-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ

01-Aug-2026



ତରଭା(ପ୍ରେରଣା ଖବର): ଆଜି ଓଡିଶାର ସ୍ୱନାମଧନ୍ୟ ଐତିହାସିକ,ଗବେଷକ,ସାହିତ୍ୟିକ,ସଂଗୀତଜ୍ଞ ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ନବମ ଶ୍ରାଦ୍ଧଦିବସ ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ ଅନ୍ତର୍ଗତ ମେଣ୍ଡା ମହର୍ଷି ବୁଦ୍ଧରାମ  ଡିଗ୍ରୀ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ଏମବିଆର ଡିଗ୍ରୀ କଲେଜର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର,ସ୍ୱେଚ୍ଛାକୃତ ରକ୍ତଦାନଶିବିର ସହିତ ସ୍ମୃତି ବକ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ୧୦ଟାରେ ସୁବର୍ଣ୍ଣପୁର ଆରକ୍ଷୀଅଧିକ୍ଷକ ନାରାୟଣପ୍ରସାଦ ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାନଶିବିର ଓ ଚକ୍ଷୁପରୀକ୍ଷା ଶିବିରକୁ ଉଦଘାଟନ କରିବା ସହ କଲେଜ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ । ପରେ ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତିବକ୍ତବ୍ୟ ସଭାରେ ମୁଖ୍ୟବକ୍ତା ଭାବରେ ଓଡିଶାର ସ୍ୱନାମଧନ୍ୟ ଯୁବଗବେଷକ ଐତିହାସିକ

ସୁନ୍ଦରଗଡ ଅଟୋନୋମସମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀପ୍ରଧ୍ୟାପକ ଡ.ସାକିର ହୁସେନ ଯୋଗଦେଇ “ସୁବର୍ଣ୍ଣପୁରର ଇତିହାସ ଓ ପ୍ରତ୍ନତାତ୍ୱିକ ଅବଶେଷ”ଉପରେ ବକ୍ତବ୍ୟ ଦେଇଥିଲେ । ଡ.ସାକିର ହୁସେନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଆମ ଅଞ୍ଚଳ ଅତିତର ଐତିହାସିକ ପୃଷ୍ଠଭୂମୀର ଏକ ଗୌରବୋଜ୍ୟୋଳ ଇତିହାସ ରହିଛି । ପ୍ରାୟ ୫୫୦୦ ବର୍ଷର ଏକ ଦୀର୍ଘସମୟର ଇତିହାସ ବିଷୟରେ ଗବେଷଣା ହୋଇଛି । ଆମେ ଆମର ଅତିତର ଇତିହାସକୁ ସଠିକ ଭାବରେ ଜାଣିବାର ଆବଶ୍ୟକତା ରହିଛି । ଅତିତର ଇତିହାସ ଆମର ଭବିଷ୍ୟତ ଗଠନରେ ସହାୟ ହୋଇଥାଏ ବୋଲି ଡ.ହୁସେନ ମତ ଦେଇଥିଲେ । ସ୍ୱର୍ଗତ ଡ.ଅଗ୍ରୱାଲ ଓଡିଶାର ଅନେକ ଅନାଲୋଚିତ ଇତିହାସକୁ ଗବେଷଣା ମାଧ୍ୟମରେ ଲୋକଲୋଚନକୁ ଆଣିପାରିଥିଲେ । ମାତ୍ର ମାଟ୍ରୀକପାଠ ପଢି ସେ ନିଜର ଅଧ୍ୟବସାୟବଳରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ଗବେଷଣାରେ ସଫଳ ହୋଇଥିଲେ । ତାଙ୍କର ଅନେକ ଗବେଷଣାଲବ୍ଧ ତଥ୍ୟ ଆମକୁ ନୂଆ ଗବେଷଣା ପାଇଁ ସହାୟକ ହେଉଛି ବୋଲି ସେ କହିଥିଲେ । କେବଳ ସୁବର୍ଣ୍ଣପୁରରେ ପ୍ରାୟ ୧୦ଟି ଯଥା-ହିକୁଡି,ଖମ୍ବେଶ୍ୱରୀପାଲି,କପାଶିରା,ସୁବଳୟା,କେନଜରିଆପାଲି,କୁମେରସିଙ୍ଘା,ନୂଆଗଡ-ଅସୁରଗଡ,ତାରାପୋରଗଡ,ଭୁତିଆପାଲି,ହଲଦିପାଲି ଇତ୍ୟାଦି ସ୍ଥାନରେ ବହୁପୁରାତତ୍ୱ ଅବଶେଷ ମିଳୁଛି ଯାହାକି ଆମର ଏକ ମହାନସଭ୍ୟତା ବିଷୟରେ ସୂଚନା ଦେଇଛି ବୋଲି ଡ.ସାକିର ମତଦେଇଛନ୍ତି । ବରେଣ୍ୟ ଅତିଥି ଭାବରେ ସନ୍ଥକବୀ ଭୀମଭୋଇଙ୍କ ସମାଧିପୀଠର ମଠାଧିଶ ସନ୍ୟାସୀ ବାବା,ପୀଠର ମେନେଜିଂଟ୍ରଷ୍ଟି ଛତ୍ରାଧାରୀ ଅଗ୍ରୱାଲ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ରଥ,ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣକୁମାର ମେହେର,ପିକେଏସ ଫାଉଣ୍ଡେସନର ପ୍ରତିଷ୍ଠାତା ସମାଜକର୍ମି ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ । କଲେଜର ଟପ୍ପର ହୋଇଥିବା ଲିଜାରାନୀ ମେହେରଙ୍କୁ ମାନପତ୍ର ଓ ଅର୍ଥରାଶି ଦେଇ ପୁରସ୍କୁତ କରାଯାଇଥିଲା । ଏହି

