-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||     

HOME   ଜିଲ୍ଲା

ଜେଟି(୩୬)ରେ ରେଲୱେ ଓଭର ବ୍ରିଜ ନିର୍ମାଣ ପାଇଁ ଡି ଆର ଏମ ଙ୍କୁ ସାଂସଦ ଙ୍କ ପ୍ରସ୍ତାବ ପତ୍ର ପ୍ରଦାନ

08-Jul-2025



ଅତାବିରା(ଆକାଶ ମିଶ୍ର): ଏକକ ରେଳ ଲାଇନରୁ ଡବଲ ଲାଇନ୍ ହେଲା । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି,ପ୍ରସ୍ତାବ ପରେ ପ୍ରସ୍ତାବ ଦିଆଚାଲିଛି  ଓଭର ବ୍ରିଜ ନିର୍ମାଣ ପାଇଁ। ହେଲେ ସବୁ କିଛି ରେଳ ବିଭାଗ ପାଇଁ ଯେପରି ମୂଲ୍ୟହୀନ ମନେ ହୁଏ  । ଦେଶର ବିକାଶ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ  ରେଳ ବିଭାଗ ର ସ୍ଥାନ ରହିଆସୁଥିବା ବେଳେ  ଏ  ଦିଗରେ ରେଳ ବିଭାଗ ର ନିଷ୍କ୍ରିୟତା ଓ ନିରବତା  ଅଞ୍ଚଳ ବାସୀଙ୍କ ପାଇଁ  ଚିନ୍ତାର କାରଣ ହୋଇଛି । ପ୍ରକାଶ ଥାଉ କି ଅତାବିରା-ପାହାର ଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ପଡୁଥିବା ରେଲୱେ ଗେଟ ଜେଟି(୩୬) ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ଦୀର୍ଘ ବର୍ଷ ଧରି ରହିଆସିଛି , ଯେତେବେଳେ ଏକକ ରେଳ ଲାଇନ ଥିଲା ।ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଯାତାୟତ ବଢ଼ିଛି ଏହି ରାସ୍ତାରେ । ରେଳ ଲାଇନ ର ମଧ୍ୟ ସମ୍ପ୍ରସାରଣ ହୋଇ ଡବଲ ଲାଇନ୍ ହୋଇଛି । ଏହି ଲାଇନ୍ ପାରି ହୋଇ ଯିବାପାଇଁ  ଲୋକଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡୁଛି, ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ପହଞ୍ଚି ବାରେ ବିଳମ୍ବ ହେଉଛି । ଅନେକ ସମସ୍ୟା ଲୋକଙ୍କ ପାଇଁ ସୃଷ୍ଟି ହେଉଛି।ଏହାକୁ ଦୃଷ୍ଟିରେ ରଖି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲିଖିତ ଭାବେ ଦେଇଥିବା ପ୍ରସ୍ତାବ ପତ୍ରକୁ ଅଞ୍ଚଳବାସୀ ସମ୍ବଲପୁର ଡି ଆର ଏମ ସୁବାଷ ଚନ୍ଦ୍ର ଚୌଧୁରୀଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ରବୀନ୍ଦ୍ର ନାୟକ, ମିଳନ ସେଟ, କୁଶ କୁମ୍ଭାର, ରାଜେଶ୍ୱନି ନାଏକ,ଜନକ ରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ତୁରନ୍ତ ସର୍ଭେ କରି ବିହିତ ପଦକ୍ଷେପ ନିଆଯିବ ବୋଲି ସମ୍ବଲପୁର ଡି,ଆର,ଏମ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।ଏହା ସହିତ ଅତାବିରା ରେଲୱେ ଷ୍ଟେସନରେ ଭୁବନେଶ୍ୱର-ସୋନପୁର  ଇଣ୍ଟରସିଟି ରହଣୀ ପାଇଁ ଦାବି ଉପସ୍ଥାପନ କରିଥିଲେ।ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେଲା  ଜେଟି( ୩୬) ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଛି।ଯାହା ଫଳରେ ଅଞ୍ଚଳବାସୀ ଓ ବିଜେପି ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଅତାବିରା ରେଲୱେ ଷ୍ଟେସନକୁ ଗସ୍ତ କରିଥିବା ସମ୍ବଲପୁର ଡି ଆର ଏମ ଙ୍କ ଏକ ଟିମ  ଓଭର ବ୍ରିଜ ନିର୍ମାଣର ସ୍ଥାନ ନିରୀକ୍ଷଣ କରି ନିର୍ମାଣ ହେବାର ଏକ ପ୍ରତିଶ୍ରୁତି ଦେଇଥିଲେ।