-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଏକ ପ୍ରହସନ - ନରସିଂହ ♦️ଜିଲ୍ଲାର ସ୍ୱାର୍ଥକୁ ନେଇ ଲୋକଙ୍କ ପକ୍ଷ ରଖିବ କିଏ ? 

01-Jun-2026



ବିନା ବିକଳ୍ପ ବ୍ୟବସ୍ଥା ରେ ବନ୍ଧକଟାର ପାଣି ନିଷ୍କାସନ ହେଲା କାହିିଁକି - ନରସିଂହ

ବଲାଙ୍ଗିର(ପ୍ରେରଣା ଖବର)- ନିକଟରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକ ରେ ଜିଲ୍ଲାବାସୀ ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ଠିକ୍ ଠିକ୍ ରକ୍ଷା ପାଇପାରିବେ ସେହିପରି ନିଷ୍ପତ୍ତି ହୋଇଥାଏ । କିନ୍ତୁ ଦେଖାଯାଉଛି ଜିଲ୍ଲାର ଲୋକଙ୍କର ପକ୍ଷ ଯେଉଁମାନେ ରଖିବା କଥା ସେମାନେ ବୈଠକରେ କ୍ରମାଗତ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲାର ବିଧାୟକ ତଥା ରାଜ୍ୟସରକାର ରେ ମନ୍ତ୍ରୀ ଥିବା ଜନପ୍ରତିନିଧିମାନେ ଏହି ବୈଠକମାନଙ୍କୁ ବହୁତ ଗୌଣ ମନେ କରି ନିଜ ନିଜର ପ୍ରତିନିଧିମାନଙ୍କୁ ପଠାଉଛନ୍ତି । ଯେଉଁମାନେ କି କେବଳ ଚୁପ ରହି ଅଧିକାରୀମାନଙ୍କର କଥା ଶୁଣୁଛନ୍ତି । ଏଥିରେ ଜିଲ୍ଲାବାସୀ ଭୋଗୁଥିବା ପ୍ରାକୃତିକ ବିପର୍ଯ୍ୟୟ ରୁ କେମିତି ରକ୍ଷା ପାଇପାରିବେ । ତେଣୁ ଦୁଇ ଦିନ ତଳେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ବୈଠକ ସାଧାରଣରେ ଏକ ପ୍ରହସନ ପାଲଟି ଗଲାଣି ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ ଲୋକେ ଭୋଟ ଦେଇ ବିଧାୟକ, ସାଂସଦ କରିଛନ୍ତି କିନ୍ତୁ ଦୁଃଖର କଥା ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧରେ ଅନୁଷ୍ଠିତ କୌଣସି ବୈଠକରେ ଏମାନେ ଯୋଗ ଦେଉନାହାନ୍ତି । ତେବେ ଲୋକଙ୍କ ସ୍ୱର ଅଧିକାରୀ କିମ୍ବା ସରକାରଙ୍କ ପାଖକୁ କେମିତି ପହଂଚିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଅର୍ଥ ନୁହେଁ କେବଳ ବର୍ଷା, ବାତ୍ୟା କିମ୍ବା ବନ୍ୟା । ଆମ ଅଧିକାରୀ ତଥା ଜନ ପ୍ରତିନିଧି ଭୁଲି ଯାଉଛନ୍ତି ଯେ ଆମ ଅଂଚଳ ରେ ନିଶ୍ଚିତ ଜଳସେଚନ ଅତି ନଗନ୍ୟ । ଏ ବର୍ଷ ପୁଣି ଏଲ୍‌ନିନୋ ର ପ୍ରଭାବ ରୁ ସ୍ୱଳ୍ପ ବୃଷ୍ଟି ର ଆଶଂକା ପାଣିପାଗ ବିଭାଗ ଆଗରୁ ସତର୍କ କରିଦେଇଛି । ଏପରି ସ୍ଥଳେ ଆମ ଜିଲ୍ଲା ରେ ମରୁଡି ପରିସ୍ଥିତି ନିଶ୍ଚିତ ଭାବେ ସୃଷ୍ଟି ହୋଇପାରେ । ଏ ଦିଗରେ କିନ୍ତୁ ଜିଲ୍ଲାପାଳ କିମ୍ବା ଜନପ୍ରତିନିଧିଙ୍କ ପ୍ରତିନିଧିମାନେ କୌଣସି ଆଲୋଚନା କି

ବିପର୍ଯ୍ୟୟ ପ୍ରସ୍ତୁତି ପରିଚାଳନା ପାଇଁ ନୂତନ ପ୍ରସ୍ତାବ ଯାଉ ନାହିଁ କାହିଁକି - ନରସିଂହ ♦️
ମରୁଡି ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କି ?

