-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

03-Aug-2026



ସୁନ୍ଦରଗଡ଼(କାଞ୍ଚନପ୍ରଭା ମହାପାତ୍ର):  ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କ ସମ୍ମିଳନୀ କକ୍ଷ ଠାରେ  ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 
ବୈଠକ ରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ଏବଂ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟି ମୁକ୍ତ କରିବା ଉପରେ ଗୁରୁତ୍ୱାରୋପ

କରିଥିଲେ। ବୈଠକ ରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ , ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ଶ୍ରୀ ଜୟ ନାରାୟଣ ତ୍ରିପାଠୀ,ଶ୍ରୀ ପର୍ଶୁରାମ ସରାଫ, ଶ୍ରୀ ରାଜେନ୍ଦ୍ର ପଟେଲ, ଶ୍ରୀ ପ୍ରଭାତ ନନ୍ଦ, ଶ୍ରୀ ଅରୁଣ କୁମାର ଦୀକ୍ଷିତ, ଶ୍ରୀ ଅମିୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।


ଜିଲ୍ଲା ରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ଦାବି ଓ ଆପତ୍ତି ପର୍ଯ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।ବୈଠକ ରେ ଏସ ଆଇ ଆର୍ ର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ
ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା।  ଦାବି ଓ ଆପତ୍ତି ଦାଖଲ ଅବଧି ୦୫.୦୭.୨୬ ରୁ ୧୯.୦୮.୨୬ ରହିଛି।   ସେହିଭଳି ଦାବି ଓ ଆପତ୍ତିର ନୋଟିସ୍ ଏବଂ ନିଷ୍ପତ୍ତି ସମୟ
୦୫.୦୭.୨୬ ରୁ ୧୭.୦୯.୨୬ ରହିଛି ଏବଂ 
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶର ତାରିଖ ହେଉଛି 
୨୧.୦୯.୨୬ । 

ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ ସମସ୍ତ ରାଜନୈତିକ ଦଳକୁ ସଂଶୋଧିତ ସମୟସୀମାକୁ ଧ୍ୟାନରେ ରଖି ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।
ସେହିଭଳି ବୈଠକ ରେ ଦାବି ଓ ଆପତ୍ତି ସମ୍ପର୍କରେ 
ସୂଚନା ଦିଆଯାଇଥିଲା ଯେ, ସମସ୍ତ ସାତଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ୦୨.୦୮.୨୬ ପର୍ଯ୍ୟନ୍ତ ପ୍ରାପ୍ତ ଦାବି ଓ ଆପତ୍ତି ଗୁଡ଼ିକର ତାଲିକା ନିର୍ଦ୍ଧାରିତ ଫର୍ମ–୯, ୧୦, ୧୧, ୧୧A ଏବଂ ୧୧B ରେ ପ୍ରସ୍ତୁତ କରିସାରିଛନ୍ତି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପ୍ରକାଶ କରିଛନ୍ତି।
ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ମଧ୍ୟ ଏହି ଦାବି ଓ ଆପତ୍ତିର ତାଲିକା ପ୍ରଦାନ କରାଯାଇଥିଲା। ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ପଟ୍ଟନାୟକ ସମସ୍ତ ଅତିରିକ୍ତ ପଞ୍ଜୀକରଣ ଅଧିକାରୀ (ERO)  ମାନଙ୍କୁ ପ୍ରତି ସପ୍ତାହରେ ରାଜନୈତିକ ଦଳମାନଙ୍କ ସହ ଦାବି ଓ ଆପତ୍ତିର ତାଲିକା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। 

ସେହିଭଳି ଫର୍ମ–୬, ୭ ଓ ୮ ସମ୍ପର୍କରେ 
ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା । ଫର୍ମ–୬, ଫର୍ମ–୭ ଓ ଫର୍ମ–୮ର ଉଦ୍ଦେଶ୍ୟ, ପ୍ରୟୋଗ କ୍ଷେତ୍ର ଏବଂ ସମ୍ବନ୍ଧିତ ବିଧାନଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।କ ଏହାସହ ସଂଶୋଧନ ପ୍ରକ୍ରିୟା ସମୟରେ ଏହି ଆବେଦନଗୁଡ଼ିକ ଦାଖଲ ଓ ନିଷ୍ପତ୍ତି ସମ୍ବନ୍ଧୀୟ ପ୍ରଚଳିତ ନିର୍ଦ୍ଦେଶାବଳୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା।
ବୈଠକ ରେ ରାଜନୈତିକ ଦଳ ଗୁଡ଼ିକୁ ଅନୁରୋଧ କରାଯାଇଥିଲା ଯେ, ସେମାନେ ସେମାନଙ୍କ ପ୍ରତିନିଧି ଏବଂ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କୁ ନିର୍ଦ୍ଧାରିତ ଫର୍ମଗୁଡ଼ିକର ସଠିକ୍ ବ୍ୟବହାର ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ପାଳନ ସମ୍ପର୍କରେ ସଚେତନ କରିବେ। 

ସେହିଭଳି ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ଧାରା–୨୪ ଅନୁଯାୟୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ପାଇଁ ଥିବା ବୈଧାନିକ ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲା। 
ଏହା ସୂଚନା ପ୍ରଦାନ  କରାଯାଇଥିଲା ଯେ, କୌଣସି ଅସନ୍ତୁଷ୍ଟ ବ୍ୟକ୍ତି ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରଥମ ଅପିଲ୍ କରିପାରିବେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ୍ ମଧ୍ୟ କରିପାରିବେ।

ଏହି ଅବସରରେ ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। 
ରାଜନୈତିକ ଦଳ ଗୁଡ଼ିକର  ପ୍ରତିନିଧି ମାନଙ୍କୁ ଜିଲ୍ଲା ରେ ଚାଲୁଥିବା ଏସ ଆଇ ଆର୍ ପ୍ରକ୍ରିୟାରେ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅଧିକ ସଚେତନ କରାଯାଇଥିଲା।
ରାଜନୈତିକ ଦଳମାନଙ୍କୁ  ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟ (BLA) ମାନେ ସକ୍ରିୟ ଏବଂ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରନ୍ତୁ ଏବଂ ଭୋଟର ତାଲିକାର ସଠିକତା  ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ କୁ ସହଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। 
 ଏକ ସୁସ୍ଥ, ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ  ପ୍ରଶାସନ, ରାଜନୈତିକ ଦଳ ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA) ମାନଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like