଳ ଭାଗ ନେଇଛନ୍ତି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଗଠନ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଭୁଏ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଇସିଂହା ଶ୍ରୀଯୁକ୍ତ ଅକ୍ଷୟ ପାଣି ଉଡ୍ଡୁ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ନାଏକ ,
ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବାଳକୃଷ୍ଣ ଧରୁଆ, ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ୍ଦ୍ର ପଟେଲ, ଜିଲ୍ଲା ଫୁଟବଲ ସମ୍ପାଦକ ଶ୍ରୀଯୁକ୍ତ ଶରତ କୁମାର ନନ୍ଦ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ ବିଶ୍ଵାଲ, ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସର୍ଜନ ନେଗୀ, ବ୍ଲକ୍ କ୍ରୀଡ଼ା ସମ୍ପାଦକ ଶ୍ରୀମତୀ ବିଦ୍ୟୁତ ପ୍ରଭା ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ। ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ଭୋଇ,ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଭୋଇ, ଶିକ୍ଷକ ଅବନୀ ତ୍ରୀପାଠୀ, ମାଣିକର ମାଝୀ,ଡୋଳାମଣି ସାହୁ, ବିଷ୍ନୁପ୍ରସାଦ ମିଶ୍ର, ଶାନ୍ତିଲାଳ ନନ୍ଦ, ପର୍ଶୁରାମ ସୁନା, ନିତ୍ୟାନନ୍ଦ ବାଗ, ସତ୍ୟନାରାୟଣ ପ୍ରଧାନ,ଅମ୍ବୁଜ କୁମାର ହୋତା ,ହେମନ୍ତ ବାରିକ, କପିଳେଶ୍ୱର କୁମ୍ଭାର, କରୁଣାକର ପଟେଲ,ସୁଦାମ ପ୍ରଧାନ, ହେମନ୍ତ କୁମାର ନାଗ , ପରାଶର ଖମାରୀ ପ୍ରଭୃତି ଓ ବ୍ଲକର ସମସ୍ତ ସିଆରସିସି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ପଧାନ ମଞ୍ଚ ପରିଚାଳନା କରିଥିଲେ l