-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
18-Jan-2026
ତୁଷୁରା- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଚତୁର୍ଥ ପିଟିଏମ୍ ଅସ୍ଥାୟୀ ସଭାପତି ପିଙ୍କି ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର ଏଜେଣ୍ଡା ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିରେ ୬୬ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ। ବିଦ୍ୟାଳୟ ଚତୁଃପାର୍ଶ୍ଵରେ ସ୍ଥାୟୀ ବାଡ ସଂପୂର୍ଣ୍ଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିଭାବକ ମାନେ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ରଞ୍ଜିତା ନାଗ, ବିନ୍ଦୁ ମାହାଣା, ଆକାଂକ୍ଷା ରାଣୀ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ।