-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ରାଜ୍ୟ

ପୂର୍ବଗଣ୍ଡଗୋଳକୁ ନେଇ ଦେଓଗାଁରେ ଉତ୍ତେଜନା.. ଘରେ ଓ ଦୋକାନରେ ନିଆଁଲଗାଇ ଜୀବନ୍ତ ଜାଳିଦେବାର ଉଦ୍ୟମ,୧୨ଗିରଫ

03-Nov-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଠାରେ ଏକ ପୂର୍ବଗଣ୍ଡଗୋଳ ଘଟଣାକୁ ନେଇ ଜଣେ ଅଭିଯୁକ୍ତର ଘରେ ଓ ଦୋକାନରେ ନିଆଁଲଗାଇ ପୋଡିଦେବାର ଉଦ୍ୟମ ହୋଇଛି । ଏହି ଘଟଣାରେ ଦେଓଗାଁଥାନାରେ ଏକ ମାମଲା ରୁଜୁ କରାଯାଇ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି ।
   ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଗତ କିଛିଦିନ ତଳେ ଦେଓଗାଁରେ ରହୁଥିବା ଜଣେ ଭିନ୍ନସଂପ୍ରଦାୟର ଯୁବକ ବଲାଙ୍ଗୀର ସହର ସହିତ ଅନ୍ୟଗ୍ରାମର କିଛି ଅପରାଧି ଗୋଷ୍ଠୀଙ୍କୁ ଡକାଇ ଆତଙ୍କରାଜ ଚଳାଇଥିଲା । ଅପରାଧି ଗୋଷ୍ଠୀ ଖୋଲାଖୋଲି ମାରଣାସ୍ତ୍ର ଧରି ଦେଓଗାଁର ସାହୁପଡା ରେ ଆତଙ୍କରାଜ ଖେଳାଇଥିଲେ । ଏହାକୁ ପ୍ରତିବାଦ କରି ଦେଓଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସ୍ଥାନୀୟଲୋକେ ଥାନା ଘେରାଉ କରି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ । ସେହି ଘଟଣାରେ ଦେଓଗାଁରେ ରହୁଥିବା ଭିନ୍ନସଂପ୍ରଦାୟର ମୁଖ୍ୟଅଭିଯୁକ୍ତ ସାନାଉଲ୍ଲା ଖାଁ ସମେତ ୫ଜଣ ଯୁବକ ଗିରଫ ହୋଇ ଜେଲ ଯାଇଥିଲେ । ସେମାନେ କୋର୍ଟରୁ ଜାମିନରେ ଆସିବା ପରେ ରବିବାର ଦିନ ଗାଁରେ ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା ଚାଲିଥିବା ବେଳେ ହଠାତ ପ୍ରତିଶୋଧ ପରାୟଣ ହୋଇ ୪୦ରୁ ୫୦ଜଣ ଉତ୍ୟକ୍ତ ଲୋକ ସ୍ଥାନୀୟ ଜଣେ ବ୍ୟକ୍ତିର ପ୍ରରୋଚନାରେ ସାନାଉଲ୍ଲା ଖାଁର ଘରକୁ ପଶି ଘରେ ଓ ଦୋକାନରେ ନିଆଁ ଲଗାଇ ଆତଙ୍କ ଖେଳାଇ ଦେଇଥିଲେ । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଫଳରେ ଘରେ ଥିବା ସାନାଉଲ୍ଲା ଖାଁର ପରିବାରବର୍ଗ ଜୀଅନ୍ତା ଜଳିଯିବାର ଆଶଂକା ଥିଲା । ଦେଓଗାଁ ପୋଲିସ ପହଞ୍ଚି ସାନାଉଲ୍ଲା ଖାଁର ପରିବାରବର୍ଗଙ୍କୁ ଉଦ୍ଧାର କରିଥିଲେ । ତେବେ ପୋଲିସ ପହଞ୍ଚିଲା ବେଳେ ନିଆଁ ଲଗାଇଥିବା ଯୁବକମାନେ ପୋଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦେଓଗାଁ ଆଇଆଇସି ବୁଲୁ ମୁଣ୍ଡା ସଦଳବଳେ କୌଣସି ପ୍ରକାରେ ପରିସ୍ଥିତିକୁ ଆୟତ୍ତ କରିଥିଲେ । ଦେଓଗାଁ ଅଗ୍ନୀଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ଦେଓଗାଁ ଥାନାରେ ଏନେଇ ସାନାଉଲ୍ଲା ଖାଁର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରି ଦେଓଗାଁର ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାକୁ ନେଇ ଆଗକୁ ଯେଭଳି କିଛି ଅଘଟଣ ନଘଟେ ସେନେଇ ପୋଲିସ ସତର୍କ ରହିଛି ବୋଲି ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ୨୦୦୮ ମସିହାରେ ସେହି ଦେଓଗାଁଥାନା ଅନ୍ତର୍ଗତ ମୁରସିଂ ଗ୍ରାମରେ ଥିବା ଏକ ଚର୍ଚ୍ଚରେ ନିଆଁ ଲଗାଇ ଦଙ୍ଗା ସୃଷ୍ଟିକରିଥିବା ଅଭିଯୁକ୍ତ ଏହି ଘଟଣାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ରହିଛି ଓ ସେ ଫେରାର ରହିଛି । ତେଣୁ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ରହିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଟୁନା ଦଳେଇ,ସିତାରାମ ସାହୁ,ରାଜେଶ ଅଗ୍ରୱାଲ,ରାମଚନ୍ଦ୍ର ସାହୁ,ସୁଶାନ୍ତ ମେହେର, ଜିତୁନ ଠେଲା,ଅମର ନନ୍ଦ,ଲବ ସାହୁ,କୁଶ ସାହୁ,ଲିଲୁ ବାରିକ,ରାଜୁ ସାହୁ,ଉମେଶ ସାହୁ ପ୍ରମୁଖ ରହିଛନ୍ତି । ଏମାନଙ୍କ ନାମରେ ଦେଓଗାଁ ଥାନାରେ କେସନମ୍ବର-୩୬୧/୨୫, ଦଫା- ୬୧(୨)/୧୯୧(୨)/୧୯୧(୩)/୨୯୬(୩)/୨୯୬/ ୩୫୧(୨)/୧୦୯(ଏଫ)୩୨୬(ଜି)/୧୯୦ ବିଏନଏସ/୭ କ୍ରିମିନାଲ ଲ ଏମେଣ୍ଡମେଣ୍ଟ ଏକ୍ଟରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like