ଅବସରରେ ୩୦ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସେହିପରି ମହାନଦୀ ନେତ୍ରଚିକିତ୍ସାଳୟ ଦ୍ୱାରା ଆୟୋଜିତ ମାଗଣାଚକ୍ଷୁଶିବିରରେ ୭୦ଜଣ ରୋଗୀ ମାଗଣାରେ ଚକ୍ଷୁପରୀକ୍ଷା କରାଇଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଡାକ୍ତରଖାନାର ଡ.ପ୍ରମୋଦ ମେହେର,ସତ୍ୟବ୍ରତ ତାଣ୍ଡି,ଜଗତ ଦରୱାନ, ଯୁଧିଷ୍ଠିର ନାଏକ,ଟଙ୍କଧର କୁଅଁର,ଧିରେନ୍ଦ୍ର ଝାଙ୍କର ପରିଚାଳନା କରିଥିବା ବେଳେ ଛକ୍ଷୁପରୀକ୍ଷା ଶିବିରକୁ ମହାନଦୀ ନେତ୍ର ଚିକିତ୍ସାଳୟର ସୁଜିତ ଥପା,ମନୋଜ ସାହୁ,ସିଦ୍ଧାନ୍ତକୁମାର ଦାସ,ଶୁଭଲକ୍ଷ୍ମୀ ଭୁକ୍ତା,ସୁପ୍ରୀୟା ପାତ୍ର,ରିଙ୍କି ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ସ୍ମୃତିକମିଟିର ସିଦ୍ଧାର୍ଥ ଅଗ୍ରୱାଲ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଏମବିଆର ସେକେଣ୍ଡାରେୀ ସ୍କୁଲ,ଡିଗ୍ରୀକଲେଜ,ମେଣ୍ଡା ହାଇସ୍କୁଲ,ଶିଶୁବିଦ୍ୟାମନ୍ଦିର ପ୍ରମୁଖ ଅନୁଷ୍ଠାନରୁ କର୍ମକର୍ତ୍ତାଗଣ ଙ୍କ ସମେତ ତରଭାର ସାମ୍ବାଦିକଗଣ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ଝାଙ୍କର,ସନ୍ତୋଷ ଦାସ, ଟଙ୍କଧର ମେହେର,ବିଶ୍ୱାମିତ୍ର ନାଏକ, ରାମ ଚନ୍ଦ୍ର ସା, ଚୈତନ୍ୟ ବାରିକ,ଭିକାରୀ ମେହେର,ତାରାବତୀ ଅଗ୍ରୱାଲ,ଚଞ୍ଚଳ ଅଗ୍ରୱାଲ,ମଧୁସ୍ମିତା ପଣ୍ଡା,ପାଇକବାହାଲ ସରପଞ୍ଚ ଗଣନାଥ ସାହୁ,କବୟିତ୍ରୀ ଚନ୍ଦ୍ରାବତି ପାଣ୍ଡେ,ରାଜୀବ ଯୋଷି, ଗୌତମ ଅଗ୍ରୱାଲ, ମହାଦେବ ଜେନା,ହୃଷିକେଶ ପାତ୍ର,ପଦ୍ମନାଭ ମଲ୍ଲିକ,ଶତୃଘ୍ନ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଏକ ବୃତ୍ତଚିତ୍ର ପ୍ରଦର୍ଶନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like