-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଓଡିଶା ହାଇକୋର୍ଟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ୩୪ତମ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

30-May-2026



କଟକ(ତପନ ମହାନ୍ତି )ଆଜି ଓଡିଶା ହାଇକୋର୍ଟ ବାର ଆସୋସିଏସନ ହଲରେ ଓଡିଶା ହାଇକୋର୍ଟର ପୂର୍ବତନ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଧାଚରଣ ପଟନାୟକଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ପାଳିତ ହୋଇଛି I ଜଷ୍ଟିସ ରାଧାଚରଣ ପଟନାୟକ ସ୍ମୃତି କମିଟିର ଆବାହକ ଶଶିଭୂଷଣ ଦାସ ଓ ଯୁଗ୍ମ ଆବାହକ ଭବାନୀ ଶଙ୍କର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶ୍ରୀଯୁକ୍ତ କୃଷ୍ଣ ରାମ ମହାପାତ୍ର ନିଜ ବକ୍ତବ୍ୟରେ ଓଡିଶା ହାଇକୋର୍ଟ ଓ ବାର ଆସୋସିଏସନପାଇଁ ଜଷ୍ଟିସ ପଟନାୟକଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ I ଗରିବ ଲୋକଙ୍କପାଇଁ ଲିଗାଲ ଏଡ଼ ଜରିଆରେ ଓ ବ୍ୟକ୍ତିଗତଭାବେ ଜଷ୍ଟିସ ରାଧାଚରଣ ପଟନାୟକଙ୍କ ଦରଦ ଉପରେ ଆଲୋକପାତ କରିବା ସହିତ ନିଜର ବହୁ ଅନୁଭୂତି କହିଥିଲେ । 

 ସମ୍ମାନୀୟ ଅତିଥି ତଥା ମୁଖ୍ୟ ବକ୍ତାଭାବେ ମାନ୍ୟବର ନ୍ୟାୟମୁର୍ତ୍ତୀ ଶ୍ରୀଯୁକ୍ତ ମୃଗାଙ୍କ ଶେଖର ସାହୁ ଓ ମାନ୍ୟବର ନ୍ୟାୟମୁର୍ତ୍ତୀ ଶ୍ରୀଯୁକ୍ତ ମୁରାହରି ଶ୍ରୀ ରମଣ ନ୍ୟାୟ ବ୍ୟବସ୍ଥାକୁ ଜଷ୍ଟିସ ରାଧାଚରଣ ପଟନାୟକଙ୍କ ଅବଦାନ କଥା ସ୍ମରଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସ୍ମୃତି ଫଳକପାଖରେ ପ୍ରଦୀପ ପ୍ରଜ୍ଯୋଳନ କରଯାଇଥିଲା I ପ୍ରାରମ୍ଭରେ ଓକିଲାତିବେଳୁ, ଓଡିଶା ହାଇକୋର୍ଟ ବାର ସମ୍ପାଦକ, ହାଇକୋର୍ଟ ବିଚାରପତିଭାବେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ ଓ ଆଇନ ସେବା ଓ ସାହାଯ୍ୟପାଇଁ, ବନ୍ୟା ପ୍ରପୀଡିତଙ୍କୁ ଓ କଳାହାଣ୍ଡିର ଅନାହାର ମୃତ୍ୟୁବେଳେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆବାହକ ତଥା ସଂଯୋଜକ ଶଶିଭୂଷଣ ଦାସ ବର୍ଣନା କରିବା ସହିତ, କିପରି ସୁପ୍ରିମକୋର୍ଟର ବିଚାରପତିଭାବେ ୨୦୦୦ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଥିବାବେଳେ ୧୯୯୨ ମସିହା ମଇ ମାସ ୩୦ ତାରିଖରେ ଭୁବନେଶ୍ବରରୁ ନିଜେ କାର ଚଳାଇ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିବାବେଳେ କିପରି ବଡମେଡିକଲ ଲୋକାରଣ୍ୟ ହୋଇଯାଇଥିଲା, ତାହାର ଅବତାରଣା କରିଥିଲେ I 

 ହାଇକୋର୍ଟ ବାର ସଭାପତି ଲଲାଟେନ୍ଦୁ ସାମନ୍ତରାୟ, ଉପ-ସଭାପତି ପ୍ରଦୀପ କୁମାର ମହାପାତ୍ର ବକ୍ତବ୍ୟ ରଖିବାପରେ, ସମ୍ପାଦକ ହୃଦାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଇନଜୀବି ଜୀବନବଲ୍ଲଭ ଦାଶ, ଡକ୍ଟର ସୁଜାତା ଦାଶ, ଲାଇବ୍ରେରୀ ସମ୍ପାଦକ ବାସୁଦେବ ବାରିକ, କେଦାର ଷଡଙ୍ଗୀ, ଚନ୍ଦନା ଦାଶ, ସୁଧାମୟୀ ଦାଶ, ହେମନ୍ତ ମହାପାତ୍ର, ରବିନ୍ଦ୍ର ପ୍ରଧାନ, ଲକ୍ଷ୍ମୀଚରଣ ବେହେରା, କପିଳ ନାୟକ, ଯୁବ ଆଇନଜୀବି ଡକ୍ଟର ବିପ୍ଲବ ଶିଳାଦିତ୍ୟ, ଜଷ୍ଟିସ ପଟନାୟକଙ୍କ ଭାଣିଜୀ ଆଡଭୋକେଟ ସୋନାଲୀ ମହାନ୍ତିଙ୍କ ସମେତ ଶତାଧିକ ଆଇନଜୀବୀ ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like