-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||     

HOME   ରାଜ୍ୟ

ପୂର୍ବଗଣ୍ଡଗୋଳକୁ ନେଇ ଦେଓଗାଁରେ ଉତ୍ତେଜନା.. ଘରେ ଓ ଦୋକାନରେ ନିଆଁଲଗାଇ ଜୀବନ୍ତ ଜାଳିଦେବାର ଉଦ୍ୟମ,୧୨ଗିରଫ

03-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଠାରେ ଏକ ପୂର୍ବଗଣ୍ଡଗୋଳ ଘଟଣାକୁ ନେଇ ଜଣେ ଅଭିଯୁକ୍ତର ଘରେ ଓ ଦୋକାନରେ ନିଆଁଲଗାଇ ପୋଡିଦେବାର ଉଦ୍ୟମ ହୋଇଛି। ଏହି ଘଟଣାରେ ଦେଓଗାଁଥାନାରେ ଏକ ମାମଲା ରୁଜୁ କରାଯାଇ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି।
  ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଗତ କିଛିଦିନ ତଳେ ଦେଓଗାଁରେ ରହୁଥିବା ଜଣେ ଭିନ୍ନସଂପ୍ରଦାୟର ଯୁବକ ବଲାଙ୍ଗୀର ସହର ସହିତ ଅନ୍ୟଗ୍ରାମର କିଛି ଅପରାଧି ଗୋଷ୍ଠୀଙ୍କୁ ଡକାଇ ଆତଙ୍କରାଜ ଚଳାଇଥିଲା। ଅପରାଧି ଗୋଷ୍ଠୀ ଖୋଲାଖୋଲି ମାରଣାସ୍ତ୍ର ଧରି ଦେଓଗାଁର ସାହୁପଡା ରେ ଆତଙ୍କରାଜ ଖେଳାଇଥିଲେ। ଏହାକୁ ପ୍ରତିବାଦ କରି ଦେଓଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟଲୋକେ ଥାନା ଘେରାଉ କରି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ । ସେହି ଘଟଣାରେ ଦେଓଗାଁରେ ରହୁଥିବା ଭିନ୍ନ ସଂପ୍ରଦାୟର ମୁଖ୍ୟଅଭିଯୁକ୍ତ ସାନାଉଲ୍ଲା ଖାଁ ସମେତ ୫ଜଣ ଯୁବକ ଗିରଫ ହୋଇ ଜେଲ ଯାଇଥିଲେ। ସେମାନେ କୋର୍ଟରୁ ଜାମିନରେ ଆସିବା ପରେ ରବିବାର ଦିନ ଗାଁରେ ଏକ ବୈଠକ ବସିଥିଲା। ବୈଠକରେ ଆଲୋଚନା ଚାଲିଥିବା ବେଳେ ହଠାତ ପ୍ରତିଶୋଧ ପରାୟଣ ହୋଇ ୪୦ରୁ ୫୦ଜଣ ଉତ୍ୟକ୍ତ ଲୋକ ସ୍ଥାନୀୟ ଜଣେ ବ୍ୟକ୍ତିର ପ୍ରରୋଚନାରେ ସାନାଉଲ୍ଲା ଖାଁର ଘରକୁ ପଶି ଘରେ ଓ ଦୋକାନରେ ନିଆଁ ଲଗାଇ ଆତଙ୍କ ଖେଳାଇ ଦେଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଫଳରେ ଘରେ ଥିବା ସାନାଉଲ୍ଲା ଖାଁର ପରିବାର ବର୍ଗ ଜୀଅନ୍ତା ଜଳିଯିବାର ଆଶଂକା ଥିଲା। ଦେଓଗାଁ ପୋଲିସ ପହଞ୍ଚି ସାନାଉଲ୍ଲା ଖାଁର ପରିବାରବର୍ଗଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ ପହଞ୍ଚିଲା ବେଳେ ନିଆଁ ଲଗାଇଥିବା ଯୁବକ ମାନେ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦେଓଗାଁ ଆଇଆଇସି ବୁଲୁ ମୁଣ୍ଡା ସଦଳବଳେ କୌଣସି ପ୍ରକାରେ ପରିସ୍ଥିତିକୁ ଆୟତ୍ତ କରିଥିଲେ। ଦେଓଗାଁ ଅଗ୍ନୀଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ଦେଓଗାଁ ଥାନାରେ ଏନେଇ ସାନାଉଲ୍ଲା ଖାଁର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରି ଦେଓଗାଁର ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାକୁ ନେଇ ଆଗକୁ ଯେଭଳି କିଛି ଅଘଟଣ ନଘଟେ ସେନେଇ ପୋଲିସ ସତର୍କ ରହିଛି ବୋଲି ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ୨୦୦୮ ମସିହାରେ ସେହି ଦେଓଗାଁଥାନା ଅନ୍ତର୍ଗତ ମୁରସିଂ ଗ୍ରାମରେ ଥିବା ଏକ ଚର୍ଚ୍ଚରେ ନିଆଁ ଲଗାଇ ଦଙ୍ଗା ସୃଷ୍ଟିକରିଥିବା ଅଭିଯୁକ୍ତ ଏହି ଘଟଣାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ରହିଛି ଓ ସେ ଫେରାର ରହିଛି। ତେଣୁ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ରହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟୁନା ଦଳେଇ, ସିତାରାମ ସାହୁ, ରାଜେଶ ଅଗ୍ରୱାଲ, ରାମଚନ୍ଦ୍ର ସାହୁ, ସୁଶାନ୍ତ ମେହେର, ଜିତୁନ ଠେଲା, ଅମର ନନ୍ଦ, ଲବ ସାହୁ, କୁଶ ସାହୁ, ଲିଲୁ ବାରିକ, ରାଜୁ ସାହୁ, ଉମେଶ ସାହୁ ପ୍ରମୁଖ ରହିଛନ୍ତି । ଏମାନଙ୍କ ନାମରେ ଦେଓଗାଁ ଥାନାରେ କେସ ନମ୍ବର- ୩୬୧/ ୨୫, ଦଫା- ୬୧(୨)/୧୯୧(୨)/୧୯୧(୩)/୨୯୬(୩)/୨୯୬/ ୩୫୧(୨)/୧୦୯(ଏଫ)୩୨୬(ଜି)/୧୯୦ ବିଏନଏସ/୭ କ୍ରିମିନାଲ ଲ ଏମେଣ୍ଡମେଣ୍ଟ ଏକ୍ଟରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026

You Might Also Like