-+91-9937148622 |

prerana_bgr@rediffmail.com |

  Tuesday 17th February 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର    (16-Feb-2026)       ||      *୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   (16-Feb-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   (16-Feb-2026)       ||      ‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   (16-Feb-2026)       ||      ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   (16-Feb-2026)       ||      *ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   (16-Feb-2026)       ||      ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   (16-Feb-2026)       ||      ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   (16-Feb-2026)       ||      ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି    (16-Feb-2026)       ||      ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   (16-Feb-2026)       ||      ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   (15-Feb-2026)       ||      ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Feb-2026)       ||      ତରାପୁର ମନ୍ଦିରରେ ଚତୁର୍ଦ୍ଦଶୀ ଓ ଶିବରାତ୍ରୀ ପାଳନ   (15-Feb-2026)       ||      ରାଜ୍ୟସ୍ତରୀୟ ତୀରନ୍ଦାଜୀ ଚମ୍ପିୟାନସିପରେ ବୌଦ୍ଧର ସୁରଜ ମେହେର ପାଇଲେ ରୋପ୍ୟ ପଦକ   (15-Feb-2026)       ||      ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା   (15-Feb-2026)       ||      ଆଗଲପୁର ପୋଲିସ କୁ ବଡ଼ ସଫଳତା   (15-Feb-2026)       ||      କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଭାଗନେଲେ ଯୁବୋଦୟ ର ୧୨ ଛାତ୍ର   (15-Feb-2026)       ||      ଵିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ୩୩ତମ ବାର୍ଷିକ ଉତ୍ସଵ "ପରମ୍ପରା "   (15-Feb-2026)       ||      ବଲବସପୁର ଅଗ୍ନିଭୈରବ ନାଟ୍ୟକଳା ସଂଘ ର ଶପଥ ଗ୍ରହଣ ସମାରୋହ।   (15-Feb-2026)       ||      ଦିନଦ୍ୱିପହରରେ କୋର୍ଟକର୍ମଚାରୀଙ୍କ ସ୍କୁଟିଲୁଟ,୪୮ ଘଣ୍ଟାପରେ ବି ପୋଲିସ ହାତ ଖାଲି   (15-Feb-2026)       ||     

HOME   ରାଜ୍ୟ

ସୁଭଦ୍ରାର ତୃତୀୟ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ

09-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି  କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚିତ୍ରକୋଣ୍ଡା  ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ସଦର ବିଡିଓ ତପନ ସେନାପତି ଓ ଡା ସୌଭାଗ୍ୟ ରଞ୍ଜନ ରଣସିଂହ ଉପସ୍ଥିତ ଥିଲେ।  ଜିଲ୍ଲାପାଳ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ରାଶିରୁ  ମାଆ ମାନଙ୍କୁ ସ୍ବାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ମାଆ ମାନେ କିଭଳି କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇପାରିଛନ୍ତି ସେ ବିଷୟରେ  ଜିଲ୍ଲାପାଳ କହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶବର ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦୁଇ ସୁଭଦ୍ରା ଭଉଣୀ କୋରକୁଣ୍ଡାର ମେରୀ ହରିଜନ ଓ ଖଇରପୁଟର ରାଧିକା ଖରା ନିଜ ସଫଳତାର କାହାଣୀ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ୧ ଲକ୍ଷ ୫୧ ହଜାର ୪୭୪ ସୁଭଦ୍ରା ଫର୍ମ  ଆବେଦନ କରାଯାଇଛି । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୧ ଲକ୍ଷ ୩୯ ହଜାର ୮୫୧ ଫର୍ମକୁ ଅନୁମୋଦନ କରାଯାଇ ୧ ଲକ୍ଷ ୩୯ ହଜାର ୭୨୭ ଜଣଙ୍କୁ 
ସୁଭଦ୍ରା ଟଙ୍କା ଦିଆଯାଇଛି। ସେହିପରି ଦ୍ଵିତୀୟ କିସ୍ତିରେ ୧ ଲକ୍ଷ ୩୮ ହଜାର ୬୬୨ ଫର୍ମ ଅନୁମୋଦନ କରାଯାଇ ୧ ଲକ୍ଷ ୩୮ ହଜାର ୩୫୧ ଜଣ ହିତାଧୀକାରୀ ଅର୍ଥ ରାଶି ପାଇଛନ୍ତି। ଆଜି ସୁଭଦ୍ରା ଭଉଣୀମାନେ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ କର୍ମଚାରୀ ଓ ସଦର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର   16-Feb-2026
  ଜିଲ୍ଲା  
*୧୭ ତମ ଅଲ୍ ଇଣ୍ଡିଆ ରମଧୁନ କପ୍ ଫୁଟବଲ୍*- *ଉଦଘାଟନୀ ମ୍ୟାଚ୍ ରେ ୩-୨ ଗୋଲ୍ ରେ କଲିକତା ଦଳ ବିଜୟୀ*   16-Feb-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୭ ଟି ଅଭିଯୋଗର ଶୁଣାଣି   16-Feb-2026
  ଜିଲ୍ଲା  
‘ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ’   16-Feb-2026
  ରାଜ୍ୟ  
ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି   16-Feb-2026
  ଜିଲ୍ଲା  
*ଶ୍ରୀ ରାମେଶ୍ୱର ଶୈବ ପୀଠ ରେ ୩୭ ତମ ସାମୁହିକ ବ୍ରତୋପନୟନ ଉତ୍ସବ ପାଳିତ*-   16-Feb-2026
  ଜିଲ୍ଲା  
ଅଲ ଇଣ୍ଡିଆ ଭଲିବଲ୍‌ ଟୁର୍ନାମେଣ୍ଟ ରେ ଫାଇନାଲକୁ ଜବଲପୁର   16-Feb-2026
  ଜିଲ୍ଲା  
ବେଆଇନ ଗୋରୁ ଚଲାଣ ବେଳେ ମାଡି ବସିଲେ ବଜରଙ୍ଗ ଦଳ   16-Feb-2026
  ଜିଲ୍ଲା  
ଏମ୍.ଭି-୭୯ ଗ୍ରାମ ପାଖରେ ରହିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରୁନି   16-Feb-2026
  ଜିଲ୍ଲା  
ଶିବରାତ୍ରୀ ଅବସରରେ କେଲିଆ ଶୈବ ପୀଠ ରେ ହଜାର ହଜାର ଭକ୍ତଙ୍କ ଭିଡ଼   16-Feb-2026
  ଜିଲ୍ଲା  
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ   15-Feb-2026
  ଜିଲ୍ଲା  
ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବ ରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ   15-Feb-2026

You Might Also Like