-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
17-Apr-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ଯୁବୋଦୟ ଲିଡ୍ ସ୍କୁଲର ଦଶମ ଶ୍ରେଣୀ (ସିବିଏସି) ପରୀକ୍ଷାର ଫଳାଫଳ ଏବେ ପ୍ରକାଶ ପାଇଛି। ପ୍ରାରମ୍ଭିକ ବ୍ୟାଚ ହେଉଥିବା ସତ୍ୱେ, ଛାତ୍ରଛାତ୍ରୀ ମାନେ ଖୁବ ଭଲ ପ୍ରଦର୍ଶନ କରି ସ୍କୁଲର ଗୌରବ ବଢ଼ାଇଛନ୍ତି।
ଏହି ପରୀକ୍ଷାରେ ଅପର୍ଣା ନାଥ ୯୭.୬% ଅଙ୍କ ପାଇ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପରେ ବେଦବ୍ୟାସ ଗଡତ୍ୟା ୯୫.୬% ଏବଂ ଅବନୀଶ କୁମାର ଦାଶ ୯୪.୮% ରଖିଛନ୍ତି | କ୍ରମାଗତଭାବେ ଅଭୟ ପ୍ରତାପ ପଟେଲ ୯୪.୪%, ପ୍ରଣୀତ ପାତ୍ର ୯୪.୨%, ସୁମିତ କୁମାର ପଟେଲ ୯୨.୮% ଓ ଅଂଶିତା ଦାଶ ୯୦.୬% ଅଙ୍କ ପାଇ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛନ୍ତି।
ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ସ୍କୁଲ ପାଇଁ ଏକ ବଡ଼ ସଫଳତା। ଏକ ତୃତୀୟାଂଶ ଛାତ୍ରଛାତ୍ରୀ ୯୦% ଠାରୁ ଅଧିକ ଅଙ୍କ ପାଇଛନ୍ତି ଓ ଦୁଇ ତୃତୀୟାଂଶ ୮୦% ଠାରୁ ଉପରେ ଅଙ୍କ ରଖିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା, ଶ୍ରମ ଓ ଶିକ୍ଷକ ମାନଙ୍କ ଉତ୍ତମ ଆଧୁନିକ ପ୍ରଣାଳୀରେ ଶିକ୍ଷାର ଫଳ ବୋଲି କୁହାଯାଉଛି।
ପଶ୍ଚିମ ଓଡିଶାରେ ଅନେକ ଡାକ୍ତର ଓ ଇଞ୍ଜିନିୟର ତିଆରି କରୁଥିବା ଏକ ଶିକ୍ଷା କେନ୍ଦ୍ର ଭାବେ ପରିଚିତ ହୋଇଥିବାରୁ, ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ସ୍ୱଳ୍ପ ଖର୍ଚ୍ଚରେ ଭଲ ଶିକ୍ଷା ଦେବାରେ ନାମ କମାଇଥିବା ଯୁବୋଦୟ, ଚଳିତ ବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ପଢ଼ା ପ୍ରଣାଳୀ ଆରମ୍ଭ କରିଛି ଯାହା ଫଳରେ ଅଭିଭାବକ ମାନଙ୍କର ଯୁବୋଦୟ ପ୍ରତି ବିଶ୍ୱାସ ଆଉ ମଜବୁତ ହୋଇଛି। ଆଗାମୀ ଦିନରେ ଯୁବୋଦୟ ଏହି ଅଞ୍ଚଳର ଶିକ୍ଷାକୁ ନୂତନ ଆକାର ଦେବାକୁ ଯାଉଅଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପରିପ୍ରକାଶ କରିଛନ୍ତି |