-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ପ୍ରଥମ ମ୍ୟାଚ୍ ରେ ବୌଦ୍ଧ ଦଳ କୁ ୬ -୦ ଗୋଲ ରେ ହରାଇ ବରଗଡ଼ ଦଳ ଵିଜୟୀ ହୋଇଛି l ବରଗଡ଼ ଦଳ ର. ୯ ନମ୍ବର୍ ଜର୍ସି ପ୍ରଶାନ୍ତ ବାଗ ୫୪ ମିନିଟ୍ ଓ ୪୭ ମିନିଟ୍ ରେ ୨ ଟି ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ l ୨୧ ମିନିଟ୍ ରେ ବରଗଡ଼ ଦଳ ର ୭ ନମ୍ୱର୍ ଜର୍ସି ବିଜନ ବରିହା, ୨୭ ମିନିଟ୍ ରେ ୧୨ ନମ୍ୱର୍ ଜର୍ସି ସଂଜୀବ ଦଣ୍ଡ ସେନା ଗୋଟାଏ ଲେଖାଏଁ ଗୋଲ ସ୍କୋର କରିଥିଲେ l, ଓ ୫୫ ମିନିଟ୍ ରେ ୧୧ ନମ୍ୱର୍ ଜର୍ସି ଶୁଭ ବାଗ ଗୋଟାଏ ଗୋଲ ସ୍କୋର କରିଥିଲେ ଶେଷରେ ୬୮ ମିନିଟ୍ ରେ ଗୋଟେ ଆତ୍ମଘାତୀ ଗୋଲ ସ୍କୋର ହୋଇ ତାହା ବରଗଡ଼ ସପକ୍ଷରେ ଥିଲା l ଆଜିର ପ୍ରଥମ ଖେଳ କୁ ମୂଖ୍ୟ ରେଫରି ଭାବେ ଦେବାଶିଷ ବାଗ, ନିତେଶ ମାଝି, ଅନିଲ ଭୋଇ, ଜୀତେନ୍ଦ୍ର ଥନା ପତି ଓ ମ୍ୟାଚ୍ କମିସନର ଭାବେ ନବୀନ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ l ଆଜିର ଏହି ମ୍ୟାଚ୍ କୁ ଅତିଥି ଭାବରେ ଅତିରିକ୍ତ ଏସପି ଶ୍ରୀ କେ କେ ହରିପ୍ରସାଦ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱ ରାଜ ପଣ୍ତା, ତେଲ ଇରିଗେସନ୍ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ଇଁ ଭବାନୀ ବାରା, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ବଲାଙ୍ଗିର ଟାଉନ୍ ବାଳିକା ହାଇସ୍କୁଲ ର ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜ ସେବୀ ନରେନ୍ଦ୍ର ନାଥ ମିଶ୍ର ବଲାଙ୍ଗିର ଶିକ୍ଷା ବିଭାଗ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷା ନିରୀକ୍ଷକ ଶ୍ରୀମତୀ ରାଜ ନନ୍ଦିନୀ ବହିଦାର, କ୍ରୀଡ଼ାବିତ ପଦ୍ମ ଲୋଚନ ଦାଶ ଯୋଗ ଦେଇ ଶୁଭ ଉଦ୍ଘାଟନ ଯୋଗ ଦେଇ ଖେଳ ଶୁଭ ଉଦ୍ଘାଟନ କରି ଖେଳାଳି ଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ l ସେହିପରି ଆଜିର ଦ୍ୱିତୀୟ ମ୍ୟାଚ୍ ରେ ଯାଜପୁର ଦଳ କୁ ୧-୦ ଗୋଲ ରେ ହରାଇ ସୁବର୍ଣ୍ଣପୁର ଦଳ ଵିଜୟୀ ହୋଇଥିଲା l ଦଳ ର ଗୋଲ ସ୍କୋର କରି ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ l ସୁବର୍ଣ୍ଣପୁର ଦଳ ର ୧୩ ନମ୍ବର୍ ଜର୍ସି ପାରସ ମହାନନ୍ଦ ୧ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ l, ଅଶ୍ୱିନୀ କୁମାର ସାହୁ, ସୁନିଲ ବେହେରା, ଧନେଶ୍ଵର ସର୍ଦାର, ଅରୁଣ କୁମାର ନାୟକ ଓ ମ୍ୟାଚ୍ କମିସନର ଭାବେ ନବୀନ ନାୟକ ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ l ଆଜିର ଏହି ସଭା କୁ ମନୋରଞ୍ଜନ ତ୍ରିପାଠୀ, ଅଧ୍ୟାପକ ମଦନ ସୁନ୍ଦର ଖେତି, ସଞ୍ଜୟ ସାହୁ ପରିଚାଳନା କରିଥିଲେ l ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା କ୍ରୀଡା ସଂଘ ର ସଭାପତି ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏକ୍ସ ଅଫିସିଓ ଉପ ସଭାପତି ଏସପି ଶ୍ରୀ ନାରାୟଣ ନାଏକ, ଚିତ୍ତ ରଞ୍ଜନ ତରା ସିଆ, ସଂପାଦକ ପୀୟୂଷ ପଣ୍ଡା, ଗୋବିନ୍ଦ ମହାରଣା, ଭୂକୁଲୁ ବକ୍ସି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ଓ ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ କାର୍ଯ୍ଯ କ୍ରମ ପରି ଚାଲଣା କରା ଯାଇଛି l ମ୍ୟାଚ୍ ଅଫିସିଆଲ୍ ଭାବେ ଅମରେନ୍ଦ୍ର ସିଂହ, ଓ ରମେଶ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଖେଳ ର ଦାୟିତ୍ୱ ନିର୍ବାହ କରିଥିଲେ l