-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||     

HOME   ଜିଲ୍ଲା

ମୁନିସିପାଲିଟି ବିରୁଦ୍ଧରେ ରୁଜୁ ହେବ ହତ୍ୟା ମାମଲା: ନରସିଂହ, ଧାନକିଣା କେନ୍ଦ୍ର ବ୍ୟବସ୍ଥିତ କରୁ ବିଭାଗ ଓ ସରକାର; ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ କିଏ ?

28-Nov-2025



ବଲାଙ୍ଗୀର(ପ୍ରେରଣା ଖବର) : ମହାରାଣୀ ସାଗର ଦୁର୍ନୀତିର କୁପ୍ରଭାବ ସାଧାରଣ ଜନତାଙ୍କୁ ଗ୍ରାସ କରିବାରେ ଲାଗିଛି । ଅର୍ଥଲୋଭରେ ପୌର ପ୍ରଶାସନ କାମ ପାଇ ଥିଭା ମହିଳା ଏସଏଚଜି ଓ ସେଗୁଡିକୁ କାର୍ଯ୍ୟକାରି କରୁଥିବା ଜଣେ ଠିକାଦାର ସେଷରେ ତୁଳସୀ ନଗର ନିବାସୀ ନିଶିକାନ୍ତ କୁମ୍ଭାରଙ୍କ ଜୀବନ ନେଇଛନ୍ତି । ସେମାନେ ଅର୍ଥ ତୋଷାରପାତ କରିବା ପାଇଁ ଏକ ନିମ୍ନମାନର ବାଉଁଶ ପୋଲ ତିଆରି କରି ସେଠିକାର ଲୋକଙ୍କୁ ସେହି ରାସ୍ତାରେ ଯିବା ଆସିବା ପାଇଁ ବ୍ୟବସ୍ଥା କରିଥିଲେ । ଯାହାଦ୍ୱାରା କି ପୂର୍ବତନ  କାଉନସିଲର ନିଶିକାନ୍ତ କୁମ୍ଭାର ସେହି ନିମ୍ନ ମାନର ପୋଲ ଉପରେ ଯାଉ ଥିବା ବେଳେ ଗୋଡ ଖସି ତଳେ ପଡି ଯାଇଥିଲେ । ସେଠାରେ ଥିବା ପଥରରେ ମୁଣ୍ଡ ଛେଚି ହୋଇ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ବଲାଙ୍ଗୀର ପୌର ସଂସ୍ଥା, ମହିଳା ଏସଏଚଜି ଏବଂ ଠିକାଦାର ବିଘ୍ନ ମିଶ୍ରଙ୍କ ସାମୁହିକ ଅବହେଳା ଯୋଗୁଁ ନିଶିକାନ୍ତଙ୍କ ଜୀବନହାନୀ ଘଟିଛି । ଆଇନ ଅନୁସାରେ କାହାର ଅବହେଳା ପାଇଁ ଯଦି ଜଣେ ବ୍ୟକ୍ତି ପ୍ରାଣ ହରାଏ ତେବେ, ଅବହେଳା କରିଥିବା ସମସ୍ତ ପକ୍ଷଙ୍କ ବିରୁଦ୍ଧରେ ହତ୍ୟା ମୁକଦ୍ଦମା ରୁଜୁ ହେବ। ତେଣୁ ଏମାନଙ୍କ ବିରୁଦ୍ଧରେ ଅତି ଶୀଘ୍ର ହତ୍ୟା ମୁକଦ୍ଦମା ରୁଜୁ ହେବା ଉଚିତ ବୋଲି ଆଜି ପୂର୍ବତନ ଆଇନ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ପୀଡିତ ପରିବାର ୨ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ଦାବୀ କରି ପାରିବେ । କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ଏହି ଠିକାଦାରଙ୍କ ଜଣେ କର୍ମଚାରୀ କାମ କରୁଥିବା ବେଳେ ବିଜୁଳୀ ଆଘାତରେ ପ୍ରାଣ ହରାଇଥିଲେ । କିନ୍ତୁ ଚଂଚକତା କରି ପୌରସଂସ୍ଥା ସେହି ଘଟଣାକୁ ଚପାଇ ଦେଇଥିଲା । ତେଣୁ ଉଭୟ ମୃତ୍ୟୁ ଘଟଣା ପାଇଁ  ଉପରୋକ୍ତ ତିନି ସଂସ୍ଥା ମାମଲା ଉପରେ ହତ୍ୟା ମାମଲା ରୁଜୁ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ସାଗର କାମ ପାଇଁ ନଗର ଉନ୍ନୟନ ବିଭାଗ ୮ କୋଟି, ଅଟଳ ଯୋଜନାରେ ୮ କୋଟି ୩୩ ଲକ୍ଷ, ତା ଉପରେ ପୁଣି