-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||      ଲୋକଙ୍କ ବିଶ୍ୱାସ ଜିତିଥିବା ଅତିରିକ୍ତ କମିଶନରଙ୍କୁ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା   (01-Jun-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଏକ ପ୍ରହସନ - ନରସିଂହ ♦️ଜିଲ୍ଲାର ସ୍ୱାର୍ଥକୁ ନେଇ ଲୋକଙ୍କ ପକ୍ଷ ରଖିବ କିଏ ? 

01-Jun-2026



ବିନା ବିକଳ୍ପ ବ୍ୟବସ୍ଥା ରେ ବନ୍ଧକଟାର ପାଣି ନିଷ୍କାସନ ହେଲା କାହିିଁକି - ନରସିଂହ

ବଲାଙ୍ଗିର(ପ୍ରେରଣା ଖବର)- ନିକଟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକ ରେ ଜିଲ୍ଲାବାସୀ ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ଠିକ୍ ଠିକ୍ ରକ୍ଷା ପାଇପାରିବେ ସେହିପରି ନିଷ୍ପତ୍ତି ହୋଇଥାଏ । କିନ୍ତୁ ଦେଖାଯାଉଛି ଜିଲ୍ଲାର ଲୋକଙ୍କର ପକ୍ଷ ଯେଉଁମାନେ ରଖିବା କଥା ସେମାନେ ବୈଠକରେ କ୍ରମାଗତ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲାର ବିଧାୟକ ତଥା ରାଜ୍ୟସରକାର ରେ ମନ୍ତ୍ରୀ ଥିବା ଜନପ୍ରତିନିଧିମାନେ ଏହି ବୈଠକମାନଙ୍କୁ ବହୁତ ଗୌଣ ମନେ କରି ନିଜ ନିଜର ପ୍ରତିନିଧିମାନଙ୍କୁ ପଠାଉଛନ୍ତି । ଯେଉଁମାନେ କି କେବଳ ଚୁପ ରହି ଅଧିକାରୀମାନଙ୍କର କଥା ଶୁଣୁଛନ୍ତି । ଏଥିରେ ଜିଲ୍ଲାବାସୀ ଭୋଗୁଥିବା ପ୍ରାକୃତିକ ବିପର୍ଯ୍ୟୟ ରୁ କେମିତି ରକ୍ଷା ପାଇପାରିବେ । ତେଣୁ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ବୈଠକ ସାଧାରଣରେ ଏକ ପ୍ରହସନ ପାଲଟି ଗଲାଣି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ ଲୋକେ ଭୋଟ ଦେଇ ବିଧାୟକ, ସାଂସଦ କରିଛନ୍ତି କିନ୍ତୁ ଦୁଃଖର କଥା ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧରେ ଅନୁଷ୍ଠିତ କୌଣସି ବୈଠକରେ ଏମାନେ ଯୋଗ ଦେଉନାହାନ୍ତି । ତେବେ ଲୋକଙ୍କ ସ୍ୱର ଅଧିକାରୀ କିମ୍ବା ସରକାରଙ୍କ ପାଖକୁ କେମିତି ପହଂଚିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଅର୍ଥ ନୁହେଁ କେବଳ ବର୍ଷା, ବାତ୍ୟା କିମ୍ବା ବନ୍ୟା । ଆମ ଅଧିକାରୀ ତଥା ଜନ ପ୍ରତିନିଧି ଭୁଲି ଯାଉଛନ୍ତି ଯେ ଆମ ଅଂଚଳ ରେ ନିଶ୍ଚିତ ଜଳସେଚନ ଅତି ନଗନ୍ୟ । ଏ ବର୍ଷ ପୁଣି ଏଲ୍‌ନିନୋ ର ପ୍ରଭାବ ରୁ ସ୍ୱଳ୍ପ ବୃଷ୍ଟି ର ଆଶଂକା ପାଣିପାଗ ବିଭାଗ ଆଗରୁ ସତର୍କ କରିଦେଇଛି । ଏପରି ସ୍ଥଳେ ଆମ ଜିଲ୍ଲା ରେ ମରୁଡି ପରିସ୍ଥିତି ନିଶ୍ଚିତ ଭାବେ ସୃଷ୍ଟି ହୋଇପାରେ । ଏ ଦିଗରେ କିନ୍ତୁ ଜିଲ୍ଲାପାଳ କିମ୍ବା ଜନପ୍ରତିନିଧିଙ୍କ ପ୍ରତିନିଧିମାନେ କୌଣସି ଆଲୋଚନା କି

ବିପର୍ଯ୍ୟୟ ପ୍ରସ୍ତୁତି ପରିଚାଳନା ପାଇଁ ନୂତନ ପ୍ରସ୍ତାବ ଯାଉ ନାହିଁ କାହିଁକି - ନରସିଂହ ♦️
ମରୁଡି ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କି ?

