-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

27-Oct-2025



ବଲାଙ୍ଗୀର (ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ତଥା ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ପ୍ରଶଂସା କରିବା ସହିତ  ସ୍ବର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ବଲାଂଗୀର ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ନିଜର ବକ୍ତବ୍ୟ ରଖି ସ୍କୁଲର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ବିଦ୍ୟାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇ ସି ଟି  ଲାବ୍ ପାଇଁ ୧୫ ଟି କମ୍ପ୍ୟୁଟର ଦେବା ପାଇଁ ଘୋଷଣା କରିଥିଲେ ଏବଂ ଆଇସି ଟି ଲାବ୍ ର ପୁନଃମରାମତି ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ।

ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସଂସଦର ସଭାପତି ଧର୍ମବ୍ରତା ରଥ ଏବଂ ସମାଜସେବୀ ଗୋପାଲଜୀ ପାଣିଗ୍ରାହୀ  ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ବିଦ୍ୟାଳୟର ଆଲୁମିନି ସଭାପତି ସୁଶ୍ରୀ ଆନନ୍ଦିନୀ ଦର୍ଜି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରଧନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟର ୬୦ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ। ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ   ପରାମର୍ଶଦାତା ଭାବେ କାର୍ଯ୍ୟରତ ଡ଼. ଶ୍ରୀକାନ୍ତ କୁମାର  ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁର ର ପ୍ରଫେସର ଡ.ସୁଜିତ୍ କୁମାର ପୃଷେଠ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରି ନାରୀଶିକ୍ଷା ଉପରେ ଗଢି ଉଠିଥିବା ଏହି ବିଦ୍ୟାଳୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରଘୁନନ୍ଦନ ସିଂହ ଙ୍କ ସମ୍ପାଦନାରେ ହୀରକ ଜୟନ୍ତୀ ଉପଲକ୍ଷେ ସ୍ମରଣିକା  "ସ୍ମୃତିବିନ୍ଦୁ" ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ହାଇସ୍କୁଲ  ପରୀକ୍ଷା ଫଳକୁ ନେଇ  ବିଗତ ୫ବର୍ଷରେ ସର୍ବାଧିକ ମାର୍କ ରଖିଥିବା ୫ ଜଣ ଛାତ୍ରୀ ବିଦିପ୍ତା ସାହୁ, ସେଫିନା ଯୋସେଫ, ନିୟତି ସାହୁ, ଭୂମିସୂତା ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ  ଆନ୍ତର୍ଜାତୀୟ ଦୌଡ଼ରାଣୀ  ଆନନ୍ଦିନୀ ଦର୍ଜୀ, ଡ଼. ସ୍ବିଟି ମେହେର, ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ସଙ୍ଗୀତଜ୍ଞ ବିଗେଶି ବାରିକ୍, ମିନାକ୍ଷୀ ତନ୍ତୀ, ଏଵଂ ବଲାଙ୍ଗୀର ଜିଲ୍ଲା ର କ୍ରିକେଟ୍ ଖେଳ ପାଇଁ ମାଧୁରୀ ମେହେଟା, ରୋସନାରା ପରବିନ୍, ନୃତ୍ୟ ପାଇଁ ଜ୍ୟୋତିରେଖା ତ୍ରିପାଠୀ, ପ୍ରୀୟାଂଶି ସାହୁଙ୍କୁ  ସମ୍ମାନିତ କରାଯାଇଥିଲା।  ହୀରକ ଜୟନ୍ତୀ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି କମିଟୀ ତରଫରୁ  ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ସକାଶେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଡ. ଶ୍ରୀକର ମିଶ୍ର, ବିକ୍ରମ ବହିଦାର, ହରି ନାରାୟଣ ପୁଝାରୀ, ଲୋକେଶ୍ୱର

ସାଏ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ଇଂ.ବେଲାଲ୍ ସିଂ ଭୋଇ, ଶିକ୍ଷାବିତ୍ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ତରୁଣ ମିଶ୍ର, ରତନ ମେହେର, ଡ଼ ହାଡ଼ିବନ୍ଧୁ ଶତପଥୀ, ଡ଼ କୃଷ୍ଣ ପ୍ରସାଦ ବହିଦାର, କାର୍ଟୁନିଷ୍ଟ୍  ଆର୍ଟିଷ୍ଟ  ଅବନୀ ଅଶ୍ଵିନୀ,  ପ୍ରଫେସର ଡ଼.ଜୟନ୍ତ ପଣ୍ଡା ତଥା ବିଦ୍ୟାଳୟର ସମସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ସୁହାସିନି ସରାଫ୍, ସୁଭଦ୍ରା ସ୍ବାଇଁ, ପଙ୍କଜିନୀ ଚୋପଦାର, ଲକ୍ଷ୍ମୀଧର ସାହୁ, ପ୍ରତାପ ସାଏ ପଟେଲ, ଏବଂ ବିଦ୍ୟାଳୟର ଉଲ୍ଲେଖନୀୟ ଅବଦାନ ସକାଶେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କୁ ପୁରାତନ ଛାତ୍ରୀ ସଂସଦ ତରଫରୁ ହୀରକ ଜୟନ୍ତୀ ସମିତି ତଥା ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଶତ ବାର୍ଷିକୀ ତରଫରୁ କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା।  ଅରୁନ୍ଧତୀ ବଢେଇ ଏଵଂ ଡ଼. ସାଗରିକା ମିଶ୍ର ସଭାକୁ ସଂଯୋଜନା କରିଥିଲେ। ମାନପତ୍ର ପ୍ରଦାନ ଏବଂ ପୁରସ୍କାର ବିତରଣରେ  ସତ୍ୟାନନ୍ଦ ବିଶ୍ଵାଳ, ସରୋଜ ନାୟକ, ସନ୍ଦୀପ କୁଅଁର ଓ ନାରାୟଣ ମିଶ୍ର ସହଯୋଗ କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026

You Might Also Like