-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ସୋନପୁର ପୋଲିସର ଗଞ୍ଜେଇ ଧରପଗଡ଼; କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ମଧ୍ୟରେ ଏବେ କୋକୁଆ ଭୟ: ସୋନପୁର ଏସ୍ ପି ଙ୍କ ମିଶନ ଗଞ୍ଜେଇ

20-Jul-2025



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ  ରିପୋର୍ଟ): ବର୍ଷବର୍ଷ ଧରି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଝାଡ଼ଖଣ୍ଡ,ଛତିଶଗଡ, ପଶ୍ଚିମବଙ୍ଗ,  ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ,  ବିହାର , ଦିଲ୍ଲୀ, ମୁମ୍ବାଇ ଓ ଅନ୍ଯାନ୍ଯ ବାହାର ରାଜ୍ୟକୁ ନିୟମିତ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଜାରୀ ରହିଛି। ସରକାର ଏହା ଜାଣୁଥିଲେ ହେଁ ମଝିରେ ମଝିରେ ଅବକାରୀ ଓ ମୁଖ୍ଯତଃ ଧରପଗଡ କରାଯାଉଥିଲେ ବି, ଏହା କମିନାହିଁ  ।  ଏଥିଯୋଗୁଁ ହତ୍ୟାକାଣ୍ଡ,  ପୁଲିସକୁ ହତ୍ୟା , ଆନ୍ତଃରାଜ୍ୟ ହତ୍ୟାକାଣ୍ଡ,   ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ସହ ବିଚାରବିଭାଗକୁ ପ୍ରଭାବିତ କରୁଥିବା ଭଳି ଗୁରୁତର ଅପରାଧ ଓ ସମସ୍ୟା ସୃଷ୍ଟି କଲାଣି ।ଏହାର ଧରପଗଡ ବା ନିୟନ୍ତ୍ରଣ ଦିଗରେ ଅବକାରୀ ବିଭାଗ କଦବା କ୍ବଚିତ୍ ଅଳ୍ପ ପରିମାଣର ଚୋରାଗଞ୍ଜେଇ ଧରପଗଡ କରି କର୍ତ୍ତୃବ୍ୟ ସମ୍ପାଦନ କରୁଛି। ସରକାର ମଧ୍ଯ ଏହି ବିଭାଗଟିର ଏହି ଏନ୍ ଡି ପି ଏସ୍ ମାମଲା ପ୍ରତି ସେତେଟା  ଗୁରୁତ୍ବ ଦେଲା ପରି ମନେ ହେଉ ନ ଥିଲା ବେଳେ ମୁଖ୍ୟତଃ ପୁଲିସ ହିଁ ଏହାର ଧରପଗଡରେ ମୁଖ୍ଯଅଂଶ ନିର୍ବାହ କରୁଥିବା ଦେଖାଯାଇ ଆସୁଛି । ଅବଶ୍ଯ ଜିଲ୍ଲା ଅବକାରୀ ବିଭାଗରେ କର୍ମଚାରୀ ଅଭାବ, ଗାଡିମଟର ଓ ଇନ୍ଧନ ଇତ୍ୟାଦିର ସାଧନ ଅଭାବ ଓ ସଚ୍ଚୋଟ ତଥା ଦକ୍ଷ ଅଫିସର ଓ ଇଚ୍ଛାଶକ୍ତିର ଅଭାବ ସହିତ ବିଭିନ୍ନ ପ୍ରତିବନ୍ଧକ ରହିଛି । 

ସର୍ବୋପରି ଉଭୟ ଅବକାରୀ ଓ ପୁଲିସର କେତେକ ଲାଞ୍ଚୁଆ ଅଧିକାରୀ- କର୍ମଚାରୀଙ୍କ ଯୋଗୁଁ ଏହାର ସମୁଚିତ ଧରପଗଡ ଓ ତଦନ୍ତ ବାଧାପ୍ରାପ୍ତ ହୋଇଆସୁଥିବା ମୁଖ୍ଯ କାରଣ ବୋଲି କୁହାଯାଇଥାଏ  ।

