-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ରାଜ୍ୟ

ଦେଢ଼ ବର୍ଷ ପରେ ନିଖୋଜ ଝିଅ ପହଞ୍ଚିଲା ଘରକୁ, ଦାଦନ ଗଡରେ ପ୍ରବାସୀ ଶ୍ରମିକର ଦୁଃଖ

06-Aug-2025



ବଙ୍ଗୋମୁଣ୍ଡା/ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ): 

ସରକାର ଦିନକୁ ଦିନ ବିଭିନ୍ନ ଯୋଜନା ଆଣୁଛନ୍ତି ଗରିବ ଖଟିଖିଆ ପରିବାର ମାନଙ୍କ ପାଇଁ। ମଣିଷର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ କିଛି ନା କିଛି ଯୋଜନା ରହିଛି। ତଥାପି କାହିଁକି କେଜାଣି ବଲାଙ୍ଗୀର ଜିଲ୍ଲାର ଦାଦନ ଗଡ ବଙ୍ଗୋମୁଣ୍ଡା ବ୍ଲକ ସବୁବେଳେ କିଛି ନା କିଛି ଘଟଣା ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାଏ। 
ଦାଦନ ଗଡରୁ ସୁସ୍ଥ ସବଳ ପ୍ରବାସୀ ଶ୍ରମିକ ଭାବରେ ଇଟା ଗଢିବାକୁ ଯାଇ ଦିର୍ଘ ଦେଢବର୍ଷ ପରେ ମାନସିକ ସ୍ଥିତି ଠିକ୍ ନ ଥିବା ଅବସ୍ଥାରେ ଘରକୁ ଫେରିଥିବା ଭଲି ପୁଣି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି।ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ସୁଦୁର ମହାରାଷ୍ଟ୍ର ଯାଇ ପ୍ରାୟ ଦେଢବର୍ଷ ଧରି ନିଖୋଜ ହେବାପରେ ନିଜ ବାପା ପାଖକୁ ପହଞ୍ଚିଛି ଝିଅ। ଖବରଟି ଗୋଟିଏ ପଟେ ଖୁସି ଲାଗୁଥିବା ବେଳେ ଗୋଟିଏ ପଟେ ଦୁଃଖର କରାଳ ରୂପ ବ୍ୟାଖ୍ୟା କରୁଛି। 
ଆମେ କହୁଛୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ ରେ ଥିବା ଗୁହୁରିଆପଦର ଗ୍ରାମର ଗୋରୁଚନ ଭତ୍ରା ଙ୍କ କଥା। ପରିବାର କହିଲେ ବାପ ଓ ଝିଅ କେବଳ ଦୁଇଜଣ। ଗୋରୁଚନ ଅକ୍ଟୋବର ୨୦୨୩ ରେ ତାଙ୍କ ୨୪ ବର୍ଷର ଝିଅ ଯମୁନା କୁ ଧରି ଗାଁ ର ଅନ୍ୟ ଶ୍ରମିକ ମାନଙ୍କ ସହିତ ମହାରାଷ୍ଟ୍ରର ଚନ୍ଦ୍ରପୁର କୁ ଇଟା ଗଢିବାକୁ ଯାଇଥିଲେ। ତେବେ ସେହି ଇଟାଭାଟିରେ ନିଜ ଗାଁ ଗୁହୁରିଆପଦର ଗ୍ରାମର ନିଜ ସମ୍ପର୍କୀୟ ଭାଇ ଲୋଚନ ଭତ୍ରା କାମ କରୁଥିଲା। ବଙ୍ଗୋମୁଣ୍ଡା ପୋଲିସ କୁ ଗୋରୁଚନ ଦେଇଥିବା ଅଭିଯୋଗ ଅନୁଯାଇ କିଛି ଦିନ ପରେ ଲୋଚନ ନିଜ ଗାଁକୁ ଫେରିବ ବୋଲି ଜାଣି ଝିଅ ଯମୁନା କୁ ମଧ୍ୟ ସାଙ୍ଗରେ ନେଇ ଘରେ ଛାଡ଼ିଦେବା ପାଇଁ ଗୋରୁଚନ କହିଥିଲେ। କିଛି ଦିନ ପରେ ଗୋରୁଚନ କାମ କରିବାକୁ ଯାଇଥିବା ସମୟରେ ଲୋଚନ ଓ କିଛି ଅନ୍ୟ ଶ୍ରମିକ ସାଥୀ ଝିଅ ଯମୁନା କୁ ଗାଁ କୁ ଯିବା ବୋଲି ସାଙ୍ଗରେ ଆଣିଥିଲେ। ଏପଟେ ବାପା ଗୋରୁଚନ କାମ ସାରି ଘରକୁ ଫେରି ଝିଅକୁ ନ ପାଇ ଇଟାଭାଟି ମାଲିକଙ୍କୁ ଛୁଟି ମାଗିଥିଲେ। ତେବେ ମାଲିକ ୮ ଦିନ ପରେ ଛୁଟିଦେବାରୁ ସେ ନିଜ ଗାଁ ଗୁହୁରିଆପଦର ପହଞ୍ଚି ଘରେ ପହଞ୍ଚି ସେଠାରେ ମଧ୍ୟ ଝିଅକୁ ନ ପାଇ ଆଖପାଖ ପଡୋଶୀ ଙ୍କୁ ପଚରାଉଚରା କରି ଲୋଚନ ଙ୍କ ଘରକୁ ପଚାରିବାକୁ ଯାଇଥିଲେ। ତେବେ ଲୋଚନ ଝିଅ ଯମୁନା ତାଙ୍କ ସାଙ୍ଗରେ ହିଁ ଟ୍ରେନ ରେ ଆସୁଥିବା ବେଳେ ବାଟରେ କୋଉଠି ଓହ୍ଲାଇ ପଡିଥିବା କହିଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ କଣ୍ଟାବାଞ୍ଜି ଗରିବସେନା ର ସହାୟତାରେ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଜଣାଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ପ୍ରାୟ ଦେଢ ବର୍ଷ ପରେ ଝିଅଟିକୁ ମହାରାଷ୍ଟ୍ରର ଏକ ଅନୁଷ୍ଠାନ ର ଆଶ୍ରୟସ୍ଥଳ ରେ ପାଇଥିଲେ। ଏହି ଆଶ୍ରୟସ୍ଥଳ କୁ ଆସିବା ପୂର୍ବରୁ ଯମୁନା ଖଣ୍ଡିଆ ଖାବରା ହୋଇ ଟ୍ରେନ ଷ୍ଟେସନ ନିକଟରେ ଇତସ୍ତତଃ ଘୁରି ବୁଲୁଥିବା ନିକଟସ୍ଥ ପୋଲିସ ଖବର ପାଇ ଆଶ୍ରୟସ୍ଥଳ ରେ ନେଇ ଜିମା ଦେଇଥିଲା । ହେଲେ ଯମୁନାର ମାନସିକ ସ୍ଥିତି ଠିକ୍ ନ ଥିବାରୁ ସେ ଘର ଠିକଣା ମଧ୍ୟ

