-+91-9937148622 |
prerana_bgr@rediffmail.com |
Wednesday 12th November 2025 |
R.N.I. Regd No. ODIODI/2010/46693
Breaking News
15-Sep-2025
କୋରାପୁଟ (ପ୍ରେରଣା ଖବର):କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାହିତ୍ୟ ପରିଷଦର କବୟିତ୍ରୀ ଏବଂ ସମାଜସେବିକା ତଥା ବରଗଡ଼ ଜିଲ୍ଲାର ଝିଅ ସଙ୍ଗୀତା ମିଶ୍ରଙ୍କୁ ଦୈନିକ ଖବରକାଗଜ 'ଅପରାହ୍ନ' ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ କବି କବୟିତ୍ରୀ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ୧୪ ତାରିଖ ଦିନ କୋରାପୁଟ ଠାରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ୱାର୍ଲ୍ଡ ୱାଇଡ ସୋସାଇଟି ର ଚେୟାରମ୍ଯାନ ତଥା ନୂଆଦିଲ୍ଲୀରେ ସାମ୍ବାଦିକତା କରୁଥିବା କିଶୋର ଦ୍ବିବେଦୀ ମୁଖ୍ୟ ଅତିଥି ଏବଂ କୋରାପୁଟ ଜିଲ୍ଲା ସଂଯୋଜିକା ଡଃ.ସବିତା ଶତପଥୀ, ସମ୍ପାଦକ ବଂଶୀଧର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସୂଚନାଯୋଗ୍ୟ ଯେ ସଙ୍ଗୀତା ମିଶ୍ର ମହିଳା ମାନଙ୍କ ଅଧିକାର ପାଇଁ ସବୁବେଳେ ସ୍ଵର ଉତ୍ତୋଳନ କରିଆସିଛନ୍ତି l ବିଭିନ୍ନ ସlରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିବା ସଙ୍ଗୀତା ଉଭୟ କୋଶଲି ଓ ଓଡ଼ିଆ ଭାଷାରେ କବିତା ଓ ପ୍ରବନ୍ଧ ଲିଖନ କରନ୍ତି l ବରଗଡ଼ ଜିଲ୍ଲାର ଝିଅ ତଥା ବଲାଙ୍ଗୀର ଜିଲ୍ଲା ବେନ୍ଦ୍ରା ଗ୍ରାମର ଉପମନ୍ୟୁ ମିଶ୍ର ଙ୍କ କନିଷ୍ଠ ବୋହୂ ସଙ୍ଗୀତା ମିଶ୍ର ଙ୍କ ସାହିତ୍ୟ ସାଧନା ଆହୁରି ରୁଦ୍ଧିମନ୍ତ ହେଉ, ଭାଗବାନଙ୍କ ଠାରେ କାମନା l