-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||     

HOME   ଜିଲ୍ଲା

ଏକ ଭିନ୍ନ ଶିକ୍ଷକ

04-Mar-2026



ବର୍ତ୍ତମାନ ଯୁଗରେ କୋଚିଂ ଏକ ଭଲ ବ୍ୟବସାୟ ।ଏହି ବ୍ୟବସାୟ କୁ ଲୋକେ ନିଜର ରୋଜଗାରର ମାଧ୍ୟମ କରି ହଜାର ହଜାର ଟଙ୍କା କମାଉଛନ୍ତି । କିନ୍ତୁ ବଲାଙ୍ଗୀର ଜିଲ୍ଲା ରାମଚନ୍ଦ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଭୟ ଚରଣ ତ୍ରିପାଠୀ ଟିକେ ଭିନ୍ନ । ସେ କୋଚିଂ କୁ ସେବା ଭାବି ଦେଇଚାଲିଛନ୍ତି ମାଗଣା ଶିକ୍ଷା । ଉଭୟ ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ତାଙ୍କର ଏହି କାର୍ଯ୍ୟ ବେଶ୍ ଭଲ ଭାବରେ କରିଚାଲିଛନ୍ତି ସେ । ଯାହା ଦ୍ଵାରା ପ୍ରତ୍ୟେକ ଦିନ ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଅଫଳାଇନ୍ ଓ ୩୦-୪୦ ଜଣ ଅନଲାଇନ୍ ରେ ଉପକୃତ ହେବା ସହିତ ଗତ ୬ ବର୍ଷ ରେ ପାଖାପାଖି ୯୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଡ଼ି ହୋଇ ସାରିଲେଣି ।ଯାହା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଗହଣରେ ବେଶ୍ ଗ୍ରହଣ ଯୋଗ୍ୟ ହୋଇଅଛି । ଦେଓଗାଁ ବ୍ଲକର ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ବରକାନୀ ଗ୍ରାମର ଶ୍ରୀଯୁକ୍ତ ଦ୍ଵାରୁ ତ୍ରିପାଠୀ ଓ ଶ୍ରୀମତୀ କୁମୁଦିନୀ ତ୍ରିପାଠୀଙ୍କ ସାନ ପୁଅ ଅଭୟ ନିଜ ବଡ଼ ଭାଇ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀଙ୍କ ଦିଗ୍ ଦର୍ଶନ ରେ ନିଜ ଗ୍ରାମ ବିଦ୍ୟାଳୟରୁ ପାଠ ପଢା ଆରମ୍ଭକରିବା ପରେ ନେତ୍ର ଭାନୁ ଉଚ୍ଚ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ, ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ ଯୁକ୍ତ ତିନି ସାରି ବିଏଡ୍ କରି ଥିଲେ । ସେ ଦୁଇଟି ଭାଷା ଇଂରାଜୀ ଓ ସଂସ୍କୃତରେ ପିଜି ମଧ୍ୟ କରି ସାରିଛନ୍ତି ।୨୦୧୯ ମସିହାରେ ରାମଚନ୍ଦ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବା ପରେ ପୂର୍ବ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପର୍ଶୁରାମ ଧରୁଆ ଓ ବର୍ତ୍ତମାନ ର ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ପଣ୍ଡା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣାରେ ନବମ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ ।