-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ଛାତ୍ରଛାତ୍ରୀ ସ୍କୁଲରେ ଜୀବନ ସମ୍ପର୍କରେ ଜ୍ଞାନଅହରଣ କର-ପିସିସିସଭାପତି ଭକ୍ତ ଦାସ

06-Feb-2026



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଜରାସିଂହାର ପିଏମଶ୍ରୀ ନେତ୍ରଭାନୁ ହାଇସ୍କୁଲର ଅନେକ ଐତିହାସିକ ଅନୁଭୁତି ରହିଛି । ସମାଜକୁ ସଚେତନ କରିବା ଓ ଶିକ୍ଷାର ବିକାଶ ପାଇଁ ସ୍ଥାପିତ ନେତ୍ରଭାନୁ ହାଇସ୍କୁଲକୁ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ,ଜାନକିବଲ୍ଲଭ ପଟ୍ଟନାୟକଙ୍କ ଭଳି ମହାନବ୍ୟକ୍ତିତ୍ୱ ଥିବା ମୁଖ୍ୟମନ୍ତ୍ରୀଗଣ ଆସିଛନ୍ତି । ସେମାନଙ୍କର ସହଯୋଗ,ସହାନୁଭୁତି ସବୁବେଳେ ରହିଆସିଥିଲା । ଏବେ ଛାତ୍ରଛାତ୍ରୀ ଏଠି ପାଠ୍ୟପୁସ୍ତକର ପାଠ ସହ ଜୀବନ ସମ୍ପର୍କରେ ଜ୍ଞାନଆହରଣ କର ବୋଲି ଆଜି ଦେଓଗାଁ ବ୍ଲକ ଜରାସିଂହାର ପିଏମଶ୍ରୀ ନେତ୍ରଭାନୁ ହାଇସ୍କୁଲର ୭୫ବର୍ଷ ପୂର୍ତ୍ତିରେ ପାଳିତ

ହେଉଥିବା ପ୍ଲାଟିନମ ଜୁବୁଲି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦେଶକଂଗ୍ରେସକମିଟିର ସଭାପତି ଭକ୍ତଚରଣ ଦାସ କହିଛନ୍ତି । ଜୀବନ ସମ୍ପର୍କରେ ଜ୍ଞାନ ପାଇଲେ ତାହା ନିଜକୁ ଆଲୋକିତ କରିବା ସହିତ ସମାଜକୁ ମଧ୍ୟ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେ ୨୦୦୦ ମସିହା ରେ ପବିତ୍ର ହରିଶଙ୍କରରୁ ସୋନପୁର ପର୍ଯ୍ୟନ୍ତ ପଦଯାତ୍ରା କରୁଥିବା ବେଳେ ଜରାସିଂହା ସ୍କୁଲରେ ଦରିପକାଇ ରାତ୍ରୀଯାପନ କରିଥିଲେ ବୋଲି କହି ଏହି ଅନୁଷ୍ଠାନ ସହିତ ଥିବା ତାଙ୍କର ଭାବଗତ ସମ୍ପର୍କ ସହିତ ତାଙ୍କର ସ୍ୱପ୍ନ ଓ ସଂଘର୍ଷର ଅନୁଭୁତି ରହିଛି ବୋଲି ଶ୍ରୀ ଦାସ କହିଥିଲେ । ଜୁବୁଲିକମିଟିର ଉପଦେଷ୍ଟା ଯଜେ୍ଞଶ୍ୱର ବାବୁଙ୍କ ସଭାପତିତ୍ୱ ଓ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ପିସିସି ସଭାପତି ଭକ୍ତଚରଣ ଦାସ,ବରେଣ୍ୟ ଅତିଥି ଭାବରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜା, ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜୟଦେବ ଜେନା ତାଙ୍କ ବକ୍ତବ୍ୟରେ ତାଙ୍କ ଶିକ୍ଷାମନ୍ତ୍ରୀତ୍ୱ କାଳରେ ଏହି ଅନୁଷ୍ଠାନକୁ ଆସିଥିବା ବିଷୟ ଉଲ୍ଲେଖ କରି କଂଗ୍ରେସସରକାର ଅମଳରେ ଡିପିଇପି ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ କରାଯାଇଥିବା କହିଥିଲେ । ଶ୍ରୀ ଜେନା ଅହୁରି କହିଲେ ଯେ,ପ୍ରାଥମିକ ଶିକ୍ଷାର ବିକାଶ ନହେଲେ ଉଚ୍ଚବିଦ୍ୟାଳୟରେ ବିକାଶ ହୋଇପାରିବ ନାହିଁ । ସେ ରାଜ୍ୟର ସରକାରଙ୍କୁ ଟାର୍ଗେଟ କରି କହିଲେ ଯେ, କଂଗ୍ରେସ ସରକାର ଅମଳରେ ଆରମ୍ଭ କରାଯାଇଥିବା ଲୋୟରସୁକତେଲ ପ୍ରକଲ୍ପ ଆଜି ପର୍ଯ୍ୟନ୍ତ ସରିନାହିଁ । ଜଳସେଚନ ହାର ବଢୁନାହିଁ କି ଜିଲ୍ଲାର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଥାଇ କୃଷିବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହୋଇପାରୁନାହିଁ । ବଲାଙ୍ଗୀର ଆଜି ସେମାନଙ୍କୁ ପ୍ରଶ୍ନ ପଚାରୁଛି ବୋଲି ଶ୍ରୀ ଜେନା କହିଥିଲେ । ସନ୍ତୋଷ ସିଂସାଲୁଜା ଓ ବିନୋଦ ପାତ୍ର ତାଙ୍କ ବକ୍ତବ୍ୟରେ ଏହି

ଅଞ୍ଚଳର ବିକାଶ ସମ୍ପର୍କରେ କହିଥିଲେ । ଏହି ଅବସରରେ ସ୍କୁଲରେ ଶିକ୍ଷାଲାଭ କରି ଉଚ୍ଚତର ସୋପାନରେ ପହଞ୍ଚି ଅନୁଷ୍ଠାନର ଗୌରବ ବଢାଇଥିବା ରଥିନ୍ଦ୍ର ପାଢୀ, ରବିନ୍ଦ୍ରକୁମାର ପାଢୀଙ୍କ ସହ ଅନ୍ୟକିଛି ବ୍ୟକ୍ତିବିଶେଷଙ୍କୁ  ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଅର୍ଥକମିଟିର ଅଧ୍ୟକ୍ଷ କର୍ତ୍ତାରସିଂ କୁମ୍ଭାର, ସମିତିସଭ୍ୟ ଅମିତ ତ୍ରୀପାଠୀଙ୍କ ସମେତ ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସହଅଧ୍ୟକ୍ଷମାନେ ,ଞ୍ଚାସୀନ ଥିଲେ । ଶେଷରେ ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଶାବତାର ନୃତ୍ୟ ପରିବେଷଣ କରାଯାଇଥିଲା । ବାହାରୁ ଆସିଥିବା ସାଂସ୍କୃତିକଦଳଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like