-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ରତାଖଣ୍ଡି-ଆଟଗାଁ ରାସ୍ତାର ତେଲନଦୀରେ ନିର୍ମାଣହେବ ଉଚ୍ଚକ୍ଷମତାସମ୍ପନ୍ନ ପୋଲ

30-May-2026



ବଲାଙ୍ଗୀର(ପ୍ରେରଣା ଖବର):  ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଗୁଡଭେଲା ବ୍ଲକର ଲୋକଙ୍କର ବହୁଦିନର ଦାବି ପୂରଣ ହେବାକୁ ଯାଉଛି । ଦେଓଗାଁ ବ୍ଲକର ଗୌରଗୋଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡିଠାରୁ ଗୁଡଭେଲା ମାଢେକେଲା ପଞ୍ଚାୟତର ବ୍ଲକର ଆଟଗାଁକୁ ସଂଯୋଗ କରିବାକୁ ତେଲନଦୀ ରେ ନିର୍ମାଣ ହେବ ଏକ ଉଚ୍ଚକ୍ଷମତାସମ୍ପନ୍ନ ବ୍ରିଜ । ୬୧୫ ମିଟର ବିଶିଷ୍ଟ ତଥା ପ୍ରାୟ ୭୫ କୋଟି ଟଙ୍କାର ବ୍ୟୟଅଟକଳରେ ଏହାକୁ ନିର୍ମାଣ କରିବାକୁ ରାଜ୍ୟସରକାର ଅନୁମୋଦନ କରିଛନ୍ତି। ରାଜ୍ୟସରକାରଙ୍କ ଗ୍ରାମ୍ୟଉନ୍ନୟନ ବିଭାଗର ପତ୍ର ସଂଖ୍ୟା-୨୮୫୪୧୬୦୦୫୫୨୦୨୬/ଆରଡି ତା.୧୯.୫. ୨୦୨୬ରେ ଗ୍ରାମ୍ୟଉନ୍ନୟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଶୁଭଦର୍ଶିନୀ ସ୍ୱାଇଁ ଆରଡି ବିଭାଗର ଇଞ୍ଜିନିୟରିଂ ଇନଚିଫ(୨)ଙ୍କୁ ଦେଇଥିବା ପ୍ରକଲ୍ପ ଅନୁମୋଦିତ ପତ୍ରରେ ୧ ନମ୍ବରରେ ଏହି ରତାଖଣ୍ଡି-ଆଟଗାଁ ତେଲନଦୀ ବ୍ରୀଜ ସ୍ଥାନିତ ହୋଇଛି । ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳୀର ସଦର ବ୍ଲକର କୁଟୁମଡୋଲା-ଦୁଆନପାଲି ବ୍ରୀଜ ମଧ୍ୟ ଅନୁମୋଦିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ଅନୁମୋଦିତ ୨୦ଟି ବ୍ରିଜ ମଧ୍ୟରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଦୁଇଟି, ଲୋଇସିଂହା ନିର୍ବାଚନମଣ୍ଡଳୀର ୩ଟି ଓ ଟିଟିଲାଗଡ ନିର୍ବାଚନମଣ୍ଡଳୀର ଗୋଟିଏ ବ୍ରୀଜ ନିର୍ମାଣ ପାଇଁ ଅନୁମୋଦିତ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ଗୁଡଭେଳାଅଞ୍ଚଳବାସୀ ବହୁବର୍ଷ ହେଲା ଏହି ସ୍ଥାନରେ ତେଲନଦୀ ଉପରେ ବ୍ରୀଜ ର୍ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏହି ବ୍ରୀଜ ନିର୍ମାଣ ହେଲେ ବଲାଙ୍ଗୀର ଜିଲ୍ଲା ତଥା ସହର ସହିତ ଗୁଡଭେଲା ବ୍ଲକର ଉପାନ୍ତ ଗୁଡଭେଲା, ଘୁନା, ବିରାମୁଡା, ଜାମୁଟ, ଗମ୍ଭାରୀଗୁଡା, ମାଢେକେଲା ପଞ୍ଚାତ ସହିତ ପ୍ରାୟ ୭ଟି ପଞ୍ଚାୟତର ଲୋକେ ଯାତାୟାତର ସୁବିଧା ହୋଇପାରିବ। ଏହି ବ୍ରୀଜ ଯୋଗୁଁ ବଲାଙ୍ଗୀର ଜିଲ୍ଲା ସହିତ ବୌଦ୍ଧ, କଳାହାଣ୍ଡି ଓ ଫୁଲବାଣୀ ଜିଲ୍ଲାକୁ ସିଧାସଳଖ ସଂଯୋଗ ହୋଇପାରିବ। ରାଜ୍ୟସରକାରଙ୍କ ଏହି ପଦକ୍ଷେପ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦେଓଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଐତିହାସିକ ପଦକ୍ଷେପ କେବଳ ଦେଓଗାଁ ବ୍ଲକପାଇଁ ନୁହଁ ବଲାଙ୍ଗୀର ଜିଲ୍ଲାର ବିକାଶର ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ଏକ ପ୍ରେସ ବିବୃତିରେ ଶ୍ରୀ ମେହେର ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like