-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ଜିଲ୍ଲା

ଧଳା ହୀରା କୁହଯାଉଥିବା କପାରେ ବଲାଙ୍ଗିରକୁ ୬୦ କୋଟିର କ୍ଷତିଗ୍ରସ୍ତ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ

19-Nov-2025



ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ): ବଲାଙ୍ଗିର ନେତା ନିର୍ବାଚନ ରେ ବ୍ୟସ୍ତ । ସରକରୀ ଅଧିକାରୀ ବେଫିକର। ଉଭୟଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ନୀତି ନିର୍ଦ୍ଧାରଣ ବୈଠକ ବସୁନି। ହୋଇପାରୁନି ନିଷ୍ପତ୍ତି। ଫଳସ୍ୱରୁପ ବଲାଙ୍ଗିର ଜିଲ୍ଲା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି | ଚାଷୀ ଶୋଷଣର ଶିକାର ହେଉଛି, ପ୍ରଶାସନ ପାଖକୁ ଯାଉଥିବା ଫି’ବାଟମାରଣା ହେଉଛି। ଏହାର ଲାଭଉଠାଉଛନ୍ତି ରାଜ୍ୟ ବାହାର ବେପାରୀ ଓ ଦଲାଲ । ପ୍ରଶାସନର ଭୁଲ ନିଷ୍ପତ୍ତି ପାଇଁ ଏଭଳି ଢଙ୍ଗରେ ଚଳିତବର୍ଷ କପା କ୍ରୟ କ୍ଷେତ୍ରରେ ବଲାଙ୍ଗିର ପ୍ରାୟ ୯୦କୋଟି ଟଙ୍କାର କ୍ଷତି ସହିଛି। ଏଥିରୁ ୫୮ କୋଟି ଚାଷୀ ପକେଟରୁ ଯାଇଥାଆନ୍ତା। ବଳକା ୨ କୋଟି ଆରଏମ୍‌ସିକୁ ମିଳିଥାନ୍ତା। କିନ୍ତୁ ନୂଆପଡ଼ା ଉପନିର୍ବାଚନ ପାଇଁ ବଲାଙ୍ଗିର ଜିଲ୍ଲାକୁ ଏଭଳି କ୍ଷତି ହୋଇଛି। ଜିଲ୍ଲା ସଂଲଗ୍ନ ସୋନପୁର, କଳାହାଣ୍ଡିକୁ ମିଶାଇଲେ କ୍ଷତି ପରିମାଣ ପ୍ରାୟ

ଦେଢ଼ଶହ କୋଟି ଡେଇଁବ ବୋଲି ଅନୁମାନ କରାଯାଉଛି।
 ସରିଲାଣି ପ୍ରଥମ ପର୍ଯ୍ୟାୟ ଅମଳ, ବସିପାଦେଢ଼ଶହ କୋଟି ଡେଇଁବ ବୋଲି ଅନୁମାନ କରାଯାଉଛି।

 ସରିଲାଣି ପ୍ରଥମ ପର୍ଯ୍ୟାୟ ଅମଳ, ବସିପାରୁନାହିଁ କ୍ରୟ କମିଟି ବୈଠକ

କଣ୍ଟେନରରେ ବୋହି ନେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ବେପାରୀ

» ଏସ୍ଏସ୍‌ପି ୮୧୧୦, ମଧ୍ୟସ୍ଥି ଦେଉଛନ୍ତି ୫୫୦୦ ଟଙ୍କା

ଚାଷୀ ଶୋଷଣର ଶିକାର, ଆରଏମ୍‌ସି ହରାଉଛି କମିଶନ

ଚଳିତବର୍ଷ ଜିଲ୍ଲାରେ ୭୧ ହଜାର ୨୭୦ ହେକ୍ଟର ଜମିରେ କପା ଚାଷ କରିବାକୁ ଟାର୍ଗେଟ ଥିଲା। ହେଲେ ଉପ‌ଯୁକ୍ତ ବର୍ଷା ଏବଂ ବିହନର ସୁଷମ ବଣ୍ଟନ ପାଇଁ ଟାର୍ଗେଟରୁ ଅଭିବୃଦ୍ଧି ଘଟି ୭୪ ହଜାର ୭୫୩ ହେକ୍ଟର ଜମିରେ ଚାଷ ହୋଇଛି । କୃଷି ବିଭାଗର ଆକଳନ କ୍ରମେ ହେକ୍ଟର ପ୍ରତି ହାରାହରି ୧୦ କ୍ଲିଣ୍ଟାଲ ଆଧାରରେ ଜିଲ୍ଲାରୁ ୭ ଲକ୍ଷ ୪୭ ହଜାର ୫୩୦ କ୍ରିଣ୍ଟାଲ ► ଭିତରେ

