-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
19-Jul-2025
କଣ୍ଟାମାଳ(ଜୟ କୁମାର ମହାରଣା): ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଶିକ୍ଷାନୀତି- ୨୦୨୦ ଉପରେ ଆଲୋଚନା ନିମନ୍ତେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ପିଏମ୍ ଭାଷା ଆନୁକୂଲ୍ୟରେ ଏକ ଦିବସୀୟ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିଭାଗର ମୂଖ୍ୟ ରବିନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପକ ପୌଲସ୍ତୀ ପ୍ରଧାନ, ରସାୟନ ବିଭାଗର ସଂଜିତ କୁମାର ରଥ, ତର୍କ ଓ ଦର୍ଶନଶାସ୍ତ୍ର ବିଭାଗର ଅଞ୍ଜୁମ ଲୋମ୍ଗା, ଭୌତିକବିଜ୍ଞାନ ବିଭାଗର ଶିବଦତ୍ତ ପୁରୋହିତ, ବୃତ୍ତିଗତ ଶିକ୍ଷାବିଭାଗର ଜୟପ୍ରକାଶ ମହଲା, ଶିକ୍ଷାବିଭାଗର ସୁନିଲ ପୁଟା, ଓଡ଼ିଆ ବିଭାଗର ଅଧ୍ୟାପକ ସୁନିଲ ହରିପାଲ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ତ୍ଵରାନିତ୍ୱ କରି କିପରି ସାମାଜିକ, ଆଧାତ୍ମିକ,ନୈତିକ ବିଚାରଧାରା ଉପରେ ଉପସ୍ଥାପନ କରିଥିଲେ। ଅଧ୍ୟାପକ ପୌଲସ୍ତୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଶିକ୍ଷାନୀତିର ସଂପାଦନାରେ ଓଡ଼ିଆ ବିଭାଗର ଅଧ୍ୟାପିକା ପ୍ରୀତିସ୍ମିତି ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ରହିଥିଲେ।