-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||     

HOME   ଜିଲ୍ଲା

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

03-Aug-2026



ସୁନ୍ଦରଗଡ଼(କାଞ୍ଚନପ୍ରଭା ମହାପାତ୍ର):  ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କ ସମ୍ମିଳନୀ କକ୍ଷ ଠାରେ  ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 
ବୈଠକ ରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ଏବଂ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟି ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ

କରିଥିଲେ। ବୈଠକ ରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ , ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ଶ୍ରୀ ଜୟ ନାରାୟଣ ତ୍ରିପାଠୀ,ଶ୍ରୀ ପର୍ଶୁରାମ ସରାଫ, ଶ୍ରୀ ରାଜେନ୍ଦ୍ର ପଟେଲ, ଶ୍ରୀ ପ୍ରଭାତ ନନ୍ଦ, ଶ୍ରୀ ଅରୁଣ କୁମାର ଦୀକ୍ଷିତ, ଶ୍ରୀ ଅମିୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।


ଜିଲ୍ଲା ରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ଦାବି ଓ ଆପତ୍ତି ପର୍ଯ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।ବୈଠକ ରେ ଏସ ଆଇ ଆର୍ ର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ
ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା।  ଦାବି ଓ ଆପତ୍ତି ଦାଖଲ ଅବଧି ୦୫.୦୭.୨୬ ରୁ ୧୯.୦୮.୨୬ ରହିଛି।   ସେହିଭଳି ଦାବି ଓ ଆପତ୍ତିର ନୋଟିସ୍ ଏବଂ ନିଷ୍ପତ୍ତି ସମୟ
୦୫.୦୭.୨୬ ରୁ ୧୭.୦୯.୨୬ ରହିଛି ଏବଂ 
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶର ତାରିଖ ହେଉଛି 
୨୧.୦୯.୨୬ । 

ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ସମୟସୀମାକୁ ଧ୍ୟାନରେ ରଖି ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।
ସେହିଭଳି ବୈଠକ ରେ ଦାବି ଓ ଆପତ୍ତି ସମ୍ପର୍କରେ 
ସୂଚନା ଦିଆଯାଇଥିଲା ଯେ, ସମସ୍ତ ସାତଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ୦୨.୦୮.୨୬ ପର୍ଯ୍ୟନ୍ତ ପ୍ରାପ୍ତ ଦାବି ଓ ଆପତ୍ତି ଗୁଡ଼ିକର ତାଲିକା ନିର୍ଦ୍ଧାରିତ ଫର୍ମ–୯, ୧୦, ୧୧, ୧୧A ଏବଂ ୧୧B ରେ ପ୍ରସ୍ତୁତ କରିସାରିଛନ୍ତି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପ୍ରକାଶ କରିଛନ୍ତି।
ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ମଧ୍ୟ ଏହି ଦାବି ଓ ଆପତ୍ତିର ତାଲିକା ପ୍ରଦାନ କରାଯାଇଥିଲା। ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ପଟ୍ଟନାୟକ ସମସ୍ତ ଅତିରିକ୍ତ ପଞ୍ଜୀକରଣ ଅଧିକାରୀ (ERO)  ମାନଙ୍କୁ ପ୍ରତି ସପ୍ତାହରେ ରାଜନୈତିକ ଦଳମାନଙ୍କ ସହ ଦାବି ଓ ଆପତ୍ତିର ତାଲିକା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। 

ସେହିଭଳି ଫର୍ମ–୬, ୭ ଓ ୮ ସମ୍ପର୍କରେ 
ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା । ଫର୍ମ–୬, ଫର୍ମ–୭ ଓ ଫର୍ମ–୮ର ଉଦ୍ଦେଶ୍ୟ, ପ୍ରୟୋଗ କ୍ଷେତ୍ର ଏବଂ ସମ୍ବନ୍ଧିତ ବିଧାନଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।କ ଏହାସହ ସଂଶୋଧନ ପ୍ରକ୍ରିୟା ସମୟରେ ଏହି ଆବେଦନଗୁଡ଼ିକ ଦାଖଲ ଓ ନିଷ୍ପତ୍ତି ସମ୍ବନ୍ଧୀୟ ପ୍ରଚଳିତ ନିର୍ଦ୍ଦେଶାବଳୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା।
ବୈଠକ ରେ ରାଜନୈତିକ ଦଳ ଗୁଡ଼ିକୁ ଅନୁରୋଧ କରାଯାଇଥିଲା ଯେ, ସେମାନେ ସେମାନଙ୍କ ପ୍ରତିନିଧି ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କୁ ନିର୍ଦ୍ଧାରିତ ଫର୍ମଗୁଡ଼ିକର ସଠିକ୍ ବ୍ୟବହାର ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ପାଳନ ସମ୍ପର୍କରେ ସଚେତନ କରିବେ। 

ସେହିଭଳି ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ଧାରା–୨୪ ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ପାଇଁ ଥିବା ବୈଧାନିକ ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। 
ଏହା ସୂଚନା ପ୍ରଦାନ  କରାଯାଇଥିଲା ଯେ, କୌଣସି ଅସନ୍ତୁଷ୍ଟ ବ୍ୟକ୍ତି ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ୍ ମଧ୍ୟ କରିପାରିବେ।

ଏହି ଅବସରରେ ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। 
ରାଜନୈତିକ ଦଳ ଗୁଡ଼ିକର  ପ୍ରତିନିଧି ମାନଙ୍କୁ ଜିଲ୍ଲା ରେ ଚାଲୁଥିବା ଏସ ଆଇ ଆର୍ ପ୍ରକ୍ରିୟାରେ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅଧିକ ସଚେତନ କରାଯାଇଥିଲା।
ରାଜନୈତିକ ଦଳମାନଙ୍କୁ  ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟ (BLA) ମାନେ ସକ୍ରିୟ ଏବଂ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରନ୍ତୁ ଏବଂ ଭୋଟର ତାଲିକାର ସଠିକତା  ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ କୁ ସହଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। 
 ଏକ ସୁସ୍ଥ, ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ  ପ୍ରଶାସନ, ରାଜନୈତିକ ଦଳ ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like