-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ମହିଳା ଓ ଶିଶୁଙ୍କୁ ମିଳୁନି ପୁଷ୍ଟିକର ପୋଷକଖାଦ୍ୟ : ଏସ୍ ଏଚ୍ ଜି ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

13-Nov-2025



୩ ମାସିଆ ଏଗ୍ରିମେଣ୍ଟ ସୃଷ୍ଟି କରିଛି ବ୍ୟାଘାତ

ବୌଦ୍ଧ(ମଳୟ ମିଶ୍ରଙ୍କ  ରିପୋର୍ଟ) ବୌଦ୍ଧ ଜିଲ୍ଲାର ଶିଶୁବିକାଶ ପ୍ରକଳ୍ପ ଗୁଡିକରେ  ଗତ କିଛିମାସ ହେଲା ଗର୍ଭବତୀ /ପ୍ରସୂତୀ ମହିଳା ଓ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି ଯୋଜନାରେ ସରକାର ଯୋଗାଉଥିବା ପୁଷ୍ଟିକର ଛତୁଆ ଶିଶୁଖାଦ୍ୟ କାର୍ଯ୍ୟକ୍ରମରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି । ଚଳିତବର୍ଷଠାରୁ ନୂତନ ସରକାର ଆସିବାପରେ ପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଏହି ଛତୁଆ ପ୍ରସ୍ତୁତିର ଦାୟିତ୍ବ ୩ ମାସିଆ ଏଗ୍ରିମେଣ୍ଟ୍ କରିଦିଆଯାଇଛି ।  ଏଣୁ ଏହା ଠିକ୍ ସମୟରେ ନବୀକରଣ ବା ଠିକ୍ ଭାବରେ ସମ୍ପାଦିତ ହେଉ ନ ଥିବାରୁ ମାସ ମାସ ଧରି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଛତୁଆ ମିଳୁ ନଥିଲେ ହେଁ , ଏଥିପ୍ରତି ପ୍ରକଳ୍ପ ଅଧିକାରିଣୀ ବା ସିଡିପିଓ , ଜିଲ୍ଲାସ୍ତରରେ ଡି ଏସ୍ ଡବ୍ଲୁଓ ବନାମ ଜିଲ୍ଲାପାଳ  କିମ୍ବା ସଂପ୍ରତି ଏହି ମହିଳା ଓ ଶିଶୁବିକାଶ ବିଭାଗଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଥିଲେ ହେଁ , କେହି ଦୃଷ୍ଟିଦେଉନାହାଁନ୍ତି  !  ଜଣାଯାଇଛି ଯେ , ଆଗରୁ ବର୍ଷ ବର୍ଷ  ଧରି ଏଭଳି ଏସ୍ ଏଚ୍ ଜି ମାନଙ୍କୁ ଶିଶୁଖାଦ୍ୟ ପ୍ରସ୍ତୁତିର ଦାୟିତ୍ବ ଦିଆଯାଇଥିବାରୁ ଶତାଧିକ ଶିଶୁଙ୍କ ପାଇଁ ସରକାର ଯୋଗାଉଥିବା ଏହି ପୋଷକ ଶିଶୁଖାଦ୍ୟର ଲକ୍ଷାଧିକ ଟଙ୍କାର ମାସିକ ବିଲ୍ ରୁ ପ୍ରଚୁର ବାଟମାରଣା ଚାଲିଥିଲା । ଏତଦ୍ଦ୍ବାରା ଉକ୍ତ ଏସ୍ ଏଚ୍ ଜି ର ସଭାନେତ୍ରୀ ଓ ସମ୍ପାଦିକାମାନେ ବା ତାଙ୍କ ପଛରେ ଥିବା ଉକ୍ତ କର୍ମକର୍ତ୍ତୀ ମହିଳାଙ୍କ ସ୍ବାମୀ , ଶଶୁର , ଭାଇ ବା ବାପମାନେ ଅଥବା ବେପାରୀମାନେ ବର୍ଷ କେଇଟାରେ କୋଟିପତି ପାଲଟିଯାଇଛନ୍ତି ।  ତେଣୁ ଏହି ଛତୁଆ ପ୍ରସ୍ତୁତ କରିବାର ଦାୟିତ୍ବ ଦେବାକୁ ମନ୍ତ୍ରୀ/ ବିଧାୟକଙ୍କ ସୁପାରିଶ ଲୋଡା ପଡୁଥିଲା ।  ଅନ୍ୟାର୍ଥେ  ମୋଟାଅଙ୍କର କିକ୍ ବ୍ୟାକ୍ ଚାଲିଥିଲା ।  

