-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

29-Jun-2026



ବଲାଙ୍ଗିର(ପ୍ରେରଣା ଖବର): ସବୁବେଳେ ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ। ଏବେ ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଅବସରକାଳୀନ ପେନସନ ପାଇବାରୁ ବଞ୍ଚିତ ହେବାର ପରିଲକ୍ଷିତ ହେଉଛି। ସୂଚନା ଅନୁଯାୟୀ ବଲାଙ୍ଗିର ଲକ୍ଷ୍ମୀ ନାରାୟଣ ପଡ଼ା ସ୍କୁଲରେ ଚାଲିଛି ଉର୍ଦ୍ଦୁ ସ୍କୁଲ। ଜିଲ୍ଲାରେ ଥିବା ଏକମାତ୍ର ଏହି ମାଇନରିଟି ସ୍କୁଲ ୧୯୭୨ ସାଲରୁ ବଲାଙ୍ଗିର ସହରରେ ଚାଲିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଇନରିଟି ସ୍କୁଲର ନିଜସ୍ୱ ଗୃହ ନାହିଁ।ବାରବୁଲା ଭଳି ଏଠାରେ ସେଠାରେ ଚାଲିଛି ଏହି ସ୍କୁଲ।ଏହି ସ୍କୁଲ ରେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷକତା କରି ଆସୁଛନ୍ତି।ଜଣେ ଶିକ୍ଷୟତ୍ରୀ ଟିକ୍ରାପଡ଼ା ସ୍କୁଲ ରୁ ଡ଼େପୁଟେସନ ରେ ଆସିଥିବା ବେଳେ ଅନ୍ୟ ଜଣକ ପ୍ରୋଜେକ୍ଟ ଏମ୍ ଇ ସ୍କୁଲ ରୁ ୨୦୨୧ ରୁ ଆସି ଏହି ଉର୍ଦ୍ଦୁ ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।ଏବେ ଦୁଇ ଜଣ ନିଜ କାର୍ଯ୍ୟରୁ ଅବସର ନେବେ।ଚଳିତ ୩୦ ତାରିଖ ଦିନ ସ୍କୁଲ ରେ ତାଙ୍କ ଶେଷ ଦିବସ। ଚିନ୍ତାର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜୁନିଅର୍ ଶିକ୍ଷକ ଏହି ସ୍କୁଲ ରେ ଯୋଗଦାନ କରି ନ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ତାଙ୍କର ନୋ ଡିଉଜ୍ ସାର୍ଟିଫିକେଟ ପ୍ରଦାନ କରି ନାହାନ୍ତି।ଯଦ୍ୱାରା ସେ ଅବସର ଦିନ ପାଇବାକୁ ଥିବା ଅବସରକାଳୀନ ପେନସନ ବ୍ୟବସ୍ଥା ରୁ ବଞ୍ଚିତ ହେବେ।ଅବସର ଦିନ ଅବସରକାଳୀନ ପେନସନ ପାଇବା ପାଇଁ ସରକାର ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ରେ ସରକାରଙ୍କ ଆଦେଶକୁ ଅବମାନନା କରାଯାଉଥିବା ଜଣାପଡ଼ିଛି।ଶିକ୍ଷୟତ୍ରୀ ଜଣକ ତିନି ମାସ ପୂର୍ବରୁ ବଲାଙ୍ଗିର ସଦର ବି ଇ ଓ ଙ୍କୁ ତାଙ୍କ ଅବସର ସମୟ ବିଷୟରେ ଦୁଇ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ।ପରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ।ଜଣେ ଶିକ୍ଷକ ଅବସର ନେବାର ଚାରି ମାସ ପୂର୍ବରୁ ତାଙ୍କ ଅବସର କାଳୀନ କାଗଜପତ୍ର କରିବା ପାଇଁ ତାଙ୍କୁ ସୁଯୋଗ ଦେବା ପାଇଁ ସରକାରୀ ବ୍ୟବସ୍ଥା ଥିବା ସତ୍ତ୍ୱେ ଶିକ୍ଷୟିତ୍ରୀ ଜଣକ ସେହି ସୁବିଧା ରୁ ବଞ୍ଚିତ ହେଲେ।ଏଣୁ ସେ ତାଙ୍କ ଅବସରକାଳୀନ ସୁବିଧା ପାଇବାରୁ ଏବେ ବଞ୍ଚିତ ହେବାକୁ ଯାଉଛନ୍ତି ଯାହାକି ତାଙ୍କର ଚିନ୍ତାର କାରଣ ପାଲଟିଛି।ତେବେ ଇତି ମଧ୍ୟରେ ବଲାଙ୍ଗିର ସଦର ବ୍ଲକ୍ ରେ ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଡ଼େପୁଟେସନ ଏବଂ ଟ୍ରାନସ୍ଫର ହୋଇ ଆସିଥିଲେ ମଧ୍ୟ ଏହି ମାଇନରିଟି ସ୍କୁଲ କୁ ଭୁଲିଗଲେ।ଜଣେ ଜୁନିଅର୍ ଶିକ୍ଷକଙ୍କୁ ସ୍କୁଲକୁ ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ଚାର୍ଜ ଦେଇ ନିଜ ଅବସରକାଳୀନ କାର୍ଯ୍ୟ କରିପାରିଥାନ୍ତେ ବୋଲି ବଲାଙ୍ଗିର ବି ଇ ଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିବା ସଇଁତଳା ବ୍ଲକ ବି ଇ ଓ ଦିଲୀପ ଯୋଶୀଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ ସେ ପ୍ରତ୍ୟୁତ୍ତରରେ ଏଭଳି କୌଣସି ନିୟମ ନାହିଁ ବୋଲି କହି ଫୋନ୍ କାଟି ଦେଇଥିଲେ।ତେବେ ଏଠି ପ୍ରଶ୍ନ ଉଠେ ସରକାର ଜାରି କରିଥିବା ସର୍ଭିସ କୋଡ ବିଷୟରେ ଜାଣି ନାହାନ୍ତି କି ବଲାଙ୍ଗିର ସଦର ବିଇଓ ବୋଲି ଚର୍ଚ୍ଚା ହେଉଛି।ଏହା ପାଇଁ ଦାୟୀ କିଏ?ତେବେ କେଉଁ ନିୟମ ବଳରେ ଶିକ୍ଷୟତ୍ରୀ ଜଣକ ନିଜ ଅବସରକାଳୀନ ପେନସନ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଜବାବ୍ ଦେବେ କି ବୋଲି ପ୍ରଶ୍ନ ଉଠିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like