-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ସୁବିଧାକୁ ଅଣଦେଖା

20-Jul-2025



ରାୟଗଡ଼(ସୁପ୍ରିୟା ଷଡଙ୍ଗୀ): ଡାକିଦେଲେ ଓ କରେ ମା ମଝିଘରିଆଣୀ । ରାୟଗଡ଼ ସହର ଝଂଜାବତି ନଦୀ କୂଳରେ ମା ମଝିଘରିଆଣୀଙ୍କ ମନ୍ଦିର। ମା ଭାରି ପ୍ରତ୍ୟକ୍ଷ, ଡାକିଦେଲେ ଓ କରେ ମା ମଝିଘରିଆଣୀ ବୋଲି ବିଶ୍ୱାସ ରହିଛି ଶ୍ରଦ୍ଧାଳୁ ମାନଙ୍କର। ଏହିଭଳି ମନୋଭାବ ନେଇ ମା ମଝିଘରିଆଣୀଙ୍କ ଦର୍ଶନ ପାଇଁ ଭାରତର କଣ ଅନୁକୋଣରୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପ୍ରତ୍ୟେକ ମଙ୍ଗଳବାର, ବୁଧୁବାର ଓ ରବିବାର ଭିଡ଼ ପରିଲକ୍ଷିତ ହୋଇଥାଏ। ବିଶେଷ କରି ରବିବାର ଦିନ ମନ୍ଦିରରେ ଭାରି ଭିଡ଼ ଦେଖିବାକୁ ମିଳେ।  ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମନସ୍କାମନା ପୂରଣ କରନ୍ତି ମା ମଝିଘରିଆଣି। ଦର୍ଶନ ସାରି ମା ଙ୍କ ମନ୍ଦିର ଉନ୍ନତି ଦିଗରେ ଦକ୍ଷିଣା ସ୍ୱରୂପ ଶ୍ରଦ୍ଧାଳୁ ମାନେ ଦାନ ହୁଣ୍ଡିରେ କିଛି ଅର୍ଥ ରାଶି,ସୁନା ଓ ରୂପା ପକାଇ ଥାଆନ୍ତି। ବିଶେଷ କରି ଟଙ୍କା ଆକାରରେ ହୁଣ୍ଡିରେ ଦାନ କରନ୍ତି। ଯାହା ପ୍ରତି ଦୁଇ/ତିନି ମାସରେ ଥରେ ଖୋଲାଯାଇଥାଏ। କିଛି ଦିନ ତଳେ ଦୀର୍ଘ ୬ମାସ ପରେ ହୁଣ୍ଡି ଖୋଲା ଯାଇଥିବାରୁ ସୁନା, ରୂପା, ବିଦେଶୀ ମୁଦ୍ରା ବ୍ୟତିତ ଚଳିତ ମାସ ହୁଣ୍ଡିରୁ ପ୍ରାୟ ଏକ କୋଟି ୪ଲକ୍ଷ ଟଙ୍କା ଅର୍ଥ ଆକାରରେ ବାହାରିଥିଲା। 
ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଅଭିଯୋଗ ରହିଛି ପରିଚାଳନା କମିଟି ମନ୍ଦିର ଚତୃପାର୍ଶ୍ୱରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉ ନାହାନ୍ତି, ଅନ୍ୟପଟେ ମା ଙ୍କର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଧାରଣ ଦର୍ଶନରେ ଶୃଙ୍ଖଳା ର ଅଭାବ। ଅନ୍ୟପଟେ ସ୍ଵତନ୍ତ୍ର ଦର୍ଶନ ନିମନ୍ତେ ୩୦୦ଟଙ୍କା ଟିକେଟ ପାଇଁ ଲମ୍ବା ଲାଇନ୍। ସ୍ୱତନ୍ତ୍ର ଟିକେଟ ଅନଲାଇନ୍ ବ୍ୟବସ୍ଥା ନ ହୋଇଥିବା ଯୋଗୁଁ। ଗୋଟିଏ ଟିକେଟରେ ୩/୪ଜଣ ଚାଲିଯାଉଥିବା ଅଭିଯୋଗ ହୋଇଛି। ମାନସିକ କରି ଥିବା ଶ୍ରଦ୍ଧାଳୁ ମନ୍ଦିର ପୁଜା ସାରି କୁକୁଡ଼ା ଓ ଛେଳି କାଟିବା ପାଇଁ ନିଅନ୍ତି। ଯେଉଁ ସ୍ଥାନ ଅଳିଆ ଗଦା ବୋଲି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମାନସିକ ଧାରି ଛେଳି ଓ କୁକୁଡ଼ା ମାଂସ ରାନ୍ଧି ଖାଈବାକୁ ଉପଯୁକ୍ତ ସ୍ଥାନର ଅଭାବ ରହିଛି। ଯାହାଦ୍ବାରା ଭକ୍ତ ନିଜ ପରିବାର ସହ ସ୍ଥାନୀୟ ବାସିନ୍ଦାଙ୍କ ଘରେ ରହି ଗୋଟିଏ ଥାଳି ପିଛା ଶହେରୁ ଶହେ ପଚାଶ ଟଙ୍କା ଦେଇ ରୋଷେଇ କରି ଖାଆନ୍ତି ଅନ୍ୟପଟେ ମନ୍ଦିର ନିକଟରେ ଖୁଲାମ୍ ଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ, ଆସୁଥିବା ପରିବାର କିଛି ସଦସ୍ୟ ମାତାଲ ହୋଇ ଟଙ୍କା ପଇସା ଓ ମୋବାଇଲ ହଜାଇ ସଂଧ୍ୟା ପର୍ୟ୍ୟନ୍ତ ମନ୍ଦିର ପରିସର ମଧ୍ୟରେ ପଡି ରହନ୍ତି, ଯାହାକୁ ଶ୍ରଦ୍ଧାଳୁ ମନ୍ଦିର ନିକଟରେ ମଦ ବିକ୍ରି ବନ୍ଦ ହେଉ ବୋଲି କହିଛନ୍ତି। ସାଧାରଣ ଦର୍ଶନ ଓ ସ୍ଵତନ୍ତ୍ର ଦର୍ଶନରେ ଖରା ବର୍ଷାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲେ ମଧ୍ୟ ମୁଣ୍ଡ ଉପରେ ଛାତ କିମ୍ୱା ପାଲ ବ୍ୟବସ୍ତା ନାହିଁ। ଲମ୍ବା ଲାଇନରେ ଠିଆ ପିଇବା ପାଣି ପାଇଁ ଡହଳ ବିକଳ ହୁଅନ୍ତି। ଧାଡ଼ିରେ ଥିବା ଭକ୍ତ ଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉ ନାହିଁ। ଧାଡ଼ିରେ ଛୁଆଙ୍କୁ ଧରି ଠିଆ ହୋଇଥିବା ମହିଳାଙ୍କ ପାଇଁ ସ୍ତନ୍ୟପାନ କଠୋରି ନାହିଁ। ଆସୁଥିବା ଶ୍ରଦ୍ଧାଳୁ ରାତ୍ରି ଖୋଲା ଜାଗାରେ ବିଶ୍ରାମ କରନ୍ତି। 
ଶୌଚାଳୟ ବ୍ୟବସ୍ଥା ନ କହିବା ଭଲ ବୋଲି କହୁଛନ୍ତି ଶ୍ରଦ୍ଧାଳୁ।  ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ୪/୫ଗୋଟି ଶୌଚାଳୟ ନିଅଣ୍ଟ। ବାଧ୍ୟ ହୋଇ ଲୋକେ ପାଖରେ ଥିବା ନଦୀକୁ ଯାଆନ୍ତି। ଯେଉଁଠି ବିପଦକୁ ଆମନ୍ତ୍ରଣ ଭଳି ସ୍ଥାନ। ମନ୍ଦିର ଚାରିପଟେ ବ୍ୟାରିକେଟ୍ ଯୋଗୁଁ ଧାଡ଼ିରେ ଠିଆ ହୋଇ ଅଣ ନିଶ୍ବାସୀ ଭଳି ଲାଗେ। ପ୍ରସ୍ଥାନ ଦ୍ଵାର ମଧ୍ୟରୁ କିଛି ହାତଗୁଞ୍ଜା ନେଇ ସିକ୍ୟୁରିଟି ଗାର୍ଡ ଛାଡି ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ।
ମନ୍ଦିର ପରିଚାଳନା କମିଟି ବାରମ୍ବାର ରେଳବାଇକୁ ନିନ୍ଦା କରି  ରେଳବାଇ କାମ ସରିଲେ ମନ୍ଦିର କାର୍ଯ୍ୟ ଆରମ୍ଭ ହେବ ବୋଲି କହି ଆସୁଛି। କିନ୍ତୁ, ଯେଉଁ ସବୁ ମୌଳିକ ସୁବିଧା ଯୋଗାଇବା ଅପରିହାର୍ଯ୍ୟ ସେଥିରୁ ଓହରି ଯାଉଛନ୍ତି। ଅସ୍ଥାୟୀ ସୌଚାଳୟ ଓ ବାଥରୁମ୍ ଥିଲେ ମଧ୍ୟ କିଛି ମାତ୍ରାରେ ସୁବିଧା ହୋଇ ପାରିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ। 