ସରକାର ବଦଳ ପରେ ଏହା ନୂତନ ଦଳୀୟନେତା , ଶାସକ ଦଳର ସାଂସଦ , ମନ୍ତ୍ରୀ , ବିଧାୟକଙ୍କ ନଜରକୁ ଆସିବାରୁ ସେମାନେ ମଧ୍ଯ  ଉପରୋକ୍ତ ଉତ୍କୋଚଖିଆ ଅଭ୍ୟାସରେ ପଡିଗଲେ । ଏହାପରେ ଉକ୍ତ ଛତୁଆ ଏସ୍ ଏଚ୍ ଜି ଗୁଡିକୁ ନିୟନ୍ତ୍ରଣରେ ଆଣିବାକୁ ଛତୁଆର ମାନପରୀକ୍ଷଣ ଓ ବିଭାଗୀୟ ବନାମ ପ୍ରାଶାସନିକ ଅଙ୍କୁଶପ୍ରୟୋଗ ବ୍ୟବହାର କଲେ ।  ଏହି ଆଳରେ ବ୍ଲକ୍ ଗୁଡିକରେ କେତେକ ଏସ୍ ଏଚ୍ ଜି କଟିଗଲେ ଓ ଯେଉଁମାନେ ରହିଲେ ବା ନୂତନ ଦାୟିତ୍ବ ପାଇଲେ , ସେମାନଙ୍କ ଠାରୁ ମୋଟାଅଙ୍କର ହାତଚିକ୍କଣ କରାଗଲା ।  ଏପରିକି ଦୁଇଟି ପଡୋଶୀ ଜିଲ୍ଲାରେ ପ୍ରଥମେ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶାସନ ବା ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଯାଇ ଗତବର୍ଷର ନୂଆଖାଇ ପୂର୍ବରୁ ବିଲ୍ ଅଟକାଇ ଏବଂ ଜଣେ ମହିଳାସାଂସଦଙ୍କ ଦ୍ବାରା ସିଧାସଳଖ ତାଙ୍କ ଦରବାରକୁ ଡକାଇନେଇ ଦୁଇମାସର ବିଲ୍ ୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜତଣ୍ଡ ଆଦାୟ କରାଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ଉପରୋକ୍ତ ୩ ମାସିଆ ଏଗ୍ରିମେଣ୍ଟ ବ୍ୟବସ୍ଥା କରାଯାଇଛି ।  ଏହାକୁ ବିରୋଧ କରି ରାଜ୍ୟ ଛତୁଆ ଏସ୍ ଏଚ୍ ଜି ସଂଘ ତରଫରୁ ମଧ୍ଯ  ବିଭାଗୀୟ ମନ୍ତ୍ରୀଙ୍କ ସମେତ ଅନୁଗୁଳଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଲିଖିତ ଆବେଦନ କରାଯାଇଥିବା ପ୍ରକାଶ । ଏହା କେବଳ ଏହି ଦୁଇତିନୋଟି ଜିଲ୍ଲାରେ ନୁହେଁ , ସାରାରାଜ୍ଯରେ ଚାଲିଥିବା ପ୍ରକାଶ  ।

ତେବେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକର ଶିଶୁବିକାଶ ପ୍ରକଳ୍ପକୁ ଉଦାହରଣ ରୂପେ ନିଆଗଲେ , ଏହି ୩ ମାସିଆ ଛତୁଆ ଏଗ୍ରିମେଣ୍ଟ ଯୋଗୁଁ ଏଠାରେ ଅଙ୍ଗନବାଡିର ପୋଷକ ଶିଶୁଖାଦ୍ୟ ବଣ୍ଟନରେ ବ୍ୟାଘାତ ସୃଷ୍ଟି ହୋଇଛି ।  ଏହି ବ୍ଲକର ପ୍ରକଳ୍ପର ୧୧ ଟି ସେକ୍ଟରରେ ୨୫୫ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସଂପ୍ରତି ଏଠାରେ ସିଡିପିଓ ଅଛନ୍ତି ପଙ୍କଜିନୀ ମିଶ୍ର  ଓ ୧୧ ଟି ସେକ୍ଟରରେ ୭ ଜଣ ସୁପରଭାଇଜର ଅଛନ୍ତି ।  ଏହି ପ୍ରକଳ୍ପରେ ୨ ଟି ଛତୁଆ ପ୍ରସ୍ତୁତ କରୁଥିବା ଏସ୍ ଏଚ୍ ଜି ଅଛନ୍ତି । ଏଥିରୁ ଖଟଖଟିଆରେ ଗୋଟିଏ ନାରାୟଣୀ ଏସ୍ ଏଚ୍ ଜି  ଓ ଆରଟି ପଥର୍ଲାର ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି । ନାରାୟଣୀ ଏସ୍ ଏଚ୍ ଜି ଟି ଉକ୍ତ ମହିଳା କାର୍ଯ୍ୟକର୍ତ୍ତୀଙ୍କ ସ୍ବାମୀ ଓ ଦିଅରଙ୍କ କବ୍ ଜା ରେ ଓ  ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି ଟି  ଗ୍ରାମର ଜଣେ ମାରୁଆଡି ଙ୍କର । ତାଙ୍କ ପତ୍ନୀ ଏହାର କାର୍ଯ୍ୟକର୍ତ୍ତୀ ହୋଇଥିଲେ ହେଁ , ତାଙ୍କ ସ୍ବାମୀ ଓ ପୁଅମାନେ ଏହାର ଅସଲ ମାଲିକ । ଏଠାକୁ ଆମ ପ୍ରତିନିଧିଙ୍କ କିଛିମାସ ବ୍ୟବଧାନରେ ଦୁଇଥରର ପରିଦର୍ଶନରେ ସିଡିପିଓ ନଥାନ୍ତି ଓ ବୌଦ୍ଧ ଓ ଦୂରରେ ଘରକୁ