ହେଲେ ପଦକ୍ଷେପ ନେବାରେ ବିଳମ୍ବ ହେବାରୁ  ବର୍ତ୍ତମାନର ନିର୍ବାଚିତ ବିଧାୟକ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଓ ସାଂସଦଙ୍କ ଟୋପ ତଥା କାଠଡେରା ରଥଯାତ୍ରା ଗସ୍ତ ସମୟରେ ରେଲୱେ ଗେଟ ପାଖରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମୟରେ  ଏହି ଓଭର ବ୍ରିଜ ନିର୍ମାଣ ଦାବିକୁ ଅଞ୍ଚଳବାସୀ ଉପସ୍ଥାପନ କରିଥିଲେ।ଏପରିକି ଜେଟି(୩୬)ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବାର ଭିତ୍ତିଭୂମି ରହିଛି ବୋଲି ପ୍ରତିଟି ସ୍ତରରେ ଚର୍ଚ୍ଚା ହେଉଛି।ଏହା ବ୍ୟତୀତ ଏହି ସ୍ଥାନରେ ଅନ୍ୟ ବିକଳ୍ପ ପନ୍ଥାରେ (ଅଣ୍ଡରପାସ)ରେ ଅଞ୍ଚଳବାସୀ ବେଶ ଉପକୃତ ହୋଇପାରିବେ ନାହିଁ ବୋଲି ନିର୍ଭରଶୀଳ ଯାତ୍ରୀମାନେ ପ୍ରକାଶ କରୁଛନ୍ତି।ଅଣ୍ଡର ପାସ ବ୍ରିଜ ହେଲେ ଯାତ୍ରୀ ଯାତାୟାତରେ ଅଧିକ ହଇରାଣ ହେବା ସହ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ବ୍ୟତୀତ ଏହା ନିମ୍ନ ଭୂମି ହେତୁ ପାଣି ଜମିରହିବାର ମଧ୍ୟ ସମ୍ଭାବନା ରହିଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏହି ରାସ୍ତାର ଅତାବିରା ଯେଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଠିକ ସେହିପରି ପାହାଡ଼ଶ୍ରୀଗିଡା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।ଉଭୟ ସ୍ଥାନରେ ବ୍ୟାଙ୍କ, ସ୍କୁଲ,କଲେଜ, ଡାକ୍ତରଖାନା ,ଥାନା, ସାପ୍ତାହିକ ବଜାର ରହିଛି।ଏହାସହିତ ଏହି ରାସ୍ତା ଦେଇ ହୀରାକୁଦ ଜଳଭଣ୍ଡାର ଭଳି ପର୍ଯ୍ୟଟନ ସ୍ଥଳୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପୀଠ ସ୍ଥଳୀ କୁ ଯିବା ଆସିବା କରିଥାନ୍ତି।ପୁଣି ଏହି ରାସ୍ତାଟି ସ୍ୱାଧୀନତା ସଂଗ୍ରାମୀ ଜନାର୍ଦ୍ଦନ ସିଂଙ୍କ ମାର୍ଗ ନାମରେ ନାମିତ ହୋଇଛି।ଯାହାଫଳରେ ଏହି ରାସ୍ତାରେ ଛାତ୍ରଛାତ୍ରୀ,କର୍ମଚାରୀ,ଚାଷୀ, ବ୍ୟବସାୟୀଙ୍କ ଯାତାୟାତର ଭିଡ଼।ପୁଣି ଏହି ରାସ୍ତାରେ ଅନେକ ଗୁଡିଏ ଧାନ ମଣ୍ଡି ରହିଛି ଓ ସରକାରଙ୍କ ପକ୍ଷରୁ ସିଂହପାଲିକୁ ଏକ କ୍ରାଫ୍ଟ ଭିଲେଜର ମାନ୍ୟତା ପ୍ରଦାନ କରାଯାଇ ପର୍ଯ୍ୟଟକ ଓ ପ୍ରଶିକ୍ଷଣ ତାଲିମ ବ୍ୟବସ୍ଥା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାର ପ୍ରସ୍ତାବ ରହିଛି।ଏଣୁ ଏହି ରାସ୍ତା ଦେଇ ଉଚ୍ଚ କ୍ଷମତା ସମ୍ପନ୍ନ ଯାନବାହନ ମଧ୍ୟ ଚଳାଚଳ ହେଉଛି।ଏଣୁ ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରେଲୱେ ଓଭର ବ୍ରିଜ ନିର୍ମାଣ ହେବାର  ଦାବିକୁ ଗୁରୁତ୍ୱ ଦେବା ପାଇଁ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ରେଲୱେ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।  ତେବେ ଦେଖାଯାଉ ସାଂସଦ ଙ୍କ ପ୍ରସ୍ତାବ କୁ ରେଳ ବିଭାଗ ମୋହର ଲଗାଉଛି ନା ପୁଣି ତାର ମନଇଚ୍ଛା କାମ କରି ରାଜକୋଷ ର  ମାତ୍ରାଧିକ ଟଙ୍କାର ଖର୍ଚ୍ଚ  ତାଲିକା ପ୍ରସ୍ତୁତି କରୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026

You Might Also Like