-+91-9937148622 |

prerana_bgr@rediffmail.com |

  Sunday 31st May 2026 |

| | | |

R.N.I. Regd No. ODIODI/2010/46693

Breaking News

ପେଟ୍ରୋଲ ଓ ଡିଜେଲରୁ ରପ୍ତାନି ଶୁକ୍ଳ ହ୍ରାସ   (31-May-2026)       ||      ବାରଙ୍ଗ ଥାନା ଘଟଣାକୁ ନେଇ ଡିସିପିଙ୍କୁ ଭେଟିଲେ ବାଙ୍କୀ ବିଧାୟକ   (31-May-2026)       ||      ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,ନାଚ,ଗୀତରେ କମ୍ପିଲା ଗାଁ ଦାଣ୍ଡ   (31-May-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା*   (31-May-2026)       ||      ଅର୍ଣ୍ଣପୂର୍ଣ୍ଣା ସେବା ଅଭିଯାନରେ ୭୦୦ ଜଣଙ୍କୁ ଖାଦ୍ୟ ବଣ୍ଟନ    (31-May-2026)       ||      *ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା*   (31-May-2026)       ||      ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l   (31-May-2026)       ||      ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ    (31-May-2026)       ||      ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   (31-May-2026)       ||      ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (30-May-2026)       ||      ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   (30-May-2026)       ||      ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   (30-May-2026)       ||      ମୈଦଳପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ   (30-May-2026)       ||      ନର୍ଲା ପି,ଏସ,ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଓ ବରିଷ୍ଟ କିରାଣୀ ସନ୍ତୋଷ ନାଏକଙ୍କୁ ଭାବବିହୋଲ ବିଦାୟକାଳୀନ ସମ୍ବର୍ଦ୍ଧନା   (30-May-2026)       ||      ଉତ୍କଳ ମହିଳା ବିକାଶ ପରିଷଦ”ର ରୌପ୍ୟ ଜୟନ୍ତୀ ପାଳିତ    (30-May-2026)       ||      ବିନା ସୂଚନା ଫଳକ ରେ ଚାଲିଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ   (30-May-2026)       ||      ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ   (30-May-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (30-May-2026)       ||      କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆମ୍ବୁଲାନ୍ସ ସେବାର ଲୋକାର୍ପଣ   (30-May-2026)       ||      ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ! ଘଟଣା ଦିନ ରାଜ୍ୟ ବାହାରେ ଥାଇ ଵି ସେହି ଘଟଣାରେ ସାମ୍ବାଦିକଙ୍କୁ ଦୋଷୀ କରାଗଲା ♦️ ନିର୍ଦ୍ଦୋଷକୁ ଗିରଫ ନେଇ ସାମ୍ୱାଦିକ ସଂଘର କ୍ଷୋଭ   (30-May-2026)       ||     

HOME   ଜିଲ୍ଲା

ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,ନାଚ,ଗୀତରେ କମ୍ପିଲା ଗାଁ ଦାଣ୍ଡ