ଦେଇ ପାରିନଥିଲା। ପରେ କିଛି ମାସ ଯିବାପରେ ତା'ର ବିବାହ କରାଯାଇଥିଲା। ହେଲେ ତା ସ୍ବାମୀ ପାଖରୁ ମଧ୍ୟ ଏପଟ ସେପଟ ପଲାଇ ବସିବାରୁ ପୁଣି ସେହି ଅନୁଷ୍ଠାନ କୁ ଆଣି ତା ସ୍ବାମୀ ଛାଡିଦେଇ ଥିଲା। ପରେ ପୁଣି ଅନୁଷ୍ଠାନ ର କର୍ମକର୍ତ୍ତା ପଚାରିବାରୁ ସେ ତା ପୁରା ଠିକଣା କହିନପାରି କେବଳ କଣ୍ଟାବାଞ୍ଜି କହିଥିଲା। ତେବେ ସେଠାରୁ କଣ୍ଟାବାଞ୍ଜି ଅଞ୍ଚଳର ପୋଲିସ ସହ ଯୋଗାଯୋଗ କରି ବଙ୍ଗୋମୁଣ୍ଡା ଥାନାକୁ ଯମୁନା ର ଫଟୋ ପଠାଇଥିଲେ। ବଙ୍ଗୋମୁଣ୍ଡା ପୋଲିସ ଯମୁନା ର ବାପା କୁ ଫଟୋ ଦେଖାଇ ସେ ଚିହ୍ନିବା ପରେ ଆଇନ ଅନୁଯାଇ ଆଦେଶ ଆଣି ଏକ ସାମାଜିକ ଟିମ୍ ଗଠନ କରି ମହାରାଷ୍ଟ୍ର ପଠାଇ ଯମୁନା କୁ ଗାଁ କୁ ଫେରାଇ ଆଣିଥିଲେ। ଏ ମଧ୍ୟରେ ପ୍ରାୟ ଦେଢବର୍ଷ ବିତି ଯାଇଛି। ଯମୁନା ଟ୍ରେନରୁ ନିଜେ ଓହ୍ଲାଇ ଥିଲେ ନା ତାଙ୍କ ସହ ଆଉକିଛି ଘଟଣା ଘଟିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ହେଲେ  ଯମୁନା ଯାହାକୁ ଦେଖିଲେ ବି ଡରି ଯାଉଥିବା ସହ ମାନସିକ ସ୍ଥିତି ଠିକ୍ ନ ଥିବାରୁ ପୋଲିସ ବୟାନ ରେକର୍ଡ ମଧ୍ୟ କରିପାରିନଥିବା ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜିବ ପ୍ରଧାନଙ୍କ ଠାରୁ ଜଣାପଡିଛି। ଏପଟେ ବିଳମ୍ବରେ ହେଲେ ମଧ୍ୟ ବଙ୍ଗୋମୁଣ୍ଡା ପୋଲିସ ଝିଅକୁ ଫେରାଇ ଆଣିଥିବାରୁ ଗରିବସେନା ସଭାପତି ଦିନେଶ ତାଣ୍ଡି ଧନ୍ୟବାଦ୍ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like