-+91-9937148622 |

prerana_bgr@rediffmail.com |

  Tuesday 2nd June 2026 |

| | | |

R.N.I. Regd No. ODIODI/2010/46693

Breaking News

, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ    (02-Jun-2026)       ||      ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ    (02-Jun-2026)       ||      କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   (02-Jun-2026)       ||      ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   (01-Jun-2026)       ||      ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   (01-Jun-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (01-Jun-2026)       ||      ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   (01-Jun-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   (01-Jun-2026)       ||      କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   (01-Jun-2026)       ||      ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   (01-Jun-2026)       ||      ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   (01-Jun-2026)       ||      ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   (01-Jun-2026)       ||      ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ   (01-Jun-2026)       ||      ଗଣ୍ଡପାଲି ରେ ବେଆଇନ କରତ କଲ  ଜବତ                        (01-Jun-2026)       ||      ସଂରକ୍ଷିତ ଜଙ୍ଗଲ କୁ ପଦା କରି ବିନା ସୂଚନା ଫଳକରେ ଜଙ୍ଗଲ ବିଭାଗର ନର୍ସରୀ ନିର୍ମାଣ କାହା ସ୍ୱାର୍ଥରେ?   (01-Jun-2026)       ||      ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା   (01-Jun-2026)       ||      ତରଭା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୮ଟି ଦରଖାସ୍ତ ଗ୍ରହଣ   (01-Jun-2026)       ||      ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ   (01-Jun-2026)       ||      ଅଶୋକ ଚନ୍ଦନ ସ୍ନୁତି ସମାରୋହ ପାଳିତ   (01-Jun-2026)       ||      ଲୋକଙ୍କ ବିଶ୍ୱାସ ଜିତିଥିବା ଅତିରିକ୍ତ କମିଶନରଙ୍କୁ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା   (01-Jun-2026)       ||     