31-May-2026



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ମାଁ ମାହେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ନିତାଇ ଚରଣ ପୂଜାରୀ ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ପୁରାତନ ଛାତ୍ର ମାନଙ୍କ ତରଫରୁ ଡିଜେର ତାଳେ ତାଳେ ନାଚ ଗୀତର ଆୟୋଜନ କରାଯାଇ ଶୋଭାଯାତ୍ରା ମାଧ୍ୟମରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସ୍ଥାନୀୟ ସ୍କୁଲ ଠାରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୂଜାରୀଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ପ୍ରସନ୍ନ ରଥ ଯୋଗଦେଇ ଅବସର ଗ୍ରହଣ କରିବାକୁ ଯାଉଥିବା ଶିକ୍ଷକ ନିତାଇ ଚରଣ ପୂଜାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ସି ଆର ସି ସି ବିବେକାନନ୍ଦ ନାୟକ,ସ୍କୁଲ କମିଟି ସଭାପତି ବୃନ୍ଦାବନ ଦାସ,ଶିକ୍ଷକ ଜୟ ନାରାୟଣ ପୂଜାରୀ,ମୋ ସ୍କୁଲ ଅଭିଯାନ ସଭାପତି ଜଗତ ଜୀବନ ଦାସ,ୱାର୍ଡ ପ୍ରତିନିଧି ଆନନ୍ଦ ହୋତା,ସ୍ୱେଚ୍ଛାସେବୀ ନୀଳାମ୍ବର ସାହୁ,ରାମଚନ୍ଦ୍ର କର୍ଣ୍ଣ,ଶିକ୍ଷକ ସୁଧାଂଶୁ ପୂଜାରୀ,ରାମ ନାରାୟଣ ପୂଜାରୀ,ହିମାଂଶୁ ପୂଜାରୀ, ବିଭୂତି ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିକ୍ଷକ ନିତାଇ ଚରଣ ପୂଜାରୀ ୧୯୮୮ମସିହାରୁ ନିରବିଚ୍ଛିନ୍ନ ଭାବେ ଦୀର୍ଘ ସମୟ ଧରି ଏହି ସ୍କୁଲରେ ଚାକିରୀ କରି ଆଜି ମେ ୩୧ତାରିଖ ୨୦୨୬ ଅବସର ଗ୍ରହଣ କରିଛନ୍ତି ।ତେବେ ସ୍କୁଲରେ  ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ,ସ୍କୁଲରେ ଠିକ ସମୟରେ ଉପସ୍ଥିତ,ବିଭିନ୍ନ କାର୍ଯ୍ୟ ସମ୍ପାଦନା ଏବଂ ତାଙ୍କ କର୍ତ୍ତବ୍ୟ ନିଷ୍ଠା ଉପରେ ଅତିଥି ଓ ପୁରାତନ ଛାତ୍ରଛାତ୍ରୀ ବର୍ଣ୍ଣନା କରିଥିଲେ ।ପ୍ରାରମ୍ଭରେ ସ୍କୁଲ ତରଫରୁ ଶିକ୍ଷୟତ୍ରୀ ରାତ୍ରହାତ ଯୁଆଡ଼ି,ପ୍ରଶାନ୍ତି ସେଠୀ ଅତିଥି ମାନଙ୍କୁ ଫୁଲମାଳ ଅର୍ପଣ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଡିଜେ ଗାଡ଼ିର ସଙ୍ଗୀତରେ ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ତାଙ୍କ ପ୍ରିୟ ଶିକ୍ଷକ ଶ୍ରୀ ପୂଜାରୀଙ୍କୁ ଧରି ଗ୍ରାମ ପରିକ୍ରମା କରିଥିଲେ ।ପରିକ୍ରମା ବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ମହିଳା ମାନେ କଳସ  ବସାଇ ପାଦ ଧୋଇବା ସହିତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପୂଜାରୀଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ  ନିଜସ୍ୱ ଗ୍ରାମ ପୂଜାରୀ ସାହାଜବାହାଲକୁ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଗ୍ରାମବାସୀ ଯାଇ ତାଙ୍କ ବାସଭବନରେ ଛାଡ଼ିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପେଟ୍ରୋଲ ଓ ଡିଜେଲରୁ ରପ୍ତାନି ଶୁକ୍ଳ ହ୍ରାସ   31-May-2026
  ଜିଲ୍ଲା  
ବାରଙ୍ଗ ଥାନା ଘଟଣାକୁ ନେଇ ଡିସିପିଙ୍କୁ ଭେଟିଲେ ବାଙ୍କୀ ବିଧାୟକ   31-May-2026
  ଜିଲ୍ଲା  
ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା,ନାଚ,ଗୀତରେ କମ୍ପିଲା ଗାଁ ଦାଣ୍ଡ   31-May-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା*   31-May-2026
  ଜିଲ୍ଲା  
ଅର୍ଣ୍ଣପୂର୍ଣ୍ଣା ସେବା ଅଭିଯାନରେ ୭୦୦ ଜଣଙ୍କୁ ଖାଦ୍ୟ ବଣ୍ଟନ   31-May-2026
  ଜିଲ୍ଲା  
*ସ୍ୱାମୀଙ୍କ ସମ୍ମୁଖରେ ମହାନଦୀକୁ ଡେଇଁ ପଡ଼ିଲେ ମହିଳା*   31-May-2026
  ଜିଲ୍ଲା  
ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରାର ୯୨ତମ ସ୍ମୃତି ଦିବସରେ ସ୍ମାରକୀ ପଦଯାତ୍ରା ଓ ଜନସଭା l   31-May-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଆରମ୍ଭ ହେଲା ବିଜ୍ଞାନ ପାଠ୍ୟକ୍ରମ   31-May-2026
  ଜିଲ୍ଲା  
ବାଲିଯାତ୍ରା ତଳ ପଡିଆରେ ପ୍ରେମୀ ଯୁଗଳଙ୍କ ଭିଡ ପଡ଼ିଆରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ   31-May-2026
  ଜିଲ୍ଲା  
ଯୁବୋଦୟ ଭିକ୍ଟର ୨୦୨୬♦️ +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   30-May-2026
  ଜିଲ୍ଲା  
ପ୍ରେମ ପାଇଁ ଯୁବକ ଉପରେ ଚଢ଼ାଇ ଦେଲେ ଥାର ଗାଡି|   30-May-2026
  ଜିଲ୍ଲା  
ନିର୍ମାଣ ସଂସ୍ଥା ବସ ଧକ୍କାରେ ଯୁବତୀ ମୃତ   30-May-2026

You Might Also Like