-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ବଲାଙ୍ଗୀର, (ପ୍ରେରଣା ଖବର) ସମ୍ବିଧାନ ପ୍ରଣେତା ବିଶ୍ୱ ରତ୍ନ ଡଃ ଭୀମ ରାଓ ଆମ୍ବେଦକର ଙ୍କ ପବିତ୍ର ୧୩୫ ତମ ଜନ୍ମ ଦିବସରେ ଡି.ବି.ଏ.ଫ. ଫାଉଣ୍ଡେସନ ସାଲେପାଲି ର ସଭାପତି ପାଣ୍ଡବ ଚରଣ କୁମ୍ଭାର ଙ୍କ ସଭାପତିତ୍ୱରେ ତଥା ଫାଉଣ୍ଡେସନର ସାଧାରଣ ସଂପାଦକ ଆକାଶ ସାଗର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅଗଣିତ ଆମ୍ବେଦକର ପ୍ରେମୀମାନେ ଫାଉଣ୍ଡେସନ ଠାରେ ଡଃ ବି.ଆର.ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଏବଂ ଗୌତମ ବୁଦ୍ଧ ଙ୍କୁ ପ୍ରାର୍ଥନା କରି ସାଲେପାଲି ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରିଥିଲେ l ଏହାପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଡଃ ଆମ୍ବେଦକ ଙ୍କ ପ୍ରତିମୁର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଇଶ୍ୱର ନନ୍ଦ, ଅର୍ଜୁନ ନାଗ, ଦଣ୍ଡୁଆ କୁମ୍ଭାର, ଲୋକନାଥ ସୁନା, ବିରେନ୍ଦ୍ର ରାଏ, ସୁଶାନ୍ତ କୁମାର ନନ୍ଦ, ରମେଶ ଚନ୍ଦ୍ର ନାଗ, ପ୍ରମୋଦ କୁମାର ବହିଦାର, ପ୍ରଭାତ ବାରିକ, ରବି ସୁନା, କ୍ରିଷ୍ଣା ପାତ୍ର, ହରି ନନ୍ଦ, ନବୀନ ବାଗ, ହାରାଧନ କୁମ୍ଭାର, କୁନା ବାଗ, ଡାକ୍ତର ସୁନା, ପ୍ରଭାତ ବାରିକ, ସୁଦାମ ସୁନା, ସମ୍ବୋଦର ମହାନନ୍ଦ, ଶରତ ଦୀପ, ପ୍ରତାପ ସିଂ କୁମ୍ଭାର ପ୍ରମୁଖ ଏହି ଜନ୍ମ ଜୟନ୍ତୀ ରେ ସାମିଲ ଥିଲେ l