HOME   ଜିଲ୍ଲା

କମ୍ ଖାଦ୍ୟ ଦେଖି ଅସନ୍ତୋଷ ଝାଡ଼ିଲେ ବାରବାଟୀ-କଟକ ବିଧାୟକା ସୋଫିଆ ଫିଦୋଷ

01-Jun-2026



କଟକ (ତପନ ମହାନ୍ତି ସ୍ପେଶାଲ ରିପୋଟର): ନୂଆବଜାରସ୍ଥିତ ଲେପରସ ହସ୍ପିଟାଲରେ   ରୋଗୀଙ୍କ ସମସ୍ୟା  ବୁଝିଲେ ସୋଫିଆ ଫିଦୋଷ । ଲେପରସ ହସ୍ପିଟାଲରରେ ବିଗତ ଦିନରେ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଶୁଣିସାରିବା ପରେ ହଠାତ ରବିବାର ଦିନ ଚିକିତ୍ସାଳୟର ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ କରି ରୋଗୀଙ୍କ ସହିତ ଆଲୋଚନା କରିଥିଲେ ବିଧାୟିକା ସୋପିଆ ଫିଦୋଷ |ରୋଗୀଙ୍କୁ ଠିକ୍ ସମୟରେ ଖାଦ୍ୟ ଦିଆଯାଉନାହିଁ, ରହୁଥ‌ିବା ଘର ଭାଙ୍ଗିରୁଜି ଗଲାଣି, ଛାତରୁ ପାଣି ଗଳୁଛି  ମାସକୁ ମିଳିଥିବା ସାବୁନ ତେଲ ମିଳୁନାହିଁ, ରୋଗୀମାନଙ୍କ ହାତଗୋଡ଼ କାମ କରୁନାହିଁ କିନ୍ତୁ ସେମାନଙ୍କୁ ୮୦ ପ୍ରତିଶତ ସ୍ଥାନରେ ୬୦ ପ୍ରତିଶତ ବିକଳାଙ୍ଗ ସାର୍ଟିପିକେଟ ମିଳିଛି ବୋଲି ଅନେକ ବିଧାୟିକା ସୋଫିଆଙ୍କୁ ଜଣକ ପରେ ଜଣେ ଅଭିଯୋଗ କରିଥିଲେ ।ଜେଲରେ ଯିଏ ରହୁଛି ଠିକ ସମୟରେ ଖାଦ୍ୟ ମିଳୁଛି । ମାତ୍ର ଆମେ କାମଧନ୍ଦା କରିବାକୁ ଅକ୍ଷମ ଥିବା ବୁଢ଼ାବୁଢିଙ୍କୁ  ଠିକ୍ ସମୟରେ ସୁଷମ ଖଦ୍ୟ ମିଳୁନାହିଁ ବୋଲି ରୋଗୀ ମାଗୁଣି ଜେନା କାନ୍ଦିକାନ୍ଦି କହିଥିଲେ।ସବୁ ଅଭିଯୋଗ ଶୁଣିବା ପରେ ଏଣିକି ଏ ସମସ୍ୟା ଆଉ ରହିବନାହିଁ । ମୁଁ ନିଜେ ଏ ବିଷୟରେ ସରକାର ତଥା ବିଭାଗୀୟ ଅଧୁକାରୀଙ୍କ ସହିତ କଥାହୋଇ ପ୍ରତିକାର ବ୍ୟବସ୍ଥା କରିବି ବୋଲି ଆଶ୍ୱାସନା ଦେଇଥିଲେ ବିଧାୟିକା।ପରେ ବିଧାୟିକା ହୋମ୍‌ରେ ରହୁଥ‌ିବା ରୋଗୀମାନଙ୍କ ୱାର୍ଡ ବୁଲି  ଅସୁବିଧା ବିଷୟରେ ପଚାରି ବୁଝିଥିଲେ।ସବୁ ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବାକୁ ଦେଲେ ଆଶ୍ୱାସନାଏହି ସମୟରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଭାତ, ଡାଲି ଓ ସୋୟାବିନ ତରକାରୀ ରୋଗୀଙ୍କୁ ଦେବା ପାଇଁ ଆସି ପହଞ୍ଚିଥିଲା। ପ୍ରତି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ପରିମାଣ କମ୍ ଥିବା ଦେଖୁ ବିଧାୟିକା ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ରୋଗୀଙ୍କ ସମସ୍ତ ସମସ୍ୟା ବିଷୟରେଲିଖିତ ଭାବେ ଜଣାଇବାକୁ ଦୁଇଜଣଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ରୋଗୀଙ୍କୁ ପାଣି, ବିସ୍ଫୁଟ ଓ ଥଣ୍ଡା ପାନୀୟ ଯୋଗାଇ ଦେଇଥିଲେ। ବିଧାୟିକାଙ୍କ ସହିତ ଗିରିବାଳା ବେହେରା, ହିମାଂଶୁ ଶେଖର ସାହୁ, ଗୋଲଖ ସାହୁ, ପୂର୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଗତ ଦୁଇଦିନ ତଳେ ସ୍ବରୂପା ମହାସଂଘ ନିଜର ବକେୟା ଟଙ୍କା ପାଇନଥିବାରୁ ରୋଗୀଙ୍କୁ ଖାଦ୍ୟ ଯୋଗାଣ ବନ୍ଦ କରିଦେବାରୁ ରୋଗୀମାନେ ଓଳିଏ ଉପାସରେ ରହିଥିଲେ। ଅପରାହ୍ନରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ହସ୍ତକ୍ଷେପ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦି ସଂସ୍କାର ନାମକ ଏକ ଏନଜିଓ ସଂସ୍ଥା ଏବେ ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
, କାମରେ ଲାଗୁନି ସରକାରୀ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ   02-Jun-2026
  ଜିଲ୍ଲା  
ବିଶ୍ଵ କଲ୍ୟାଣାର୍ଥେ ରୁଦ୍ରାଭିସେକ ଓ ପୂଜନ   02-Jun-2026
  ଜିଲ୍ଲା  
କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ପରଖିଲେ ଜିଲ୍ଲାପାଳ   02-Jun-2026
  ଜିଲ୍ଲା  
ସରଗାଡ଼ ରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର   01-Jun-2026
  ଜିଲ୍ଲା  
ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଉଦ୍‌ଘାଟିତ ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ   01-Jun-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   01-Jun-2026
  ଜିଲ୍ଲା  
ଏସ୍‌ଆଇଆର୍ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କଲେ ଜିଲ୍ଲାପାଳ   01-Jun-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଜୟନ୍ତୀ ମଞ୍ଜରୀ ରଥ ଙ୍କ ସ୍ମୃତି ସଭା   01-Jun-2026
  ଜିଲ୍ଲା  
କଟକ ଜିଲ୍ଲାସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ ପାଳିତ   01-Jun-2026
  ଜିଲ୍ଲା  
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର   01-Jun-2026
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ପ୍ରକ୍ରିୟା ନିମନ୍ତେ ସାମ୍ବାଦିକ ସମ୍ମିଳନୀ   01-Jun-2026
  ରାଜ୍ୟ  
ଶିକ୍ଷା କ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗୀରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ   01-Jun-2026

You Might Also Like