-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

୪୨ ବର୍ଷ ପରେ ସିବିଆଇ ମାଲଖାନା ରୁ ଆଜି ବାହାରିଲେ ସୁବର୍ଣ୍ଣପୁର ର ଶ୍ରୀ ଗୋପାଳଜୀ ମହାପ୍ରଭୂ ଙ୍କ ୧୨ ଗୋଟି ପ୍ରାଚୀନ ମୂର୍ତ୍ତି

10-Dec-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ଶ୍ରୀ ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ୧୨ ଗୋଟି ପ୍ରାଚୀନ ମୂର୍ତ୍ତି  ଜବତ ହେବା ଘଟଣାକୁ ୪୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ସୋନପୁର ଫେରି ନ ଥିଲା l ଏହି ସବୁ ପ୍ରାଚୀନ ମୂର୍ତ୍ତି ୧୯୯୩ ରେ ଦିଲ୍ଲୀରୁ ସିବିଆଇ ଜବତ କରିଥିଲେ ମଧ୍ୟ ଗୋପାଳଜୀ ମନ୍ଦିରକୁ ଏହି ମୂର୍ତ୍ତି ନ ଫେରି ବିଭିନ୍ନ ମାମଲା ଯୋଗୁଁ ସିବିଆଇ ମାଲଖାନାରେ ପଡି ରହିଥିଲା । ୧୯୮୩ ମସିହାରେ ରାଜବାଟୀ ସମ୍ମୁଖ ବଡ ଗୋପାଳଜୀ ମନ୍ଦିରରୁ ୧୨ଟି ପ୍ରାଚୀନ ମୂର୍ତ୍ତି ଚୋରିି ହୋଇଥିଲା । ଚୋରି ଘଟଣାକୁ ଦୀର୍ଘ ୪୨ ବର୍ଷ ବିତି ଯାଇଥିଲେ ମଧ୍ୟ ବଡ ଗୋପାଳଜୀ ମନ୍ଦିରର ୧୨ଟି ମୂର୍ତ୍ତି ବସିଥିବା ସେହି ସ୍ଥାନ ସବୁ ଆଜି ବି ଖାଁ ଖାଁ ଲାଗୁଥିଲା । ଏପରିକି ୭ ଅଗଷ୍ଟ ୨୦୦୯ ରେ ଗୋପାଳଜୀ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟକୁ ମୂର୍ତ୍ତି ଫେରାଇ, ପୂର୍ବ ସ୍ଥାନରେ ପୁନଃ ସ୍ଥାପିତ କରି ପୂଜା ବିଧି କରିବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଯାଏଁ ସେହି ୧୨ଟି ବିଭିନ୍ନ ଧାତୁ ର ଦୁର୍ଲଭ ପିତ୍ତଳ ମୂର୍ତ୍ତି ସିବିଆଇ ମାଲଖାନାରେ ପଡ଼ି ରହିଥିଲେ । ଏପଟେ ସୋନପୁରରେ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ସୋନପୁର ଚୌହାନ ବଂଶର କୂଳ ଦେବତା ବଡ ଗୋପାଜୀ ମନ୍ଦିରକୁ ଦୀର୍ଘ୍ୟ ୪୨ ବର୍ଷ ପରେ ପିତ୍ତଳ ପ୍ରତିମୂର୍ତ୍ତି ଫେରୁଛନ୍ତି । ଝଲସି ଉଠିବ ପ୍ରଭୃଙ୍କ ସିଂହାସନ। ମହାରାଜ ମଦନ ମୋହନ ସିଂଦେଓ ଭାଇ ସନ୍ନ୍ୟାସୀ ବଂଶୀ ଗୋପାଳ ସିଂଦେଓ ଭାଇ ଭାଗରେ ଗୋପାଜୀ ମନ୍ଦିର ଓ ପୁରୀର ରାମଜୀ ମଠ ପ୍ରତିଷ୍ଠା ଲାଭ କରିଥିଲା ।