ସାମ୍ଭାବ୍ୟ ମରୁଡି ମୁକାବିଲା ପାଇଁ କି ପଦକ୍ଷେପ ନେବେ କୌଣସି ପ୍ରସ୍ତାବ ପାରିତ ହୋଇନାହିଁ । ୨୦୨୪ ପୂର୍ବରୁ ଏହି ବୈଠକରେ ବଲାଙ୍ଗିର ସହରର ଗନ୍ଧରେଲ ଡେମ୍‌, ଲକ୍ଷ୍ମୀଯୋର ଚେକଡେମ, ସୋନଗଡ ନଦୀରେ ସିକୁଆଁ ବ୍ୟାରେଜ, ତେଲ ନଦୀର ନଦୀ ବନ୍ଧ ତଥା ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ଯାଇ ଅନୁଦାନ ଆସୁଥିଲା । କିନ୍ତୁ ଏହି ବୈଠକରେ ସେଭଳି କିଛି ପ୍ରସ୍ତାବ ଦିଆଯାଉ ନାହିଁ କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଅଧିକାରୀମାନେ ଅନେକ ସଂଖ୍ୟାରେ ବୈଠକରେ ଉପସ୍ଥିତ ରହୁଛନ୍ତି । ଅଧିକାରୀଙ୍କ କାମ ହେଲା ବୈଠକରେ ଉପସ୍ଥିତ ଥିବା ଜନପ୍ରତିନିଧି, ବିଧାୟକ, ସାଂସଦ ଦେଉଥିବା ପ୍ରସ୍ତାବ ହେଉ କି ପ୍ରକଳ୍ପ ହେଉ ତାର କାର୍ଯ୍ୟକାରି କରାଇବା । କିନ୍ତୁ ଏମାନଙ୍କ ଅନୁପସ୍ଥିତି ପ୍ରମାଣ କରୁଛି ଯେ ଏହି ବିଧାୟକ, ସାଂସଦ , ମନ୍ତ୍ରୀ ଲୋକଙ୍କ ଭୋଟ ନେଇ ଲୋକଙ୍କୁ ପ୍ରତାରଣା କରୁଛନ୍ତି । ଉପରି ସ୍ଥଳେ ମୁଁ ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ଏହି ପ୍ରେସ ବିବୃତ୍ତି ମାଧ୍ୟମରେ ଅନୁରୋଧ କରିବି ଯେ ସାମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଏହି ଜିଲ୍ଲାରେ ବୋହି ଯାଇଥିବା ନଦୀ  ସୁକତେଲ, ସୋନଗଡ ଉପରେ ବ୍ୟାରେଜ, ଚେକଡେମ ନିର୍ମାଣ କରି ବର୍ଷତମାମ ଯେମତି ଚାଷ ଏବଂ ପିଇବା ପାଇଁ ପାଣି ଉପଲବ୍ଧ ରହିବ ସେ ଉପରେ ସରକାରଙ୍କ ପାଖକୁ ପୁଣି ଥରେ ପ୍ରସ୍ତାବ ପଠାନ୍ତୁ ଏବଂ ସୋନଗଡ ନଦୀ ଉପରେ ଜରାସିଂହା, ଦେଓଗାଁ ଠାରେ ବ୍ୟାରେଜ ନିର୍ମାଣ ପାଇଁ ହେଉଥିବା ଦାବିକୁ ସରକାରଙ୍କ ପାଖକୁ ପହଂଚାଯାଉ ଏବଂ ସିକୁଆଁ ଠାରେ ପ୍ରସ୍ତାବିତ ବ୍ୟାରେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ତା ସହ ସହରର ସବୁ ବନ୍ଧକଟା ର ପାଣିକୁ ବର୍ତ୍ତମାନ ଉନ୍ନତିକରଣ ନାଁ ରେ ପୌର ପରିଷଦ ତରଫରୁ ପାଣି ଖାଲି କରିଦିଆଯାଇଛି । ବିନା ବିକଳ୍ପ ବ୍ୟବସ୍ଥା କରି ପାଣି କାଟିଦେବା ଦ୍ୱାରା ସହରର ମଧ୍ୟରେ ଜଳସ୍ତର ଅହେତୁକ ଭାବେ ହ୍ରାସ ପାଇଛି । ସହରବାସୀ ଙ୍କ ସମେତ ଗାଁ ରୁ ସହରକୁ ଆସୁଥିବା ଲୋକ ଗାଧେଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟା ର ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା କମିଟି କାହିଁକି କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026

You Might Also Like