କରୋନା ଭଳି ଦୁଃସହ ସ୍ଥିତିରେ ମଧ୍ୟ ସେ ଅନଲାଇନ ମାଧ୍ୟମରେ ଏହାକୁ ଚାଲୁ ରଖିଥିଲେ । ଏହାଦ୍ବାରା ଏସ୍ ସି ଓ ଏସ୍ ଟି ଛାତ୍ରୀ ମାନଙ୍କ ଶିକ୍ଷାର ଅନେକ ମାନ ବୃଦ୍ଧି ହଉଛି। ଏହା ବ୍ୟତୀତ ବିଦ୍ୟାଳୟର କ୍ରୀଡା ଶିକ୍ଷକର ଅଭାବ ଯୋଗୁଁ ନିଜେ ଦାୟିତ୍ଵ ନେଇ କ୍ରୀଡା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ପାଇଁ ଅନେକ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ନେତୃତ୍ଵରେ ଜୋନ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାରେ ବିଦ୍ୟାଳୟ ଚାମ୍ପିଅନ ହେବାରେ ସଫଳ ହୋଇଥିବା ବେଳେ ଗତ ଦୁଇ ବର୍ଷରେ ଉଭୟ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଓ ଗଣ ଶିକ୍ଷା ବିଭାଗର ବିଭିନ୍ନ ଖେଳକୁଦ ପ୍ରତିଯୋଗୀତାରେ ୧୫ ଜଣ ଛାତ୍ରୀ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି । ଏହା ସହ ସମଗ୍ର ଓଡ଼ିଶାର ଅନେକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ମାଗଣା କୋଚିଂ ପ୍ରଦାନ କରି ଅନେକ ଛାତ୍ରଛାତ୍ରୀଙ୍କୁ  ସିଟି ଏବଂ ବିଏଡ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ କରାଇବା ସହ ଅନେକ ପିଲାଙ୍କ ନିଯୁକ୍ତି ରେ ମଧ୍ୟ ସହାୟକ ହୋଇ ପାରିଛନ୍ତି ।ଏହି ସବୁ କାର୍ଯ୍ୟ ପାଇଁ ତାଙ୍କୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ୟ ପ୍ରଦାନ କରା ଯାଇଥିଲା । ପୁନଶ୍ଚ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ୱର୍ଦ୍ଧନା ଜ୍ଞାପନ ମଧ୍ୟ କରା ଯାଇଛି ଯଥା ଭୀମ ପାହାଡ଼ ଆଦର୍ଶ ଶିକ୍ଷକ ସମ୍ମାନ, ଅର୍କଶ୍ରୀ ଶିକ୍ଷା ସେବୀ ସମ୍ମାନ(କୋଣାର୍କ), ତେଜସ୍ଵିନୀ ପ୍ରତିଭା ସମ୍ମାନ (ବଲାଙ୍ଗୀର), ଭାରତୀୟ ସାହିତ୍ୟ ଓ ସଂସ୍କୃତି ସାଂସଦ, ସମ୍ବଲପୁର ଦ୍ଵାରା ଆଦର୍ଶ ଶିକ୍ଷକ ସମ୍ମାନ, ସୋମ ଫାଉଣ୍ଡେସନ ଦ୍ବାରା ମାଟି ଗୌରବ ସମ୍ମାନ , ମାଟିଲଗ୍ନା ସମର୍ପିତ ସେବା ସମ୍ମାନ ଆଦି । ତାଙ୍କର ବିଶ୍ବାସ ଶିକ୍ଷା ହିଁ ଏକମାତ୍ର ପନ୍ଥା ଯାହାଦ୍ଵାରା  ସମାଜ ରୁ ଗରିବୀ, ଅନ୍ୟାୟ ଓ କୁସଂସ୍କାର କୁ ଦୂର କରି ପାରିବ । ତେଣୁ ଏହି ଅଧିକାର ସମସ୍ତେ ପାଇବା ଯୋଗ୍ୟ । ଏଣୁ ଶିକ୍ଷାସେବା ମାର୍ଗ ର ବ୍ରତୀ ହେବା ନିମନ୍ତେ ସେ ପ୍ରୟାସ ରତ । ଏସବୁ ଭିତରେ ତାଙ୍କର ନିଶା ହେଉଛି ସାହିତ୍ୟ ସର୍ଜନା । ସେ ଓଡ଼ିଆ, ଇଂରାଜୀ,ହିନ୍ଦୀ, ସଂସ୍କୃତ ଓ ସମ୍ବଲପୁରୀ ଆଦି ପାଞ୍ଚଟି ଭାଷାରେ ସାହିତ୍ୟ ରଚନା କରି ପ୍ରାୟ ୫୦୦ ରୁ ଉର୍ଦ୍ଧ କବିତା ,ଗଳ୍ପ, ପ୍ରବନ୍ଧ ସୃଷ୍ଟି କରି ସାରିଛନ୍ତି । ସାହିତ୍ୟ ପାଇଁ ତାଙ୍କୁ ମାଟିଲଗ୍ନା ଚନ୍ଦନ ସମ୍ମାନ, ଟାଇମ୍ସ ୱାନ୍ କବିଶ୍ରୀ ସମ୍ମାନ, ମାଟିଲଗ୍ନା ଯୁବ କିଶଳୟ ସମ୍ମାନ ପ୍ରଦାନ କରା ଯାଇଛି । ଦେଓଗାଁ ସାହିତ୍ୟ ଘରର ସେ ଜଣେ ସକ୍ରିୟ ସଦସ୍ୟ । ନିକଟଭବିଷ୍ୟତରେ ଅନେକ ଗୁଡ଼ିଏ ପୁସ୍ତକ ପ୍ରକାଶିତ କରିବା ଲକ୍ଷ ରଖିଛନ୍ତି । ତାଙ୍କର ଏହି ସବୁ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026

You Might Also Like