କପା ଅମଳ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି। ମୋଟମୋଟି ଭାବରେ କପାକୁ ୩ରୁ ୪ଟି ପର୍ଯ୍ୟାୟରେ ତୋଳାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ ଅମଳର ୨୮ରୁ ୩୦ ପ୍ରତିଶତ ଅମଳ ଆସିଯାଏ। ସେହିକ୍ରମରେ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଭିତରେ ଜିଲ୍ଲାରୁ ସମ୍ଭାବ୍ୟ ଅମଳ ଆକଳନର ୩୦ ପ୍ରତିଶତ କପା ଅର୍ଥାତ ପ୍ରାୟ ୨ ଲକ୍ଷ ୨୪ହଜାର ୨୫୯ ଦ୍ବିଣ୍ଟାଲ କପା ତୋଳା ସରିଲାଣି। କେତେକ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କପା ମଧ୍ୟ ତୋଳା ଆରମ୍ଭ ହୋଇଛି। ଫସଲର ଦ୍ଵିତୀୟ ପର୍ଯ୍ୟାୟରେ ଉଭୟ ଗୁଣାତ୍ମକ ଏବଂ ପରିମାଣ ଅନୁଯାୟୀ ପ୍ରାୟତଃ ଭଲ ଅମଳ ଆସିଥାଏ। ହେଲେ ଉଦ୍‌ବେଗର ବିଷୟ, ସବୁତକ ଅମଳ ଦଲାଲ ଜରିଆରେ ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ଛତିଶଗଡ଼କୁ ଚାଲିଯାଉଛି । କାରଣ ପ୍ରଥମ ପର୍ଯ୍ୟାୟ କୋପାତୋଳା ସରିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲାରେ କପାକ୍ରୟ କମିଟି ବୈଠକ ବସିନଥିବାରୁ ମଣ୍ଡି/ୟାର୍ଡ ଖୋଲି ପାରିନାହିଁ। ଆଗକୁ ଶୀତ ଏବଂ ବର୍ଷା ଆଶଙ୍କା କରାଇ ଦଲାଲ ଗାଁ ଗାଁରୁ କପା ସଂଗ୍ରହ କରି ରାଜ୍ୟ ବାହାରର ବେପାରୀକୁ ଟେକି ଦେବ। କେବଳ ଏତିକି ନୁହେଁ, କେନ୍ଦ୍ର କୃଷି ବିଭାଗ ପକ୍ଷରୁ କପା ପାଇଁ ଏମଏସପି ୮୧୧୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଗାଁ ଗାଁରେ ବେପାରୀ ୫୨ରୁ ୫୫ଶହ ଟଙ୍କା ଦେଉଛନ୍ତି। ଯେଉଁଥିରୁ ଚାଷୀ ଶୋଷଣର ଶିକାର ହେଉଛି। ଏଯାବତ ମଣ୍ଡି ନ ଖୋଲିବାରୁ ପ୍ରଥମ ପର୍ଯ୍ୟାୟର ୩୦ ପ୍ରତିଶତ ଅମଳ ଅର୍ଥାତ ୨ଲକ୍ଷ ୨୪ ହଜାର ୨୫୯ କ୍ରିଣ୍ଟାଲ କପା ଖୋଲା ମାର୍କେଟରେ ବିକ୍ରି ହୋଇଗଲା । ଯହାର ଏମଏସପି ୮୧୧୦ ଟଙ୍କା ଅନୁଯାୟୀ ବଜାରଦର ୧, ୮୧୮,୭୪୦,୪୯୦ ଟଙ୍କା ହେବା କଥା । ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ କମ ଦର ଅର୍ଥାତ ୫୫୦୦ ଅନୁଯାୟୀ ଚାଷୀଙ୍କୁ ୧,୨୩୩, ୪୨୪,୫୦୦ ଟଙ୍କା ମିଳିଛି। ଅର୍ଥାତ ବଲାଙ୍ଗିର ଜିଲ୍ଲାର ଚାଷୀ ୫୮ କୋଟି ୫୩ ଲକ୍ଷ ୧୫ ହଜାର ୯୯୦ ଟଙ୍କା କ୍ଷତି ସହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କାର କପା ମଣ୍ଡି ବା ୟାର୍ଡରେ ବିକ୍ରି