-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"

04-Aug-2026



ବଲାଙ୍ଗୀର(ପ୍ରେରଣା ଖବର):ସ୍ଥାନୀୟ ପିଏମ ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀୟ ରେଡ଼କ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖା ତରଫରୁ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ପାଇଁ ତିନିଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି।ଅଗଷ୍ଟ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତାଲିମ ଶିବିରରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଅଣତାଲିମ ପ୍ରାପ୍ତ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି।ଏହି ତାଲିମ ଶିବିରକୁ 

ଅତିରିକ୍ତ ଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ସେ ଜୁନିଅର ରେଡକ୍ରସ ର ମାନବିକ ସେବା,ସାମାଜିକ ଦାୟିତ୍ୱବୋଧ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା,ଶୃଙ୍ଖଳା ଓ ସହଯୋଗ ର ମନୋଭାବ ବିକାଶରେ ପରାମର୍ଶଦାତା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ସେ ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ଏହି ତାଲିମରୁ ଅଧିକରୁ ଅଧିକ ଜ୍ଞାନ ଆହରଣ କରି ବିଦ୍ୟାଳୟ ସ୍ତରରେ ତାହାର ସଫଳ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର ସୌମ୍ୟ ରଞ୍ଜନ ବେହେରା ଜୁନିଅର ରେଡକ୍ରସ ର ଉଦ୍ଦେଶ୍ୟ,ସେବା ଭାବନା ଏବଂ ଯୁବ ପିଢ଼ି ମଧ୍ୟରେ ସାମାଜିକ ମୂଲ୍ୟବୋଧ ଗଠନରେ ଏହିପରି ତାଲିମ ଶିବିରର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ ଜୁନିଅର ରେଡ଼କ୍ରସ କେବଳ ଏକ ସଂଗଠନ ନୁହେଁ,ବରଂ ଏହା ମାନବସେବା, ମାନବିକତା,ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧ ର ଏକ ଜୀବନ ଦର୍ଶନ ବୋଲି କହିବା ସହ ବିଦ୍ୟାଳୟ ସ୍ତରରେ ପରାମର୍ଶଦାତା ମାନେ ହିଁ ଜୁନିଅର ରେଡକ୍ରସ ର ପ୍ରକୃତ ମାର୍ଗଦର୍ଶକ ବୋଲି କହିଥିଲେ।ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ତଥା ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଏହି ଶିବିର ଟି ପରାମର୍ଶଦାତାଙ୍କ ଦକ୍ଷତା ବୃଦ୍ଧି ସହ ଜୁନିଅର ରେଡ଼କ୍ରସ କାର୍ଯ୍ୟକ୍ରମ କୁ ଅଧିକ ସକ୍ରୀୟ ଓ ପ୍ରଭାବଶାଳୀ କରିବାରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ବିକାଶ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେବା ସହ ଏହି ତାଲିମ ମାଧ୍ୟମରେ ପରାମର୍ଶଦାତା ମାନେ ନୂତନ ଜ୍ଞାନ ଓ ଦକ୍ଷତା ହାସଲ କରି ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କୁ ଅଧିକ ସଫଳ ଭାବେ ପରିଚାଳନା କରିପାରିବେ ବୋଲି କହିଥିଲେ।ଅବସରପ୍ରାପ୍ତ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ,ପିଏମ ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ,ପୂର୍ବତନ ଜିଲ୍ଲା କ୍ରୀଡା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ମଞ୍ଚାସୀନ ଥିଲେ।ତିନିଦିନ ଧରି

ଆୟୋଜିତ ଏହି ତାଲିମ ଶିବିରରେ ଜୁନିଅର ରେଡ଼କ୍ରସ ର ଆଦର୍ଶ,ସେବା କାର୍ଯ୍ୟକ୍ରମ,ନେତୃତ୍ୱ ବିକାଶ,ପ୍ରାଥମିକ ଚିକିତ୍ସା,ଦୁର୍ବିପାକ ପରିଚାଳନା ଏବଂ ବିଦ୍ୟାଳୟ ସ୍ତରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ର ସଫଳ ପରିଚାଳନା ସମ୍ପର୍କରେ ସାଧନକର୍ମୀ ରବୀନ୍ଦ୍ର ଠେଟୁଆଳ,ଚିତ୍ତରଞ୍ଜନ ପଣ୍ଡା,ରାମନାରାୟଣ ଦାଶ,ରଶ୍ମିରାଣୀ ଦାଶ,ପ୍ରଭାକର ଛନ୍ଦ,ଅରବିନ୍ଦ କୁମ୍ଭାର,ହେମନ୍ତ ବେମାଲ,ଘନଶ୍ୟାମ ମେହେର,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜ୍ୟୋତିଷ ମେହେର ପ୍ରମୁଖ ପ୍ରଶିକ୍ଷଣ  ପ୍ରଦାନ କରୁଛନ୍ତି।ଏହି କାର୍ଯ୍ୟକ୍ରମ ରେ ୬୫ଜଣ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି।କାର୍ଯ୍ୟକ୍ରମ ର ସଂଯୋଜନା ହେମନ୍ତ ପ୍ରଧାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସାଧନକର୍ମୀ ହେମନ୍ତ ବେମାଲ।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like