-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
16-Apr-2026
ତୁଷୁରା (ମନୋଜ କୁମାର ଜୈନ) ଓଡିଶାର ଶିକ୍ଷିତ ଭିନ୍ନକ୍ଷମ ମାନଙ୍କୁ ନେଇ ଗଠିତ "ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ତୁଷୁରା ଏନଏସି ର ୨ ନମ୍ବର ୱାଡ ରେ ବସବାସ କରୁଥିବା ୪୦ ଜଣ ଅସହାୟ ବୃଦ୍ଧା ପିତା ମାତା ଏବଂ ନିରୀହ ଭିନ୍ନକ୍ଷମ ମାନଙ୍କୁ ଜୋତା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ମହାମାରୀ କରୋନା ସମୟରେ ଲୋକେ ଜୀବନ ଭୟରେ ଘରୁ ବାହାରି ବାକୁ ଭୟ କରିଥିବା ବେଳେ ଏହି ସଂଘ ସଭାପତି ଶମ୍ଭୁ ପ୍ରସାଦ ସାହୁ ନିଜ ଜୀବନକୁ ଭୟ ନ କରି ତୁଷୁରା ଏନଏସି ର ବିଭିନ୍ନ ୱାଡ ମାନଙ୍କରେ ଘର ଘର ବୁଲି ଲୋକଙ୍କୁ ସଚେତନ କରି ନିଜ ଖର୍ଚ୍ଚ ରେ ଶୁଖିଲା ଖାଦ୍ୟ ମାକ୍ସ ବଣ୍ଟନ କରିବା ସହିତ ଗଳି କଣ୍ଡି ରେ ଥିବା ଡ୍ରେନ ମାନଙ୍କୁ ସେନିଟାଇଜର କରି ବେଶ ପ୍ରଶଂସିତ ହୋଇଥିଲେ। ପରେ ବର୍ଷା ସମୟରେ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ସହିତ ଛତା, ଶୀତରେ କମ୍ବଳ, ଗ୍ରୀଷ୍ମ ସମୟରେ ଚପଲ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ସେହିପରି ଗୁରୁବାର ଦିନ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଚପଲ ବଣ୍ଟନ କରିବା କାର୍ଯ୍ୟକ୍ରମ ରେ ତୁଷୁରା ସହରରେ ଭାନୁ ଜୈନ ସାମିଲ ହୋଇ ସହଯୋଗ କରିଥିଲେ।