-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ଦାଦନ ପରିଚାଳନାରେ ପ୍ରଶାସନ ବିଫଳ,ବାହାରରାଜ୍ୟରୁ ଫେରୁଛି ଶବ

15-Oct-2025



ଦାଦନ ଏକ “ମଜା”ନୁହେଁ ବରଂ ଏକ “ସଜା”

ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲା ହେଉଛି କେବିକେ ଅଞ୍ଚଳର ଏକ ଦାଦନପ୍ରବଣ ଜିଲ୍ଲା । ଗତ ୪୦ବର୍ଷ ହେଲା ଏହା ବର୍ଷକୁ ବର୍ଷ ବଢିଚାଲିଛି । ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ତାହା ଦାଦନ ସମସ୍ୟାକୁ ରୋକିବାରେ ଫେଲ ମାରିଛି । ଗତ ନବୀନ ସରକାର ଅମଳରେ ଏହାକୁ ରୋକିବାର ପ୍ରୟାସ କରିଥିଲେ କିନ୍ତୁ ସରକାର ଏଥିରେ ବିଫଳ ହୋଇଥିଲେ । ମୁଖ୍ୟତଃ ବଲାଙ୍ଗୀର ଜିଲ୍ଲାର ଯୁବକମାନଙ୍କ ବେରୋଜଗାରୀ ସମସ୍ୟାରୁ ଦାଦନ ସଂଖ୍ୟା ବଢିଚାଲିଛି । ଯୁବକମାନେ ପାଠ ପଢିଥିଲେ ହେଁ ନିଯୁକ୍ତି ପାଉନଥିବା ତଥା ଜିଲ୍ଲାରେ କୌଣସି କାମଧନ୍ଦା ପାଉନଥିବାରୁ ବାହାର ରାଜ୍ୟମାନଙ୍କୁ ଯାଇ ସେଠାରେ ଇଟାଗଢିବା,କପଡା,ସୁତା,ଲୁହା ପ୍ୟାକ୍ଟ୍ରୀମାନଙ୍କରେ ମଜୁରିଆ ଭାବରେ କାମ କରୁଛନ୍ତି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡର ପାଟଣାଗଡ,ବେଲପଡା,ଖପ୍ରାଖୋଲ,ଟିଟିଲାଗଡ ଉପଖଣ୍ଡର ମୁରିବାହାଲ,ବଙ୍ଗୋମୁଣ୍ଡା,ତୁରେକେଲା ଇତ୍ୟାଦି ବ୍ଲକର ପ୍ରାୟ ଦଳିତ ଓ ଆଦିବାସୀମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ଗତ ୨୦୨୪ରେ ରାଜ୍ୟରେ ଶାସନଗାଦି ବଦଳିବା ପରେ ଲୋକମାନେ ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରିଥିଲେ । ଇତିମଧ୍ୟରେ ସରକାରଙ୍କୁ ଦେଢବର୍ଷ ବିତିଗଲାଣି । କିନ୍ତୁ କେବଳ ଏକ ଟାକ୍ସଫୋର୍ସ ଗଠନ ଛଡା ଆଉ କିଛି ହୋଇନାହିଁ । ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟସରକାର ଦାଦନ ସମସ୍ୟାର ମୁକାବିଲା ପାଇଁ ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ଟାକ୍ସଫୋର୍ସ କମିଟି ପ୍ରାୟ ତିନିଟି ବୈଠକ କରି ଶ୍ରମଅଧିକାରୀମାନେ ଦାଦନ ଚାଲାଣ କୁ ରୋକିବାକୁ ରେଳ ଷ୍ଟେସନଗୁଡିକରେ ଜଗିବେ ବୋଲି ନିର୍ଦ୍ଦେଶନାମା ଜାରିକଲେ । ହେଲେ ଦେଖାଯାଇଛି ଯେ,କଣ୍ଟାବାଞ୍ଜି ,ଲାଠୋର,ଟିଟିଲାଗଡ ଇତ୍ୟାଦି ଷ୍ଟେସନରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ଅବଶ୍ୟ ଧର୍ମକୁ ଆଖିଠାର ନ୍ୟାୟରେ ପୋଲିସ ବିଭାଗ ଓ ଶ୍ରମବିଭାଗ କିଛି ସ୍ଥାନରୁ ଶ୍ରମିକମାନଙ୍କୁ ଉଦ୍ଧାର କରୁଥିବା ଖବର ଆସୁଛି । କିନ୍ତୁ ଏହା ଯେ,କେବଳ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ହେଉଛି । ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ତଥ୍ୟରୁ ଜଣାଯାଇଛି ଯେ,ପ୍ରତିବର୍ଷ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାରମାନଙ୍କ ଜରିଆରେ ବାହାର ରାଜ୍ୟକୁ ପ୍ରାୟ ୨୫ ହଜାର ଶ୍ରମିକ ଚାଲାଣ ହୋଇଥାନ୍ତି । କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ଲକ୍ଷାଧିକ ବୋଲି ସ୍ୱେଚ୍ଛସେବୀ ସଂଗଠନମାନଙ୍କର ରିପୋର୍ଟରୁ ଜଣାଯାଏ । ସରକାର ସବୁବର୍ଷ ଦାଦନ ସମ୍ପର୍କିତ ତଥ୍ୟ ଲୁଚାଇ ଆସୁଥିଲେ । କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଯେଉଁ ଶ୍ରମିକମାନେ ଫେରିଥିଲେ ତାଙ୍କର ସଂଖ୍ୟା ଦେଢଲକ୍ଷ ଥିଲା । ଫଳରେ ସରକାରଙ୍କ ମିଥ୍ୟା ତଥ୍ୟ ଧରାପଡିଯାଇଥିଲା । କରୋନା ପରେ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ସରକାର ପ୍ରୟାସ ଆରମ୍ଭ କଲେ କିନ୍ତୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,  ଶ୍ରମିକ ସର୍ଦ୍ଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଏହାକୁ ଫସର ଫଟାଇଦେଲା । ପୁଣିଥରେ ଶ୍ରମିକମାନେ ଦାଦନ ହୋଇ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ମନରେଗା ଭଳି ଯୋଜନାରେ କାମକଲେ ଶ୍ରମିକମାନଙ୍କୁ ଉପଯୁକ୍ତ ପାଉଣା ମିଳୁନାହିଁ,ଶ୍ରମିକମାନଙ୍କ କାମ ମେସିନରେ କରାଯାଉଥିବା ଓ ଶ୍ରମିକମାନେ ଠକେଇର ଶୀକାର ହେଉଥିବାରୁ ନିଜ ଜିଲ୍ଲାରେ କାମ କରିବା ବଦଳରେ ବାହାର ରାଜ୍ୟରେ କାମ କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ ଉଠୁଛି । ତେବେ ଦାଦନ ଯିବା ଏକ ମଜା ବୋଲି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ଗଣମାଧ୍ୟମରେ ମତ ଦେଇଥିଲେ । ସେ କହିଥିଲେ ବାହାର ରାଜ୍ୟର ରୋଜଗାର ଯିଏ ପାଇଛି ସେ ନିଶ୍ଚୟ ଯିବ ବୋଲି କହିଥିଲେ । ବିଧାୟକଙ୍କ ଏହି ବକ୍ତବ୍ୟ ପରେ ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ବାହାର ରାଜ୍ୟକୁ ଦାଦନ ଖଟିଯାଇ ଅନେକ ଯୁବକ ଶବହୋଇ ଫେରୁଛନ୍ତି । ପ୍ରତିବର୍ଷ ଅନ୍ୟୁନ ୩୦ଜଣ ଯୁବକ/ଯୁବତୀ ତଥା ମହିଳାଙ୍କ ଶବ ଜିଲ୍ଲାକୁ ଫେରୁଥିବା ଜିନ୍ଦାବାଦ ଭଳି ସ୍ୱେଚ୍ଛାସେବୀ ସଂଗଠନ ଦାବି କରୁଛନ୍ତି । ଗତ ଦୁଇଦିନ ତଳେ ମୁରିବାହାଲ ଥାନା ଅନ୍ତର୍ଗତ ଜଇଁତରା ଗାଁର ଜଣେ ଶ୍ରମିକ ନେପାଳ ପଟ୍ଟନାୟକଙ୍କ ଶବ ଗାଁକୁ ଫେରିଛି । ତାଙ୍କର ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏହି ଘଟଣାରେ ତଦନ୍ତ କରିବା ବଦଳରେ ମୃତଶ୍ରମିକଙ୍କ ପରିବାରବର୍ଗଙ୍କୁ ଧମକଦେଇ ଭୟଭିତ କରୁଥିବା ଅଭିଯୋଗ ହୋଇଛି । ଗତବର୍ଷ ଖୋଦ ପାଟଣାଗଡ ନିର୍ବାଚନମଣ୍ଡଳିରୁ କେବଳ ୧୬ଜଣ ଦାଦନ ଶ୍ରମିକଙ୍କ ଶବ ଫେରିଥିଲା । କିନ୍ତୁ ସରକାର ତଥାପି ନିଦାବିଷ୍ଣୁ ହୋଇ ରହିଛନ୍ତି । ଆହୁରି ଜଣାଯାଇଛି ଯେ,ମନରେଗା ଯୋଜନାରେ ପ୍ରତିବର୍ଷ ଦାଦନପ୍ରବଣ ୬ଟି ବ୍ଲକର ଶ୍ରମିକଙ୍କ ମଜୁରି ବର୍ଦ୍ଧିତ କରିବା ସହିତ ଅଧିକ ଦିନର କାମ ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ କରିଥାନ୍ତି । କିନ୍ତୁ ଚଳିତବର୍ଷ ମନରେଗା ଯୋଜନାରେ ମଜୁରିକୁ ବୃଦ୍ଧି କରାଯାଇ ନାହିଁ କିମ୍ବା ଅଧିକ ଦିନର କାମ କରିବାକୁ ନିର୍ଦ୍ଦେଶ ଆସିନାହିଁ । ଫଳରେ ଯେଉଁ ପରିବାର ୧୦୦ଦିନର କାମ ସାରିବେ ସେମାନଙ୍କୁ ଆଉ କାମ ମିଳିବ ନାହିଁ । ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ନାପସନ୍ଦ କରିବା ସହିତ ବିଜେପିର ଡବଲଇଞ୍ଜିନ ସରକାରଙ୍କ ଏହା ଡବଲ ଧୋକା ବୋଲି କହି ସମାଲୋଚନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026

You Might Also Like