ତତ୍କାଳୀନ ରାଜ୍ୟ ସରକାରଙ୍କ ମୋ ପୋଖରୀ ଯୋଜନାରୁ ଅନୁଦାନ ଆସିଛି । କିନ୍ତୁ ମହାରାଣୀ ସାଗରର ବିକାଶ ପରିବର୍ତ୍ତେ ପୌର ସଂସ୍ଥା ଏହାର ବିନାଶ କରିବାରେ ଲାଗିଛି । ତେଣୁ ଦୁର୍ନୀତିରେ ଉବୁଟୁବୁ ଥିବା ଏହି ପ୍ରକଳ୍ପକୁ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ମିଶ୍ର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଶ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିବା ସହ କହିଥିଲେ ବର୍ତ୍ତମାନ ବିଧାୟକ ନିଜ ନିର୍ବାଚନୀ ପ୍ରତିଶୃତିରେ ୧୦ ଦିନ ଭୀତରେ ବଲାଙ୍ଗୀରକୁ ଅପରାଧ ମୁକ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁୃ ବର୍ତ୍ତମାନ ବଲାଙ୍ଗୀର ସହର ଅପରାଧି ଓ ନିଶା ବେପାରୀଙ୍କ ସ୍ୱର୍ଗ ପାଲଟିଛି । ଦିନଦ୍ୱିପହରେ ହତ୍ୟା ଘଟଣା ଘଟେଇ ଅପରାଧୀ ସ୍ୱଛନ୍ଦରେ ଫେରାର ମାରି ପାରୁଛି । ଲୋକଙ୍କୁ ଏପରି ମିଥ୍ୟା ପ୍ରତିଶୃତି ପାଇଁ ଜନ ପ୍ରତିନିଧି ଉତ୍ତରଦାୟୀ ରହିବା ସହ ଇସ୍ଥାପା ଦିଅନ୍ତୁ ବୋଲି କହିଥିଲେ । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କେର୍ନ୍ଦ ସରକାର ଯେତେ ବଢାଉଛନ୍ତି ରାଜ୍ୟ ସରକାର ଦେଉଥିବା ବୋନସରୁ ସେହି ମୁଲ୍ୟ କାଟିଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । କେନ୍ଦ୍ର ସରକାର ବଢାଇଥିବା ୬୯ ଟଙ୍କା ଚାଷୀର ହକ ଅଟେ । ରାଜ୍ୟର କୌଣସି ଅଧିକାର ନାହିଁ ଯେ ସେ ଏହି ଅର୍ଥ ବୋନସରୁ କାଟି ଦେବ । ଏଥିରୁ ଚାଷୀକୁଳ ପ୍ରତି ଏମାନଙ୍କ ଅସୁଆ ଭାବ ସ୍ପଷ୍ଟ ଜଣା ପଡୁଛି । ମୁଁ ଦାବି କରୁଛି ଏମଏସପିରେ ବଢିଥିବା ୬୯ ଟଙ୍କା ଚାଷୀଙ୍କ ଏକାଉଣ୍ଟକୁ ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ତାସହ ଧାନ କିଣା କେନ୍ଦ୍ର ମାନଙ୍କରେ ସିସି କ୍ୟାମେରା ଏବଂ ଅଣ ଏଫଏକ୍ୟୁ ରୁ ଏଫଏକ୍ୟୁ ଧ।।ନ କରିବାର ଉପକରଣ ସମସ୍ତ ମଣ୍ଡି ମାନଙ୍କ ରେ ବ୍ୟବସ୍ଥା କରାଯାଉ । କାରଣ ସରକାରଙ୍କ ନୁଆଁ ନିଷ୍ପତ୍ତି ଅନୁସାରେ ଚାଷୀ ଯଦି ଅଣ ଏଫେଏକ୍ୟୁ ଧାନ କୁ ଏଫଏକ୍ୟୂ କରିବା ପାଇଁ ଆରଏମସିକୁ ଯିବ ତେବେ ତାହାର ପରିବହନ ଖର୍ଚ୍ଚ ପାଇଁ ଚାଷୀ ଅନେକ କ୍ଷତି ସହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା , ଅସିତ ମିଶ୍ର, ଲୋପନ ମିଶ୍ର, କୈଳାସ ମିଶ୍ର, ଜୁଲପଟ୍ଟନାୟକ, ମାନସ ମହାନ୍ତି, ଅନ୍ତ ବେହେରା,  ଅର୍ଣ୍ଣପୁର୍ଣ୍ଣା ବରିହା, ମୀରା ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026

You Might Also Like