ତେବେ ସଂପ୍ରତି ସୁବର୍ଣ୍ଣପୁରରେ ନୂତନ ଏସ୍ ପି ଭାବେ ନାରାୟଣ ନାଏକ ଯୋଗଦେବା ପରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ 'ମିଶନ୍ ଗଞ୍ଜେଇ' ଅଭିଯାନ ଆରମ୍ଭ କରି ସଫଳତା ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି । ଏଠାରେ ତାଙ୍କର ଅଦ୍ୟାବଧି ସ୍ବଳ୍ପ କାର୍ଯ୍ୟକାଳ ମଧ୍ଯରେ ତାଙ୍କର ଏହି ସ୍ବତନ୍ତ୍ର ଅଭିଯାନରେ କୋଟି କୋଟି ଟଙ୍କାର ଏକାଧିକ ବଡ ବଡ ଧରପଗଡ ମାମଲା ହୋଇ ସାରିଲାଣି ।  ସେ ଏହି ଧରପଗଡରେ କେବଳ ଯେ ଚୋରାଚାଲାଣରେ ଜଡିତ ଆସାମୀଙ୍କୁ ଗିରଫକୁ କୋର୍ଟ ଚାଲାଣ, ସବୁମାଲ୍ ଜବତ ସହ ବ୍ୟବହୃତ ଯାନବାହନ ଜବତ କରୁଛନ୍ତି, ତା' ନୁହେଁ ; ତା' ସହ ଏହି ଚୋରାଚାଲାଣର ପାଇଲଟ୍ ମାନଙ୍କୁ ମଧ୍ଯ ଧରୁଥିବା ସହିତ  ଏହି ଚୋରାଚାଲାଣର ଆରମ୍ଭ ଓ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ତଦନ୍ତକୁ ସମ୍ପ୍ରସାରଣ କରିଛନ୍ତି । ଫଳରେ ଏହି ଜିଲ୍ଲାରେ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଓ ଜଡିତ ସୂତ୍ରଧରମାନଙ୍କ ମଧ୍ଯରେ କୋକୁଆଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । 