ହୋଇଥାନ୍ତା, ତାହାର ୧ ପ୍ରତିଶତ ଫି’ ଆରଏମସିକୁ ଆସି ଥାନ୍ତା। ସେହି ଅନୁଯାୟୀ ୧,୮୧,୮୭,୪୦୪ ଟଙ୍କା ଆରଏମସି ପାଇଥାନ୍ତା। ହେଲେ ନେତାଙ୍କ ଅନୁପସ୍ଥିତି ଏବଂ ଜିଲ୍ଲା  ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବଲାଙ୍ଗିର ଜିଲ୍ଲା ପ୍ରଥମ ପର୍ଯ୍ୟାୟ କପା ଅମଳରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଆଉ ବିଳମ୍ବ ନ କରି କପାକ୍ରୟ କମିଟି ବୈଠକ କରି କପା ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହୋଇଛି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ନିର୍ବାଚନ ସରିଲେ ଶୀଘ୍ର ତାରିଖ ଘୋଷଣା କରି କପା କିଣାଯିବ ବୋଲି କହିଛନ୍ତି lରୁନାହିଁ କ୍ରୟ କମିଟି ବୈଠକ
କଣ୍ଟେନରରେ ବୋହି ନେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ବେପାରୀ
» ଏସ୍ଏସ୍‌ପି ୮୧୧୦, ମଧ୍ୟସ୍ଥି ଦେଉଛନ୍ତି ୫୫୦୦ ଟଙ୍କା
ଚାଷୀ ଶୋଷଣର ଶିକାର, ଆରଏମ୍‌ସି ହରାଉଛି କମିଶନ
ଚଳିତବର୍ଷ ଜିଲ୍ଲାରେ ୭୧ ହଜାର ୨୭୦ ହେକ୍ଟର ଜମିରେ କପା ଚାଷ କରିବାକୁ ଟାର୍ଗେଟ ଥିଲା। ହେଲେ ଉପ‌ଯୁକ୍ତ ବର୍ଷା ଏବଂ ବିହନର ସୁଷମ ବଣ୍ଟନ ପାଇଁ ଟାର୍ଗେଟରୁ ଅଭିବୃଦ୍ଧି ଘଟି ୭୪ ହଜାର ୭୫୩ ହେକ୍ଟର ଜମିରେ ଚାଷ ହୋଇଛି । କୃଷି ବିଭାଗର ଆକଳନ କ୍ରମେ ହେକ୍ଟର ପ୍ରତି ହାରାହରି ୧୦ କ୍ଲିଣ୍ଟାଲ ଆଧାରରେ ଜିଲ୍ଲାରୁ ୭ ଲକ୍ଷ ୪୭ ହଜାର ୫୩୦ କ୍ରିଣ୍ଟାଲ ► ଭିତରେ
କପା ଅମଳ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି। ମୋଟମୋଟି ଭାବରେ କପାକୁ ୩ରୁ ୪ଟି ପର୍ଯ୍ୟାୟରେ ତୋଳାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ ଅମଳର ୨୮ରୁ ୩୦ ପ୍ରତିଶତ ଅମଳ ଆସିଯାଏ। ସେହିକ୍ରମରେ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଭିତରେ ଜିଲ୍ଲାରୁ ସମ୍ଭାବ୍ୟ ଅମଳ ଆକଳନର ୩୦ ପ୍ରତିଶତ କପା ଅର୍ଥାତ ପ୍ରାୟ ୨ ଲକ୍ଷ ୨୪ହଜାର ୨୫୯ ଦ୍ବିଣ୍ଟାଲ କପା ତୋଳା ସରିଲାଣି। କେତେକ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କପା ମଧ୍ୟ ତୋଳା ଆରମ୍ଭ ହୋଇଛି। ଫସଲର ପ୍ରଥମ ପର୍ଯ୍ୟାୟରେ ଉଭୟ ଗୁଣାତ୍ମକ ଏବଂ ପରିମାଣ ଅନୁଯାୟୀ ପ୍ରାୟତଃ ଭଲ ଅମଳ ଆସିଥାଏ। ହେଲେ ଉଦ୍‌ବେଗର ବିଷୟ, ସବୁତକ ଅମଳ ଦଲାଲ ଜରିଆରେ ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ଛତିଶଗଡ଼କୁ ଚାଲିଯାଉଛି । କାରଣ ପ୍ରଥମ ପର୍ଯ୍ୟାୟ କୋପାତୋଳା ସରିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲାରେ କପାକ୍ରୟ କମିଟି ବୈଠକ ବସିନଥିବାରୁ ମଣ୍ଡି/ୟାର୍ଡ ଖୋଲିପାରିନାହିଁ। ଆଗକୁ ଶୀତ ଏବଂ ବର୍ଷା ଆଶଙ୍କା କରାଇ ଦଲାଲ ଗାଁ ଗାଁରୁ କପା ସଂଗ୍ରହ କରି ରାଜ୍ୟ ବାହାରର ବେକାରୀ  କୁ ଟେକି ଦେବ। କେବଳ ଏତିକି ନୁହେଁ, କେନ୍ଦ୍ର କୃଷି ବିଭାଗ ପକ୍ଷରୁ କପା ପାଇଁ ଏମଏସପି ୮୧୧୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଗାଁ ଗାଁରେ ବେପାରୀ ୫୨ରୁ ୫୫ଶହ ଟଙ୍କା ଦେଉଛନ୍ତି। ଯେଉଁଥିରୁ ଚାଷୀ ଶୋଷଣର ଶିକାର ହେଉଛି। ଏଯାବତ ମଣ୍ଡି ନ ଖୋଲିବାରୁ ପ୍ରଥମ ପର୍ଯ୍ୟାୟର ୩୦ ପ୍ରତିଶତ ଅମଳ ଅର୍ଥାତ ୨ଲକ୍ଷ ୨୪ ହଜାର ୨୫୯ କ୍ରିଣ୍ଟାଲ କପା ଖୋଲା ମାର୍କେଟରେ ବିକ୍ରି ହୋଇଗଲା । ଯହାର ଏମଏସପି ୮୧୧୦ଟଙ୍କା ଅନୁଯାୟୀ ବଜାରଦର ୧, ୮୧୮,୭୪୦,୪୯୦ ଟଙ୍କା ହେବା କଥା । ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ କମ ଦର ଅର୍ଥାତ ୫୫୦୦ ଅନୁଯାୟୀ ଚାଷୀଙ୍କୁ ୧,୨୩୩, ୪୨୪,୫୦୦ ଟଙ୍କା ମିଳିଛି। ଅର୍ଥାତ ବଲାଙ୍ଗିର ଜିଲ୍ଲାର ଚାଷୀ ୫୮ କୋଟି ୫୩ ଲକ୍ଷ ୧୫ ହଜାର ୯୯୦ ଟଙ୍କା କ୍ଷତି ସହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କାର କପା ମଣ୍ଡି ବା ୟାର୍ଡରେ ବିକ୍ରି ହୋଇଥାନ୍ତା, ତାହାର ୧ ପ୍ରତିଶତ ଫି’ ଆରଏମସିକୁ ଆସିଥାନ୍ତା। ସେହି ଅନୁଯାୟୀ ୧,୮୧,୮୭,୪୦୪ ଟଙ୍କା ଆରଏମସି ପାଇଥାନ୍ତା। ହେଲେ ନେତାଙ୍କ ଅନୁପସ୍ଥିତି ଏବଂ ଜିଲ୍ଲା  ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବଲାଙ୍ଗିର ଜିଲ୍ଲା ପ୍ରଥମ ପର୍ଯ୍ୟାୟ କପା ଅମଳରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଆଉ ବିଳମ୍ବ ନ କରି କପାକ୍ରୟ କମିଟି ବୈଠକ କରି କପା ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହୋଇଛି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ଖୁବ ଶୀଘ୍ର ତାରିଖ ଘୋଷଣା କରି କପା କିଣାଯିବ ବୋଲି କହିଛନ୍ତି l ଚିନ୍ତାରେ ଚାଷୀ ଓ ମିଲର l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like