-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
02-Aug-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ପଶ୍ଚିମାଞ୍ଚଲ ଏକତା ମଞ୍ଚ ଆରମ୍ଭ କରିଥିବା ସମ୍ବଲପୁରୀ ଦିନ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ରେ ପାଲିତ ହୋଇଯାଇଛି । ସମ୍ବଲପୁରୀ ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମଦିନ ଉପଲକ୍ଷେ ଅଗଷ୍ଟ ଏକ ତାରିଖରେ ୧୪ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଲନ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ରେ ସକାଳେ ଗୁରୂ ବହିଦାର ଙ୍କର ଡେରା ସ୍ଥିତ ପ୍ରତିମୂରତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା l ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଭାରତୀ ସମାଜ ସମେତ ବହୁ ସାମାଜିକ ସଂଗଠନ ଏବଂ ବ୍ୟକ୍ତି ବିଶେଷ ମାନେ ଆସି ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ l
ଏହାପରେ ସମ୍ବଲପୁରୀ କବିତା ପାଠ ର ଆୟୋଜନ କରାଯାଇଥିଲା। ଭାଷା ସଂସ୍କୃତି ସଂଯୋଜକ ଡ଼.ସ୍ଵୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫୮ ଜଣ କବି ସମ୍ବଲପୁରୀ କବିତା ପାଠ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ଦରପନ ମାସିକ ପତ୍ରିକା ର ସମ୍ବଲପୁରୀ ଦିନ ବିଶେଷାଙ୍କ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୈଭାଗ୍ୟବନ୍ତ ମହାରଣା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ର ସଂଯୋଜକ ଡ଼.ପ୍ରମୋଦ ରଥ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ସଞ୍ଚାଳନ ଥିଲେ। କବିତା ପାଠ କାର୍ଯ୍ୟକ୍ରମକୁ ପଙ୍କଜିନୀ ମେହେର, ସୁଷମା ପ୍ରଧାନ, ଲଲିତ ମୋହନ ବେବର୍ତ୍ତା ସଂଯୋଜନା କରିଥିଲେ। ଏଥିରେ ସୁଦୁର କେନ୍ଦ୍ରାପଡ଼ା ରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ଆମନ୍ତ୍ରିତ କବି ମାନେ କବିତା ପାଠ କରିଥିଲେ।
ଏହା ପରେ ସାଢେ ତିନି ଟା ରୁ ମଞ୍ଚ ପୂଜା ସହ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲ ମାଁ ସମଲେଇ ଙ୍କ ଠାରେ ପୂଜାର୍ଚ୍ଚନା ପରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ର ବିଧିବଦ୍ଧ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ଦିନ ସଂଯୋଜକ ଡ଼ ପ୍ରମୋଦ ରଥ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଘୁଡକା ଭଟଲି ବରଗଡ, ଜନ ଲୋକ ନୃତ୍ୟ ଗ୍ରୁପ ବରଗଡ, ହୀରାଖଣ୍ଡ ସାଂସ୍କୃତିକ ଅନୁଷ୍ଠାନ, ଅତାବିରା, କିଆଫୁଲ ଅନୁଷ୍ଠାନ ସମ୍ବଲପୁର, ଭରନି କଳା ପରିଷଦ, ସମ୍ବଲପୁର, କଳା ଓ କଳାକାର, ସମ୍ବଲପୁର ପ୍ରମୁଖ ସମ୍ବଲପୁରୀ ଲୋକ ନାଚ ର ଦଶଟି ଶେଲୀର ସମ୍ବଲପୁରୀ ଲୋକ ନାଚ ପ୍ରଦର୍ଶନ କରିଥିଲେ। ସେହିପରି ଲୋକ ସଙ୍ଗୀତ ବିଭାଗରେ
ମାନସ ଷଡ଼ଙ୍ଗୀ -ରାଧା ମାଇଗୋ
-ନନି କେ ଠିକ ଚିନ୍ହିଛେ , ସୁଜିତ ରଣବିଡା -ମାଳି ଜଗେଇଥିଲା , ଈଶ୍ୱରୀ ବେହେରା-ମହୁଲ ଝାରେ, ଚାପ କରାଟି, ନଚନିଆ , ଡିଳେଶ୍ଵରୀ ସାହୁ -ମତେ ସାଙ୍ଗ ଦିଅ ଗୋ ଦିଅର ,ମିନାକ୍ଷୀ ରାଉତ -ହଳଦୀ ଗିନା
, ଚିନ୍ମୟୀ ସାହୁ -ଯାଈଫୁଲ ,ଶ୍ରଦ୍ଧା ମିଶ୍ର -ମଳି କେ ମୋର ଆନୁଅଛେ ଜର , ଅଙ୍କିତ ଷଡ଼ଙ୍ଗୀ -ଲହରମନି,
କଂଶି ଜନହିଁ। ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ଗୁରୁ ପ୍ରମୋଦ କୁମାର ମିଶ୍ର
କୋରସ ସ୍ଵର ଝଙ୍କାର ଅନୁଷ୍ଠାନ, ସମ୍ବଲପୁର ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ବହୁତ ଗୁଡିଏ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଭବାନୀ କଳା ପରିଷଦ, ଢୋଲ ମୁହୁରୀ ପରିଷଦ, ଭରନି କଳା ପରିଷଦ, ଟିଟଳାଗଡ ଢ଼ାପ ନୃତ୍ୟ ପରିଷଦ, ପଞ୍ଚବାଦ୍ୟ ଇତ୍ୟାଦି ଅନୁଷ୍ଠାନ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।
।ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ଉତ୍ତରଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ହିଂମାଶୁ ଲାଲ, ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ଏସପି ମୁକେଶ ଭାମୁ, ପୌରାୟୁକ୍ତ ରେହାନ ଖେତ୍ରି ପ୍ରମୁଖ ଉପସ୍ଥିତ ରହିଥିଲେ । ପଶ୍ଚିମାଂଚଲ ଏକତା ମଞ୍ଚ ସମ୍ବଲପୁରୀ ଦିନ ଜରିଆରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ ।
ଚଳିତ ବର୍ଷ ମଞ୍ଚ ପକ୍ଷରୁ ଗୀତିକାର ଶଙ୍କର ଦତ୍ତ ଙ୍କୁ ଗୁରୁଶ୍ରୀ ସତ୍ୟ ନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନ ଦିଆଗଲା । ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରୁ ସେ ପହଞ୍ଚି ପାରି ନ ଥିବାରୁ ତାଙ୍କର ବନ୍ଧୁ ଗାୟକ ବିଭୂତି ପଟ୍ଟନାୟକ ସମ୍ମାନ ଗ୍ରହଣ କରିଥିଲେ ।
ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସଞ୍ଜୟ ବାବୁ, ସିଦ୍ଧାର୍ଥ ଶାହ, ସବିତା ନନ୍ଦ, ସୁଶ୍ରୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।