ପଳାଇଯାଉଥିବା ସୁପରଭାଇଜରମାନେ କିମ୍ବା ଉକ୍ତ ଦୁଇ ଏସ୍ ଏଚ୍ ଜି  ପକ୍ଷରୁ ତଥ୍ଯ ମିଳିପାରିଲା ନାହିଁ । ପଥର୍ଲାର ଅଙ୍ଗନବାଡି କର୍ମୀ ମାମା ଚିରଗୁନ୍ ଗତ ୩ ମାସର ଛତୁଆ ଦେଇ ନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରନ୍ତି । ପଚାରିଲେ ଅଙ୍ଗନବାଡିକର୍ମୀ  ଛତୁଆ ଏସ୍ ଏଚ୍ ଜି ଛତୁଆ ଦେଉ ନ ଥିବା ଓ ସେ ଉପରୁ ଆସୁ ନଥିବା କହି ଏଡାଇ ଯାଉଥିବା କହିଛନ୍ତି । ଏ ସମ୍ପର୍କରେ ବିଜୟଲକ୍ଷ୍ମୀ ଏସ୍ ଏଚ୍ ଜି ର ସମ୍ପାଦିକାଙ୍କୁ ପଚାରିବାରୁ ତାଙ୍କ ସ୍ବାମୀ ଓ ପୁଅମାନେ ଛେକି ହୋଇ ସାନପୁଅର ବିବାହ ଥିବା ସଫେଇ ଦେଇଥିବା ବେଳେ , ଖଟଖଟିଆର ନାରାୟଣୀ ଏସ୍ ଏଚ୍ ଜି ର ସମ୍ପାଦିକା ତାଙ୍କ ସ୍ବାମୀଙ୍କୁ ଫୋନ୍ ଧରାଇଦେଇଥିଲେ ଓ ସେ 'ଆପଣ ସିଡିପିଓ ମାଡାମଙ୍କୁ ପଚାରନ୍ତୁ ' କହି ନିହାତି ବେଖାତିର୍ ଭାବେ ଫୋନ୍ କାଟିଦେଲେ ।  ତେବେ ପ୍ରତିଥର ବିନା ପୂଜାପାଠରେ ଏହି ୩ ମାସିଆ ନବୀକରଣ ହୁଏନାହିଁ  ଓ ଏଥିପାଇଁ ହିତାଧିକାରୀ ମାନେ ପୋଷକ ଖାଦ୍ୟରୁ ମାସ ମାସ ବଞ୍ଚିତ ହେଉଥିବା ଅଭିଯୋଗରୁ ପ୍ରକାଶ  । ଏଣୁ ଆଗରୁ ମଧ୍ଯ  ଏଥିରୁ ବ୍ୟାପକ ବାଟମାରଣା କରିଆସୁଥିବା ଏହି ଦୁଇ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜିଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହିତ  କଣ୍ଟାମାଳ ଶିଶୁବିକାଶ ପ୍ରକଳ୍ପର ଅଧିକାରୀଙ୍କ ସହ ସୁପରଭାଇଜର ମାନଙ୍କୁ ତୁରନ୍ତ ବଦଳି କରାଯିବା ସହ ସମସ୍ତ ପଦବୀ ପୂରଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like