ସାମ୍ଭାବ୍ୟ ମରୁଡି ମୁକାବିଲା ପାଇଁ କି ପଦକ୍ଷେପ ନେବେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ । ୨୦୨୪ ପୂର୍ବରୁ ଏହି ବୈଠକରେ ବଲାଙ୍ଗିର ସହରର ଗନ୍ଧରେଲ ଡେମ୍‌, ଲକ୍ଷ୍ମୀଯୋର ଚେକଡେମ, ସୋନଗଡ ନଦୀରେ ସିକୁଆଁ ବ୍ୟାରେଜ, ତେଲ ନଦୀର ନଦୀ ବନ୍ଧ ତଥା ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଯାଇ ଅନୁଦାନ ଆସୁଥିଲା । କିନ୍ତୁ ଏହି ବୈଠକରେ ସେଭଳି କିଛି ପ୍ରସ୍ତାବ ଦିଆଯାଉ ନାହିଁ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଅଧିକାରୀମାନେ ଅନେକ ସଂଖ୍ୟାରେ ବୈଠକରେ ଉପସ୍ଥିତ ରହୁଛନ୍ତି । ଅଧିକାରୀଙ୍କ କାମ ହେଲା ବୈଠକରେ ଉପସ୍ଥିତ ଥିବା ଜନପ୍ରତିନିଧି, ବିଧାୟକ, ସାଂସଦ ଦେଉଥିବା ପ୍ରସ୍ତାବ ହେଉ କି ପ୍ରକଳ୍ପ ହେଉ ତାର କାର୍ଯ୍ୟକାରି କରାଇବା । କିନ୍ତୁ ଏମାନଙ୍କ ଅନୁପସ୍ଥିତି ପ୍ରମାଣ କରୁଛି ଯେ ଏହି ବିଧାୟକ, ସାଂସଦ , ମନ୍ତ୍ରୀ ଲୋକଙ୍କ ଭୋଟ ନେଇ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ଉପରି ସ୍ଥଳେ ମୁଁ ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ଏହି ପ୍ରେସ ବିବୃତ୍ତି ମାଧ୍ୟମରେ ଅନୁରୋଧ କରିବି ଯେ ସାମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଏହି ଜିଲ୍ଲାରେ ବୋହି ଯାଇଥିବା ନଦୀ  ସୁକତେଲ, ସୋନଗଡ ଉପରେ ବ୍ୟାରେଜ, ଚେକଡେମ ନିର୍ମାଣ କରି ବର୍ଷତମାମ ଯେମତି ଚାଷ ଏବଂ ପିଇବା ପାଇଁ ପାଣି ଉପଲବ୍ଧ ରହିବ ସେ ଉପରେ ସରକାରଙ୍କ ପାଖକୁ ପୁଣି ଥରେ ପ୍ରସ୍ତାବ ପଠାନ୍ତୁ ଏବଂ ସୋନଗଡ ନଦୀ ଉପରେ ଜରାସିଂହା, ଦେଓଗାଁ ଠାରେ ବ୍ୟାରେଜ ନିର୍ମାଣ ପାଇଁ ହେଉଥିବା ଦାବିକୁ ସରକାରଙ୍କ ପାଖକୁ ପହଂଚାଯାଉ ଏବଂ ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ତା ସହ ସହରର ସବୁ ବନ୍ଧକଟା ର ପାଣିକୁ ବର୍ତ୍ତମାନ ଉନ୍ନତିକରଣ ନାଁ ରେ ପୌର ପରିଷଦ ତରଫରୁ ପାଣି ଖାଲି କରିଦିଆଯାଇଛି । ବିନା ବିକଳ୍ପ ବ୍ୟବସ୍ଥା କରି ପାଣି କାଟିଦେବା ଦ୍ୱାରା ସହରର ମଧ୍ୟରେ ଜଳସ୍ତର ଅହେତୁକ ଭାବେ ହ୍ରାସ ପାଇଛି । ସହରବାସୀ ଙ୍କ ସମେତ ଗାଁ ରୁ ସହରକୁ ଆସୁଥିବା ଲୋକ ଗାଧେଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟା ର ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା କମିଟି କାହିଁକି କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026
  ରାଜ୍ୟ  
ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   01-Jun-2026

You Might Also Like