-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

୩୦ ହଜାର ଧାର ଟଙ୍କା ନ ଫେରାଇବାରୁ ଯୁବକକୁ ହତ୍ୟା ଅଭିଯୋଗ: ଦିନକ ପୂର୍ବରୁ ଅପହରଣ କରିଥିଲେ ଠିକାଦାର

03-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତର ଏମପିଭି -୧୦ ଗ୍ରାମର ଜଣେ ଯୁବକକୁ ଧାର ଟଙ୍କା ଫେରାଇବାକୁ ନେଇ ପ୍ରଥମେ ଅପହରଣ କରିବା ସହିତ ମୋଟୁ ଥାନା ଅନ୍ତର୍ଗତ ଏମପିଭି-୮୧ ଗ୍ରାମରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ଏମପିଭି-୮୧ ଗ୍ରାମର ଜଣେ ଠିକାଦାର ଏବଂ ଅନ୍ୟ ଜଣେ ତାଙ୍କର ବନ୍ଧୁ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଏମପିଭି-୧୦ ଗ୍ରାମର ନିପୁନ ମଣ୍ଡଳଙ୍କ ପୁଅ ବାପି ମଣ୍ଡଳ (୨୨) ବୋଲି ଜଣାପଡିଛି । ଘଟଣା ପରେ ମୋଟୁ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଗତ ଶୁକ୍ରବାର ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଏମପିଭି-୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଏବଂ ସେହି ଗ୍ରାମର ସୁଜିତ ରୟ ଦୁଇଜଣ ଏମପିଭି-୧୦ ଗ୍ରାମରେ ପହଁଚି ବାପି ମଣ୍ଡଳର ହାତକୁ ଏକ ଗାମୁଛା ସାହାଯ୍ୟରେ ବାନ୍ଧି ଜୋର ଜବରଦସ୍ତି ଉଠାଇ ନେବାକୁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ । ଏ ନେଇ ଠିକାଦାର ଜଣଙ୍କ କହିଥିଲେ ଯେ ବାପି କାମ କରିବ କହି ମୋ ପାଖରୁ ୩୦ ହଜାର ଟଙ୍କା ନେଇ ଆସିଛି । ଟଙ୍କା ମାଗିଲେ ଫେରାଉ ନାହିଁ । ମୁଁ ତାକୁ ମୋ ସହିତ ନେଇଯାଉଛି ଟଙ୍କା ଶୁଝିବା ପରେ ତାକୁ ଛାଡିଦେବ କହି ନିଜ ମୋଟର ସାଇକେଲରେ ବସାଇ ନେଇ ଯାଇଥିବା ବାପିର ଜେଜେବାପା ଚାଣକ୍ଯ ମଣ୍ଡଳ କହିଛନ୍ତି । ତେବେ ଶନିବାର ଦିନ ୧୧ ଘଟିକା ସମୟରେ ଠିକାଦାର ଅନନ୍ତ ହାଲଦାର ପୁଣି ଥରେ ଏମପିଭି-୧୦ ଗ୍ରାମରେ ପହଁଚି ଗାଁ ସଭାପତି ବିକାଶ ମଣ୍ଡଳଙ୍କୁ ସାକ୍ଷାତ କରି ବାପିର ଶରୀର ବହୁତ ଅସୁସ୍ଥ ଅଛି ଏବଂ ସେ ଗୁରୁତର ହୋଇ ପଡିଛି ତାଙ୍କ ଘର ଲୋକଙ୍କୁ ଜାଣଇ ଦେବା ପାଇଁ କହିଥିଲେ । ଏହାର ଏକ ଘଣ୍ଟା ପରେ ବାପିର ମୃତ୍ୟୁ ହୋଇଯାଇଚି ବୋଲି ଅନନ୍ତ ଫୋନ କରି ସଭାପତିଙ୍କୁ ଜାଣଇ ବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ଠିକାଦାର ଏବଂ ତାର ସହଯୋଗୀ ବାପିକୁ ମାଡ ମାରି କୌଣସି ଉପାୟରେ ତାକୁ ହତ୍ୟା କରିଥିବା ଦର୍ଶାଇ ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅନନ୍ତ ହାଲଦାର ଏବଂ ସୁଜିତ ରାୟଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି l ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପିର  କେମିତି ମୃତ୍ୟୁ ହୋଇଛି ତାହା ସଠିକ ଜଣା ପଡିନାହିଁ । ବାପି ଅସୁସ୍ଥ ଥିବା ଜାଣି ଠିକାଦାର ପରିବାର ଲୋକଙ୍କୁ ନ ଜଣାଇ ଗାଁ ସଭାପତି ଙ୍କୁ ଜଣାଇବା ଏହି ଘଟଣାରେ ଅଧିକ ସନ୍ଦେହ ପ୍ରକାଶ ପାଇଛି l ଏଥିସହ ଏମପିଭି - ୮୧ ଅଞ୍ଚଳର ଜୈନେକ କ୍ଵାକ ଡାକ୍ତର ବାପି ର ଚିକିତ୍ସା କରିଥିବା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ତବେ କିଛିଟା ଟଙ୍କା ପାଇଁ ଜଣେ ଯୁବକର ଜୀବନ ଯାଇଥିବା ବେଳେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକ ଏବଂ ଅଂଚଳବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ବାପି ଦେଢ ବର୍ଷ ତଳେ ଏମଭି-୮୮ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି ।  ପରେ ମୃତ୍ୟୁ ରହସ୍ୟ ପରଦା ଫାଶ ହେବ ବୋଲି ମୋଟୁ ଥାନା ଏସଆଇ ଲକ୍ଷ୍ମୀଧର ଲେଙ୍କା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like