-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||     

HOME   ଜିଲ୍ଲା

ଡା.ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

23-Jun-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଆଜି ମାଲକାନଗିରି ସଦରମହକୁମା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଡା.ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ୭୩ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ବକ୍ତା ଭାବେ ମାଣିକ ଲାଲ ଚାକ୍ରବର୍ତ୍ତୀ, ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାଟ, ପୂର୍ବତନ ମଣ୍ଡଳ ସଭାପତି ବାଲାଜୀ ପଡାଲ, ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦୁଲି ମାଢି ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ ଗାଁ. ପ୍ରସାଦ ମୁଖାର୍ଜୀ ସଦାସର୍ବଦା ଅଖଣ୍ଡ ଭାରତର ପକ୍ଷଧାର ଥିଲେ। ସେ ଖଣ୍ଡିତ ଭାରତକୁ ବିରୋଧ କରୁଥିଲେ । ଏଣୁ ତାଙ୍କର ଜାତୀୟ କଂଗ୍ରେସ ଦଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହ ମତପାର୍ଥକ୍ୟ କରି ଆସୁଥିଲା ଏବଂ ସେ କଂଗ୍ରେସ ଦଳର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତିତ ୩୭୦ ଧାରାକୁ ବିରୋଧ କରି ଆନ୍ଦୋଳନ ଜାରୀ ରଖିଲେ। ଜାମ୍ମୁ ଏବଂ କାଶ୍ମୀର ଭାରତର ଅଭିଛେଦ୍ଯ ଅଙ୍ଗ। ଗୋଟିଏ ଦେଶରେ ଦୁଇଟା ପ୍ରଧାନମନ୍ତ୍ରୀ, ଦୁଇଟା ଜାତୀୟ ପତାକା ଏବଂ ଜାମ୍ମୁ ଏବଂ କାଶ୍ମୀରକୁ ଯିବା ପାଇଁ ଭିସାର ଆବଶ୍ୟକତା ଘୋର ବିରୋଧ କରୁଥିଲେ। ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ସେ ଅହରହ ସଂଗ୍ରାମ କରି ଆସୁ ଥିଲେ । ଏଥି ପାଇଁ ସେ ୧୯୫୩ ମସିହାରେ ମଇ ୧୧ ତାରିଖ ରେ ଜାମ୍ମୁ କାଶ୍ମୀରରେ ପହଞ୍ଚି ଥିଲେ। ମାତ୍ର ତାଙ୍କୁ ଗିରଫ କରାଯାଇ ଶ୍ରୀନଗରର କେନ୍ଦ୍ରୀୟ ଜେଲ୍ ବନ୍ଦୀ କରା ଯାଇ ଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଶ୍ରୀନଗର ସହରର କିଛି ଦୂରରେ ଏକ ଘରେ ନଜର ବନ୍ଦୀରେ ରଖା ଯାଇଥିଲା। ଜୁନ୍ ୨୦ ତାରିଖ ତାଙ୍କ ସ୍ବାସ୍ଥ୍ୟ ଖରାପ ହେଲା। ୨୨ ତାରିଖ ଦିନ ଡାକ୍ତର ଏବଂ ନର୍ସିଂ ଭୁଲ୍ ଇଞ୍ଜେକ୍ସନ ଦେବା ଫଳରେ ତାଙ୍କ ସ୍ବାସ୍ଥ୍ୟ ଅତ୍ୟଧିକ ଖରାପ ହେଲା। ଶେଷରେ ୨୩ ଜୁନ୍ ବ୍ରହ୍ମ ମୁହୂର୍ତ୍ତ ଡାକ୍ତର ଶ୍ବାମାପ୍ରସାଦ ମୁଖାର୍ଜୀଙ୍କ ହୃଦ୍ ଗାତରେ ମୃତ୍ୟୁ ବୋଲି ଘୋଷଣା କରା ଗଲା। ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ତାଙ୍କ ମା ଯୋଗମାୟା ଦେବୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିକଟରେ ତଦନ୍ତ ଦାବି କରିଥିଲେ ମଧ୍ୟ ଏଥିପାଇଁ କର୍ଣ୍ଣପାତ କରାଯାଇ ନଥିଲା। ଡା.ମୁଖାର୍ଜୀ ଜୁଲାଇ ୬ ତାରିଖ ୧୯୦୧ ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। ୧୯୨୩ରେ  ଏମ୍ ଏ,୧୯୨୪ରେ ବାରିଷ୍ଠର ପାଶ କରିଥିଲେ।୧୯୪୩ ରେ ମାତ୍ର ୩୩ ବର୍ଷ ବୟସରେ ସର୍ବକନିଷ୍ଠ କଲିକତା ବିଶ୍ଵବିଦ୍ୟାଳୟ କୁଳପତି ହୋଇଥିଲେ।ସୈ ଶିକ୍ଷା ରଜରେ ବହୁ ସଂସ୍କାର ଆଣିବା ସହ ହୀନ୍ଦୁ ବିଚାର ଧାରାକୁ ବିଶେଷ ପ୍ରଧାନ୍ଯ ଦେଉଥିଲେ।୧୯୫୧, ଅକ୍ଟୋବର ୨୧ରେ ଭାରତୀୟ ଜନ ସଂଘ ପାର୍ଟି ସ୍ଥାପନ କରି ଥିଲେ। ୧୯୮୦ ମସିହାରେ ଏହା ଭାରତୀୟ ଜନତା ପାର୍ଟିରେ ଭାବେ ଆତ୍ମ ପ୍ରକାଶ କଲା। ଯାହା କି ପରବର୍ତ୍ତୀ ସମୟରେ ଭାରତ ବଡ ରାଜନୈତିକ ଦଳ ଭାବେ ବିଶ୍ବ ପ୍ରସିଦ୍ଧି ଲାଭ କରିଛି। ଏବଂ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ଯାହାକି ଡ଼ା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ସ୍ବରୂପ ଏହା ତାଙ୍କ ସ୍ବପ୍ନକୁ ଶାକାର କରି ବୋଲି ମୁଖ୍ୟ ବକ୍ତା ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟାୟ ବକ୍ତା ମାନେ ମଧ୍ୟ ଡା ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଦର୍ଶନ ଓ ରାଜନୈତିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ଶେଷରେ ଦିଲ୍ଲୀପ ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026

You Might Also Like