-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"

04-Aug-2026



ବଲାଙ୍ଗୀର(ପ୍ରେରଣା ଖବର):ସ୍ଥାନୀୟ ପିଏମ ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ଭାରତୀୟ ରେଡ଼କ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖା ତରଫରୁ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ପାଇଁ ତିନିଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି।ଅଗଷ୍ଟ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତାଲିମ ଶିବିରରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଅଣତାଲିମ ପ୍ରାପ୍ତ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି।ଏହି ତାଲିମ ଶିବିରକୁ 

ଅତିରିକ୍ତ ଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ସେ ଜୁନିଅର ରେଡକ୍ରସ ର ମାନବିକ ସେବା,ସାମାଜିକ ଦାୟିତ୍ୱବୋଧ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା,ଶୃଙ୍ଖଳା ଓ ସହଯୋଗ ର ମନୋଭାବ ବିକାଶରେ ପରାମର୍ଶଦାତା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ସେ ସମସ୍ତ ପ୍ରଶିକ୍ଷାର୍ଥୀ ଙ୍କୁ ଏହି ତାଲିମରୁ ଅଧିକରୁ ଅଧିକ ଜ୍ଞାନ ଆହରଣ କରି ବିଦ୍ୟାଳୟ ସ୍ତରରେ ତାହାର ସଫଳ ପ୍ରୟୋଗ କରିବାକୁ ଆହ୍ୱାନ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର ସୌମ୍ୟ ରଞ୍ଜନ ବେହେରା ଜୁନିଅର ରେଡକ୍ରସ ର ଉଦ୍ଦେଶ୍ୟ,ସେବା ଭାବନା ଏବଂ ଯୁବ ପିଢ଼ି ମଧ୍ୟରେ ସାମାଜିକ ମୂଲ୍ୟବୋଧ ଗଠନରେ ଏହିପରି ତାଲିମ ଶିବିରର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ ଜୁନିଅର ରେଡ଼କ୍ରସ କେବଳ ଏକ ସଂଗଠନ ନୁହେଁ,ବରଂ ଏହା ମାନବସେବା, ମାନବିକତା,ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧ ର ଏକ ଜୀବନ ଦର୍ଶନ ବୋଲି କହିବା ସହ ବିଦ୍ୟାଳୟ ସ୍ତରରେ ପରାମର୍ଶଦାତା ମାନେ ହିଁ ଜୁନିଅର ରେଡକ୍ରସ ର ପ୍ରକୃତ ମାର୍ଗଦର୍ଶକ ବୋଲି କହିଥିଲେ।ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ତଥା ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଏହି ଶିବିର ଟି ପରାମର୍ଶଦାତାଙ୍କ ଦକ୍ଷତା ବୃଦ୍ଧି ସହ ଜୁନିଅର ରେଡ଼କ୍ରସ କାର୍ଯ୍ୟକ୍ରମ କୁ ଅଧିକ ସକ୍ରୀୟ ଓ ପ୍ରଭାବଶାଳୀ କରିବାରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ବିକାଶ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଦେବା ସହ ଏହି ତାଲିମ ମାଧ୍ୟମରେ ପରାମର୍ଶଦାତା ମାନେ ନୂତନ ଜ୍ଞାନ ଓ ଦକ୍ଷତା ହାସଲ କରି ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କୁ ଅଧିକ ସଫଳ ଭାବେ ପରିଚାଳନା କରିପାରିବେ ବୋଲି କହିଥିଲେ।ଅବସରପ୍ରାପ୍ତ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ,ପିଏମ ଶ୍ରୀ ପୃଥ୍ୱୀରାଜ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀ,ପୂର୍ବତନ ଜିଲ୍ଲା କ୍ରୀଡା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ମଞ୍ଚାସୀନ ଥିଲେ।ତିନିଦିନ ଧରି

ଆୟୋଜିତ ଏହି ତାଲିମ ଶିବିରରେ ଜୁନିଅର ରେଡ଼କ୍ରସ ର ଆଦର୍ଶ,ସେବା କାର୍ଯ୍ୟକ୍ରମ,ନେତୃତ୍ୱ ବିକାଶ,ପ୍ରାଥମିକ ଚିକିତ୍ସା,ଦୁର୍ବିପାକ ପରିଚାଳନା ଏବଂ ବିଦ୍ୟାଳୟ ସ୍ତରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ର ସଫଳ ପରିଚାଳନା ସମ୍ପର୍କରେ ସାଧନକର୍ମୀ ରବୀନ୍ଦ୍ର ଠେଟୁଆଳ,ଚିତ୍ତରଞ୍ଜନ ପଣ୍ଡା,ରାମନାରାୟଣ ଦାଶ,ରଶ୍ମିରାଣୀ ଦାଶ,ପ୍ରଭାକର ଛନ୍ଦ,ଅରବିନ୍ଦ କୁମ୍ଭାର,ହେମନ୍ତ ବେମାଲ,ଘନଶ୍ୟାମ ମେହେର,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜ୍ୟୋତିଷ ମେହେର ପ୍ରମୁଖ ପ୍ରଶିକ୍ଷଣ  ପ୍ରଦାନ କରୁଛନ୍ତି।ଏହି କାର୍ଯ୍ୟକ୍ରମ ରେ ୬୫ଜଣ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି।କାର୍ଯ୍ୟକ୍ରମ ର ସଂଯୋଜନା ହେମନ୍ତ ପ୍ରଧାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସାଧନକର୍ମୀ ହେମନ୍ତ ବେମାଲ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like