ଏହି ଗୋପାଳଜୀ ମନ୍ଦିରରେ ଅଶୀ ଦଶକ ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଚାଲିଥିଲା । ୧୯୮୩ ମସିହାରେ ଦୁର୍ବୃତ୍ତମାନେ ୧୨ଟି ମୂଲ୍ୟବାନ ମୂର୍ତ୍ତି ଚୋରି କରିଥିଲେ । ପରେ ୧୦ ଅକ୍ଟୋବର ୧୯୯୩ରେ ଦିଲ୍ଲୀ ଚାନ୍ଦିନି ଚୌକର ଫତେପୁରୀ ନିକଟରୁ ସିବିଆଇ ଦ୍ୱାରା ଜବତ ହୋଇଥିଲା ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ୧୨ଟି ମୂର୍ତ୍ତି । ଏହି ମୂର୍ତ୍ତି ଜବତ କରିଥିଲେ ସିବିଆଇ ଡିଏସ୍‌ପି ମାହାର ସିଂହ । ଏଥିରେ ଏକାଧିକ ଲୋକମାନଙ୍କ ସଂପୃକ୍ତି ରହିଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା। । ଏହି ଘଟଣା ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ଗତ ୪ ଅଗଷ୍ଟ ୨୦୦୯ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୭ ଅଗଷ୍ଟ ୨୦୦୯ ରେ ଚୂଡାନ୍ତ ରାୟ ଶୁଣାଇ କୋର୍ଟ ଶୁଣାଣି କରିଥିଲେ । ଏହି ମୂର୍ତ୍ତି ସବୁ ବଡ ଗୋପାଳଜୀ(ବାହାର) ମନ୍ଦିରକୁ ଫେରାଇ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ସୋନପୁରକୁ ଫେରି ପାରି ନ ଥିଲା ଏହି ପୁରାତନ କିର୍ତ୍ତୀରାଜି । ଏଥି ପାଇଁ ଆଇନଗତ ପ୍ରତିବନ୍ଧକ ରହିଥିଲା । ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଏଡିଜେ-୩ କୋର୍ଟ ରାୟ ପରେ ମୂର୍ତ୍ତି ଫେରିବାର ନେଇ ଆଶା ଉଜ୍ଜୀବିତ ହୋଇଥିଲା l ଗତ କିଛି ମାସ ହେଲା ବିଭିନ୍ନ ପତ୍ରିକା ରେ ନିରନ୍ତର ବ୍ୟବଧାନରେ ଏହି ସମ୍ପର୍କ ଖବର ପରିବେଷଣ କରାଯାଉଥିଲା । ଦୀର୍ଘଦିନ ଧରି ମୂଲ୍ୟବାନ ମୂର୍ତ୍ତି ଫେରିବା ସମ୍ଭବ ହୋଇ ନ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟଜନକ ଭାବ ରହିଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ବିଭିନ୍ନ ମିଡ଼ିଆଙ୍କ ଖବର ଓ ଜିଲ୍ଲା ପ୍ରଶାସନ, କୋର୍ଟର ଉଚ୍ଚ ପଦବୀ ଅଧିକାରୀ ଙ୍କ ପ୍ରଚେଷ୍ଟା ହିଁ ଉଜ୍ଜୀବୀତ କରିଥିଲା । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସ୍ଵତନ୍ତ୍ର ଦୃଷ୍ଟି ଦେବାରୁ ସମ୍ବେଦନଶୀଳ ଓ ସୋନପୁର ଐତିହାସିକ ମୂକସାକ୍ଷୀ ଥିବା ୧୨ଟି ମୂର୍ତ୍ତି ମାଲଖାନାରୁ ବାହାରିଲା । ଏହି ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ କହିଛନ୍ତି ବିଗତ ସପ୍ତାହରେ ଏହି ମାମଲା ନେଇ ଶୁଣାଣି ହୋଇଥିଲା । ଆମର ଆଇନ ସମ୍ମତ ଥିବାରୁ ଅପିଲ ମାନ୍ୟବର କୋର୍ଟ ଶୁଣିଲେ । ମାଲିକାନା ଥିବାରୁ ମୂର୍ତ୍ତିମାନେ ହସ୍ତାନ୍ତର ହେବ । ବଡ ଗୋପାଲଜୀ ମନ୍ଦିରରେ ମୂର୍ତ୍ତି ମାନେ ସ୍ଥାପନା ହେବ l ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଡା ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ପୂର୍ବ ପରି ପୂଜାର୍ଚ୍ଚନା କରାଯିବ ବୋଲି କହିଛନ୍ତି । ଆସନ୍ତା କାଲି ସକାଳେ ସୋନପୁରକୁ ମୂର୍ତ୍ତି ମାନଙ୍କୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସପି ଶ୍ରୀ ଚନ୍ଦ୍ରଶେଖର ଶବର ଆଜି ବୁଧବାର ରାତିରେ ଭୁବନେଶ୍ଵରରୁ କଡା ପୋଲିସ ସୁରକ୍ଷାରେ ଆଣିବେ ବୋଲି ଜଣାପଡିଛି ।

ଗତ ଦୁଇ ପୀଢ଼ି ଦେଖି ନ ଥିବାର ଭକ୍ତ ମାନେ ମୂଲ୍ୟବାନ ମୂର୍ତ୍ତି ଦର୍ଶନ ପାଇବେ ବୋଲି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ସୋନପୁର ବାସୀଙ୍କ ପାଇଁ ସବୁଠୁ ଖୁସି ଖବର ନିଶ୍ଚିତ । ଶ୍ରୀ ଗୋପାଲଜୀ ମହାପ୍ରଭୁ ଜିଲ୍ଲାର ଅସ୍ମିତାର ପ୍ରତୀକ ଅଟନ୍ତି l ଦୀର୍ଘ ୪୨ ବର୍ଷ ପୂର୍ବରୁ ଯେଉଁ ଅସ୍ମିତା ହଜି ଯାଇଥିଲା ସୁବର୍ଣ୍ଣପୁର ର ଲୋକ ପ୍ରିୟ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ବଳିଷ୍ଠ ନେତୃତ୍ଵ, ଦୃଢ଼ ଇଚ୍ଛାଶକ୍ତି ଓ ଶ୍ରୀ ଗୋପାଳଜୀ ଙ୍କ ଆଶିର୍ବାଦ ମା ସୁରେଶ୍ଵରୀଙ୍କ ଶକ୍ତି ଓ ସୋନପୁର ଶକ୍ତି ପୀଠର ଶକ୍ତିର ପ୍ରଭାବରେ କୋର୍ଟର ସମସ୍ତ ମାନ୍ୟବର ବିଚାରପତିଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସମସ୍ତ ଶୁଭେଚ୍ଛୁ ଙ୍କ କୋଡ଼ିନେଶନରେ ଜିଲ୍ଲା ପ୍ରଶାସନ ମୁଖ୍ୟ ଡ଼. ସାହୁ ତାଙ୍କ ମୁଖିଆ ପଦବୀକୁ ସାକାର କରି ପାରିଛନ୍ତି । ସହର ଓ ଜିଲ୍ଲା ବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ଓ ସଂପୃକ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସୋନପୁରର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ନିଶ୍ଚିତ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like