-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||     

HOME   ଜିଲ୍ଲା

ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୃହ ଉଦ୍‌ଘାଟନ କଲେ ନରସିଂହ

11-Sep-2025



ବଲାଙ୍ଗିର(ପ୍ରେରଣା ଖବର): ଅଂଚଳର ଲୋକଙ୍କ ଭିତର ଏକତା ଓ ଶୃଙ୍ଖଳା ରହୁ ଯା ଦ୍ୱାରା ଆପଣମାନଙ୍କ ଭିତରେ ଭାଇଚାରା ପ୍ରତିଷ୍ଠା ହୋଇ ପାରିବ, ତା ସହ ଆପଣମାନେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରନ୍ତୁ ଯାହାକି ଆପଣ ମାନଙ୍କର ତଥା ଏ ଅଂଚଳର ସାମଗ୍ରିକ ବିକାଶ ସମ୍ଭବ ହେବ ବୋଲି ଆଜି ଶିକାଛିଡା ପଂଚାୟତ ଶିକାଛିଡା ଠାରେ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କୋଠା ଉଦ୍‌ଘାଟନ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ସହ ଆହୁରି ମଧ୍ୟ କହିଛନ୍ତି କ୍ଲବ ଘର ହେଉ କି ଗୋଷ୍ଠୀ କେନ୍ଦ୍ର ଉଦ୍‌ଘାଟନ ହେଉ  ଏହା ଅଂଚଳର ବିକାଶ ଦିଗରେ ଏତେ ବେଶି ପ୍ରଭାବ ପକାଇ ନ ଥାଏ ଯଦି ଆପଣମାନେ ପ୍ରକୃତ ବିକାଶ ଚାହୁଁଛନ୍ତି ତେବେ ଏ ଅଂଚଳରେ ଶିକ୍ଷା ଯେପରି ଠିକ୍ ହିସାବରେ ହୋଇପାରିବ ସେ ପ୍ରତି ଧ୍ୱାନ ଦିଅନ୍ତୁ । ଏ ଅଂଚଳର ଛୋଟ ଛୋଟ ଛୁଆମାନଙ୍କ ବିଦ୍ୟା ଅଧ୍ୟୟନ ପ୍ରତି ଧ୍ୟାନ ଦିଅନ୍ତୁ । ସ୍କୁଲ, କଲେଜର ଅଭାବ ଯେପରି ପୁରଣ ହୋଇପାରିବ ସେ ଦିଗରେ ଏକତ୍ରିତ ହୋଇ କାମ କରନ୍ତୁ କାରଣ ଆପଣମାନେ ବିଭାଜିତ ହେଲେ ଅଂଚଳର ବିକାଶ ରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଲୋକଙ୍କ ସହ ଆଲୋଚନା ବେଳେ ଏ ଅଂଚଳରେ ଧାନକିଣା କେନ୍ଦ୍ର ନ ଥିବାରୁ ଏଠାରୁ ବହୁତ ଦୂରରେ ଥିବା ଖୁଜେନପାଲି ଧାନକିଣା କେନ୍ଦ୍ରରେ ଏ ଅଂଚଳର ଚାଷୀ ଧାନ ବିକ୍ରି କରିବା ପାଇଁ  ଯାଉ ଥିବା ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର ଏହାର ସମାଧାନ ପାଇଁ ଏଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣିବା ପାଇଁ ସମବାୟ ବିଭାଗକୁ ଅର୍ଜି ଲେଖୁ ସେ ଦିଗରେ ସେ ନିଶ୍ଚିତ ଭାବରେ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ଉପସ୍ଥିତ ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ । ତା ସହ ସେଠାରେ ଥିବା ବିଜୁଳି, ପାଣି ଏ ସବୁ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗାମୀ ୧୫ ତାରିଖ ଦିନ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେବାକୁ ଥିବା ନୂଆଁଖାଇ ଭେଟଘାଟ ପାଇଁ ଆଲୋଚନା ହେବା ସହ ଅନୁଷ୍ଠାନର ଏକ ଲୋଗୋ କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉନ୍ମୋଚନ କରିଥିଲେ । ଆଜିର ଏହି ସଭାରେ ଅନୁଷ୍ଠାନ ର ସଭାପତି ଆଦିକନ୍ଦ ବଗର୍ତ୍ତି, ସଂପାଦକ ରମାକାନ୍ତ ନାଏକ, ଅଟଳ ବିଶି, ପ୍ରଦୀପ ଦେହେରି, ରିଙ୍କୁ ରାଉତ, ସନ୍ତୋଷ ଦେହେରି, ରଂଜିତ କରନ, ମନୋଜ ବିଶ୍ୱାଲ, ସୁବଲ ମେହେର, ଗୁପ୍ତେଶ୍ୱର ପାତ୍ର, ପରମେ ବଗର୍ତ୍ତି, ରାଜ କୁମାର ଭାଟି ତଥା ସାମାଜିକ କର୍ମୀ ସନ୍ଦୀପ ବାଗ ଓ ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026

You Might Also Like