-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

 କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର

10-May-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ଗ୍ରାମପଞ୍ଚାୟତ ଲଙ୍ଗଳକଟା ଗ୍ରାମ ଚାଷଜମି ରାସ୍ତାରୁ ଶନିବାର ସକାଳ ୭ଟା ସମୟରେ ୨କୁଇଣ୍ଟାଲ ୭୨କିଲୋ  ୨୦୦ଗ୍ରାମ ଗଂଜେଇ ଜବତ କରି ଗଂଜେଇ ବୋଝେଇ ଏକ କ୍ରେଟା କାର୍ ଗାଡି ନମ୍ବର ଓଡ଼ି ୧୭ଏକ୍ସ ୭୧୨୭କୁ ଜବତ କରିଛି ଡୁଙ୍ଗୁରିପାଲି ପୋଲିସ।ଗଂଜେଇ ମାଫିଆମାନେ ଗାଡି ଛାଡି ଫେରାର ହୋଇ ଯାଇଛନ୍ତି। ଓଡିଶାରୁ ଛତିଶଗଡ଼ ଗଂଜେଇ ଚାଲାଣ।

ପ୍ରାପ୍ତ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ବୌଦ୍ଧ ପଟରୁ  ଛତିଶଗଡକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଧଳା ରଙ୍ଗର ଏକ କାର୍ ଗଂଜେଇ ବୋଝେଇ ଭର୍ତ୍ତି ଆସୁଥିବା ଦେଖି କୌଣସି ସୂତ୍ରରୁ ଖବର ପାଇଁ ସୋନପୁର ପୋଲିସ ଟିମ୍ କାରକୁ ପିଛା କରି ବିନିକା ଓ ରାମପୁର ପୋଲିସକୁ ଖବର ଦେଇଥିଲା। ସୋନପୁର, ବିନିକା ଓ ରାମପୁର ଥାନା ପୋଲିସ ଟିମ୍ ମିଳିତ ହୋଇ ଭୋର ୫ ଟା ସମୟରେ କାର୍ କୁ ପିଛା କରିଥିଲେ।ହେଲେ ଗଂଜେଇ ମାଫିଆ ମାନେ ଗଂଜେଇ ପାର କରି ନପାରି ଡୁଙ୍ଗୁରିପାଲି ଥାନା ବେହେରାମାଲ ଗ୍ରାମପଞ୍ଚାୟତ  ଲଙ୍ଗଳକଟା ଗ୍ରାମ ନିକଟ ଚାଷଜମି ରାସ୍ତାରେ ଗଂଜେଇ ଭର୍ତ୍ତି ଏକ ଧଳା କାରକୁ ଛାଡି ଫେରାର ହୋଇ ଯାଇଥିଲେ।ଚାଷଜମି ରାସ୍ତାରେ ସକାଳ ୭ଟା ରେ ଏକ ଧଳା କାର୍ ଥିବା ଦେଖି ଲଙ୍ଗଳକଟା ଗ୍ରାମର  ରବୀନ୍ଦ୍ର ତ୍ରିପାଠୀ ଡୁଙ୍ଗୁରିପାଲି ପୋଲିସ କୁ ଖବର ଦେଇଥିଲେ।ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳକୁ ସକାଳ ୭ ଟା ସମୟରେ ପହଂଚିଥିଲେ। ପରେ ଦିନ ୧୧ ଟା ସମୟରେ  ରାମପୁର ଅତିରିକ୍ତ ତହସିଲଦାର ରୋହିତ କୁମାର ବାଘ ମାଜିଷ୍ଟ୍ରେଟ ଦାଇତ୍ୱ ଉପସ୍ଥିତ ରହିଥିଲେ। ପୋଲିସ କାର ଭିତରୁ ଗଂଜେଇ ସବୁକୁ  ବାହାର କରିଥିଲେ। କାର ଭିତରୁ ମୋଟ ୨୭୦ ପକେଟ ଗଂଜେଇ ବାହାରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା। ଗଂଜେଇକୁ ଓଜନ କଲା ପରେ ଏହାର ପରିମାଣ ୨କୁଇଣ୍ଟାଲ ୭୨କିଲୋ 

୨୦୦ଗ୍ରାମ ହୋଇଥିଲା। ଓଜନ ଗଂଜେଇ ସବୁ ୧୨ ଗୋଟି  ବଡ଼ ବୁରା ପକେଟରେ ଭର୍ତ୍ତି କରି ସିଲ୍ କରାଯାଇ ପୋଲିସ ଜବତ କରିରଖିଛି।ଗଂଜେଇ ମାଫିଆ ମାନେ ଗଂଜେଇ ଚାଲାଣ କରୁଥିବା ବେଳେ ଦୁଇଟି ନମ୍ବର ପ୍ଲେଟ ଓଡିଶା ଓ ଛତିଶଗଡ ନମ୍ବର ପ୍ଲେଟ ଓ କାରକୁ ପୋଲିସ ଜବତ କରିଛି। ଜବତ ହୋଇଥିବା ଗଂଜେଇର ସରକାରୀ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବା ପୋଲିସ କହିଛି। ଏ ନେଇ ଡୁଙ୍ଗୁରିପାଲି ପୋଲିସ କେଶ୍ ନଂ -୧୧୫ /୨୬ ରେ ଅବକାରୀ ଆକ୍ଟ ୩୧୮/(୪)ଭାରତୀୟ ନ୍ୟାୟ ସହିତା ଅନୁଯାୟୀ ୨୦(b) c ୨୫/୨୯ ,୨୦(b)(ii)c ୨୫/୨୯ ମାମଲା ରୁଜୁ ହୋଇଥିବା ତଦନ୍ତଅଧିକାରୀ ଏ.ଏସ.ଆଇ ଅମିତ କୁମାର ଧଳ କହିଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like