ନିକଟରେ ତରଭା ପୁଲିସ ଗତ ୧ ତାରିଖରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ରିଜ୍ ପାଖରେ ଏକ ପିକଅପ୍ ଭ୍ୟାନ୍ ରୁ ୨୫ଟି ପ୍ୟାକେଟ୍ ରେ ଥିବା କଣ୍ଟାମାଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ  ହେଉଥିବାପ୍ରାୟ ୬ କୁଇଣ୍ଟାଲ୍ ୧୫ କିଗ୍ରା ଗଞ୍ଜେଇ ଧରିଥିଲେ । ଏସ୍ ପିଙ୍କୁ ମିଳିଥିବା ସୂଚନାକ୍ରମେ ତରଭା ଥାନାଧିକାରୀ ଅନୀତା କିଡୋ , ଏସ୍ ଆଇ ରବୀନ୍ଦ୍ର ସାହୁ ଓ ଅନ୍ଯମାନେ ସଦଳବଳେ ଗୋଡାଇ ଗୋଡାଇ ଏହା ଧରିଥିଲେ । ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ପ୍ରକାଶ  ।  ପୁନଶ୍ଚ  ଗତ ୧୭ ତାରିଖରେ ସେହି ତରଭା ଥାନା ଅନ୍ତର୍ଗତ ବୁର୍ଡା- ଅର୍ଜୁନପୁର ରାସ୍ତାର ରାଣୀସର୍ଡା ଛକଠାରେ ମେଣ୍ଡାଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନେତୃତ୍ବରେ ପୁଲିସ ଏକ ପିକ୍ ଅପ୍ ଭ୍ଯାନ୍ ରୁ ବଲାଙ୍ଗୀର ଓ ବରଗଡ ଜିଲ୍ଲା ଦେଇ ଛତିଶଗଡ ରାଜ୍ୟ ବାହାରକୁ ଚୋରାଚାଲାଣ ହେଉଥିବା ୯ କୁଇଣ୍ଟାଲ ୩୫ କିଗ୍ରା ଗଞ୍ଜେଇ ଧରିଥିବା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍ ହୋଇଯାଇଥିବା ପ୍ରକାଶ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ଯ ପ୍ରାୟ ୫ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରକାଶ  । ଏହାସହିତ ବୀରମହାରାଜପୁର ଓ ସୋନପୁର ଥାନାର ପୁଲିସ କେତେକ ଗଞ୍ଜେଇ ଜବତ କରିଛନ୍ତି ।  ଏ ସମ୍ପର୍କରେ କିପରି ଛୋଟ କୃଷିଯାନ ବା ଟ୍ରାକ୍ଟର ଓ ଏପରିକି ବାଇକ୍ ରେ ମଧ୍ଯ ସିଟ୍ କଭର୍ ଭିତରେ ଅଭିନବ ଉପାୟରେ କିପରି ଗଞ୍ଜେଇ ଚୋରାଚାଲାଣ ହେଉଛି , କେତେକ ଜବତ ବାଇକ୍ କୁ ଦେଖାଇ ସୋନପୁର ଆଇ ଆଇ ସି ତାପସ କୁମାର ଭୋଇ ପ୍ରକାଶ କରିଛନ୍ତି ।  ସୋନପୁର ଥାନାନ୍ତର୍ଗତ ହରଡଖୋଲ୍ ଫାଣ୍ଡି ଅଧିକାରୀ ସନ୍ତୋଷ ସେନ୍ଦ୍ରିଆ ଗତ ୨ ମାସ ମଧ୍ଯରେ ୬ ଟି ମାମଲା ଓ ଗତ ୧୮ ତାରିଖରେ ଏକ ବାଇକ୍ ରୁ ପ୍ରାୟ ୮ କିଗ୍ରା ଗଞ୍ଜେଇ ଧରିଥିବା ଜଣାଯାଇଛି । ସର୍ବୋପରି ଏହି ଏସ୍ ପିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ଦ୍ବାରା ଇତିମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ ଧରାପଡିଛି । ତେବେ କେତେକ କ୍ଷେତ୍ରରେ ଅଭିଯୁକ୍ତ ଫେରାର୍ ହୋଇଯିବାରେ ସଫଳ ମଧ୍ଯ ହୋଇଛନ୍ତି । ତେବେ କ୍ଷୋଭର ବିଷୟ ଯେ , ବହୁକଷ୍ଟ ସ୍ବୀକାର କରି ପୁଲିସ ଧରୁଥିବା ଏଭଳି ମାମଲାର ଅଭିଯୁକ୍ତମାନଙ୍କୁ ୪ /୫ ଦିନରେ ଜାମିନ୍ ମିଳିଯାଉଥିବା ଦେଖାଯାଇଛି ।  

ତେଣୁ ସରକାରଙ୍କ ପକ୍ଷରୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷ ଉନ୍ମୁଳନ ଅଭିଯାନକୁ ତ୍ବରାନ୍ବିତ କରାଯିବା ସହ ବ୍ୟାପକ ସଚେତନତା ସୃଷ୍ଟି ସହ ମୁଖ୍ଯତଃ  ଉପରୋକ୍ତ ଜିଲ୍ଲାରୁ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ଏହି ଚୋରାଚାଲାଣର କରିଡର୍ ପାଲଟିଥିବା ଥାନା , ଫାଣ୍ଡିର ପୁଲିସ ଓ ଅବକାରୀ ଅଧିକାରୀ- କର୍ମଚାରୀଙ୍କ ଧରପଗଡ ଓ ତଦନ୍ତରେ ସ୍ବଚ୍ଛତା ଅବଲମ୍ବନ ପ୍ରତି ବରିଷ୍ଠ ଅଧିକାରୀଙ୍କ ସ୍ତରରେ କଡାକଡି ଦୃଷ୍ଟି ରଖାଯିବା ଦିଗରେ ସରକାର ସଚେତନ ରହିଲେ , ଏହାର ନିରାକରଣ କରାଯାଇପାରିବ ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like