ମନ୍ଦିରକୁ ୩ପଟୁ ପ୍ରବେଶ ପଥ ରହିଛି। ଅଣ୍ଡର ପାସ୍ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଭିଡ଼ ପରିଲକ୍ଷିତ ହୋଇଥାଏ।ମନ୍ଦିର ପକ୍ଷରୁ କୌଣସି ସୁରକ୍ଷା କର୍ମୀ ଏଠାରେ ରୁହନ୍ତି ନାହିଁ। ଅନ୍ୟଟି ମଝିଘରିଆଣୀ ମନ୍ଦିର ପୋଲ ଦେଇ ଆସିବାକୁ ହୋଇଥାଏ, ଏହା ମାଟି ରାସ୍ତା ହୋଇଥିବା ହେତୁ ସାମାନ୍ୟ୍ ବର୍ଷାରେ ନାହିଁ ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଭକ୍ତ। ଅନ୍ୟଟି ରାଣିଗୁଡ଼ା ଦେଇ ଆସିବାକୁ ହୋଇଥାଏ। ଏହି ରାସ୍ତାରେ ଚାରି ଚକିଆ ପାର୍କିଂ ଷ୍ଟାଣ୍ଡ କରି ଦେଇଛନ୍ତି ଟେଣ୍ଡର ମାଲିକ, ଏହି ରାସ୍ତାରେ ସହର ଅଳିଆ ଗଦା କରିବା ପାଇଁ ଡମ୍ପିୟାର୍ଡ ହୋଇଛି ଏଥିସହ ମାଂସ ବ୍ୟବସାୟୀ କୁକୁଡ଼ା ପର,

ଚମଡା, ଏବଂ ବର୍ଜ୍ୟ ବସ୍ତୁ ପକାଇ ଦିଅନ୍ତି ଯାହାର ଦୁର୍ଗନ୍ଧ ରେ ନାକ ଫାଟି ଯାଉଥାଏ।ମନ୍ଦିର ପାଇଁ ଦାନହୁଣ୍ଡିରେ ବାହାରୁଥିବା ଅର୍ଥ ମନ୍ଦିର ଉନ୍ନତି ଦିଗରେ ଖର୍ଚ୍ଚ ହେଉ ନ ଥିବା ଯୋଗୁଁ ଚିନ୍ତା ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ। ରବିବାର ଅଟୋ ଚାଳକ ମାନେ ଆକାଶଛୁଆଁ ଦର ନେଉଥିବା ବେଳେ, ମନ୍ଦିର ପକ୍ଷରୁ ଗଢିଥିବା ଗୋଟିଏ ମାତ୍ର ମାଗଣା ବସ୍ ସେବାରେ ଖୁନ୍ଦାଖୁନ୍ଦି ହୋଇ ଯିବା ଆସିବା କରନ୍ତି ଶ୍ରଦ୍ଧାଳୁ। ମନ୍ଦିର ସମସ୍ୟାଗୁଡ଼ିକୁ ପରିଚାଳନା କମିଟି ଦୁର କରି ପାରୁ ନ ଥିବା ଯୋଗୁଁ ଦୁର ଦୁରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁ ମନ୍ଦିର ୱେବ୍ ସାଇଟରେ ଦୁଃଖ ଜଣାଇ ଅସନ୍ତଶ ବ୍ୟକ୍ତ କରିଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିର ଚତୃପାର୍ଶ୍ୱରେ ସିସିଟିଭି ଲାଗିଛି।  କିନ୍ତୁ ଅଧାରୁ ଅଧିକାଂଶ ଅଚଳ ହୋଇ ରହିଛି। ମନ୍ଦିର ପରିସର ପଛପଟେ ଥିବା ସ୍ଥାନୀୟ ପୁଲିସ ଫାଣ୍ଡିରେ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ପୁଲିସ୍ ରହୁ ନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ। ପରି ଚାଳନା କମିଟି ଆଗାମୀ ଦିନରେ ଶ୍ରଦ୍ଧାଳୁ ମାନଙ୍କ ଯଥା ସମ୍ଭବ ଅସୁବିଧା ଦୁର କରିପାରିଲେ ମନ୍ଦିର ଉନ୍ନତି ହେବା ସହ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like