-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
11-Jun-2026
ବଲାଙ୍ଗୀର(ପ୍ରେରଣା ଖବର) ଆଜି ଭୋର୍ ୫ଟା ସମୟରେ ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ(ରାମୁ)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୫୨ ବର୍ଷ ହେଉଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବରୁ ରମେଶଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଭୋର ୫ଟା ରେ ରମେଶ ଙ୍କ ମୃତ୍ୟୁ ଘଟିଛି। ରମେଶଙ୍କ ପତ୍ନୀ ଡଲି ଅଗ୍ରୱାଲ ଗତ ୨ ବର୍ଷ ପୂର୍ବରୁ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ବର୍ତମାନ ତାଙ୍କର ଗୋଟିଏ ପୁଅ ରାଜ ଓ ଗୋଟିଏ ଝିଅ ଦୃଷ୍ଟି ରହିଛନ୍ତି। ରମେଶ ଜଣେ ସରଳ ଓ ସାଧାସିଧା ମଣିଷ ଥିଲେ। ଭାରତୀୟ ଜନତା ପାର୍ଟି ସହ ସାମିଲ ରହି ଦଳର ସଂଗଠନ ବଢ଼ାଇବାରେ ତାଙ୍କର ଉଲ୍ଲେଖନୀୟ ଭୁମିକା ରହିଥିଲା। ଆଜି ମତ୍ୟୁ ଖବର ପ୍ରଚାର ହେବା ପରେ ରମେଶଙ୍କ ରାଧାରାଣୀପଡା ବାସଭବନରେ ଆତ୍ମୀୟ ସ୍ୱଜନମାନଙ୍କ ଭିଡ଼ ଜମିଥିଲା। ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତଃ ବିରବଲ ଅଗ୍ରୱାଲ ଙ୍କ ସୁପୁତ୍ର ରମେଶଙ୍କ ଅକାଳ ବିୟୋଗରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ମଣ୍ଡଳ ସଭାପତି ଲଳିତ ଶର୍ମା ଓ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।