-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||     

HOME   ଜିଲ୍ଲା

ରାଜ୍ୟପାଳଙ୍କ ପ୍ରତିଶୃତି ପରେ ମଧ୍ୟ୍ୟ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ, ଜିଲ୍ଲା ପ୍ରଶାସନ ଚୁପ 

19-Jun-2025



ତରଭା(କପିଳାସ ସେଠ): ଯାତାୟତର ସୁବିଧା ଓ ସୁବର୍ଣ୍ଣପୁର ଜିଲ୍ଲା ସହ ପଡୋଶୀ ବଲାଙ୍ଗୀର ଜିଲ୍ଲା ସିଧାସଳଖ ସଂଯୋଗ ପାଇଁ ରାସ୍ତା,ପୋଲ(ସେତୁ)ନିର୍ମାଣ ପାଇଁ ତତକାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡରେ ପ୍ରତିଶୃତି ଦେଇଥିଲେ I ହେଲେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିନାହିଁ I ରାଜ୍ୟପାଳଙ୍କ ପ୍ରତିଶୃତି ଅଧୁରା ହୋଇ ରହିଛି I ଅତାସିଂହା ନାଳ ଉପରେ ପୋଳ ନିର୍ମାଣ କାର୍ଯ୍ୟ କେଉଁ ସଂସ୍ଥା କରୁଛି, କେଉଁ ବିଭାଗ ମାଧ୍ୟମରେ କରାଯାଉଛି ତାହାର କୌଣସି ସୂଚନାଫଳକ ମଧ୍ୟ୍ୟ ନାହିଁ I ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଯୋଗାଯୋଗ କଲେ ମଧ୍ୟ ସଠିକ ସୂଚନା ମିଳିପାରୁ ନାହିଁ I ସୂଚନା ଅନୁଯାଇ ତରଭା ବ୍ଲକ ଅନ୍ତର୍ଗତ ଶିବତୁଳା ଗ୍ରାମପଞ୍ଚାୟତର ଅତାସିଂହା ସ୍ଥିତ ଏସ ସି/ଏସଟି ଛାତ୍ରୀ ମାନଙ୍କ  କସ୍ତୁରୀବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଗତ ୧/୧୨/୧୦ମସିହା ରେ ତତକାଳୀନ ଓଡିଶା ମହାମହିମ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି  ନିର୍ମାଣକାର୍ଯ୍ୟର ଉଦଘାଟନ କରିଥିଲେ I  ଅତାସିଂହା ଗ୍ରାମକୁ ଯିବା ହେଲେ  ଶିବତୁଲା ରୁ ପୁଆ ପିଡବ୍ଲୁଡି ରାସ୍ତାଠାରୁ ପ୍ରାୟ ଦେଢ଼ କିଲୋମିଟର ପରେ ଅତାସିଂହା ଗ୍ରାମ ରହିଛି I ହେଲେ ଗମନା ଗମନ ସୁବିଧା ଓ ବଲାଙ୍ଗୀର ଜିଲ୍ଲାର ବଇରା଼ସର ଗ୍ରାମ ସହ ଖୋର୍ଦ୍ଧା ବଲାଙ୍ଗୀର ଏନ ଏଚ.୫୭ ସହିତ ସିଧାସଳଖ ରାସ୍ତା ସଂଯୋଗୀକରଣ ପାଇଁ ଏକ ବାଏପାସ ରାସ୍ତା ନିର୍ମାଣ କରିବା ପାଇଁ ରାଜ୍ୟପାଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀପତ୍ର ଦିଆଯିବା ସହ ଅସୁବିଧା ନେଇ ଦୃଷ୍ଟି ଆକର୍ଷଣ କରା ଯାଇ ଥିଲା I ଏହା ସଙ୍ଗେସଙ୍ଗେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ପାଇଁ ଖେଳପଡିଆ ନିର୍ମାଣ ଓ ଅନ୍ୟାନ୍ୟ ଅସୁବିଧା ମହାମହିମ ରାଜ୍ୟପାଳଙ୍କ ଠାରେ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଥିଲା I ସେ ସମୟରେ ରାଜ୍ୟପାଳ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେI  ପ୍ରତିଶୃତି ମୁତାବକ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଥିଲା I ଅତାସିଂହା ଓ ବଇରା଼ସର ଗ୍ରାମ ସହିତ ସଂଯୋଗ କରିବା ପାଇଁ ଉକ୍ତ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ କିଛି ବର୍ଷ ତଳେ ଆରମ୍ଭ କରାଯାଇ ଥିଲା I ତାହା କିନ୍ତୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି I ହେଲେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସିପ୍ରକାର ପଦକ୍ଷେପ ନିଆ ନ ଯାଇଥିବା ଅଭିଯୋଗ ହେଉଛି I ଅନ୍ୟପକ୍ଷରେ ବିଦ୍ୟାଳୟର ଖେଳ ପଡିଆ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାର ଅଭିଯୋଗ ରହିଛି I ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନେବା ପାଇଁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ I ଅନ୍ୟପକ୍ଷରେ ଅତାସିଂହା ଗ୍ରାମସହିତ ଜାତୀୟ ରାଜପଥ ସହିତ ସଂଯୋଗ କରିବା ବଲାଙ୍ଗୀର ଜିଲ୍ଲାର ବଇରା଼ସର ଗ୍ରାମ ପଟରେ ଅତା ସିଂହା ଓ ବଇରାସରଗ୍ରାମବାସୀଙ୍କ ମିଳିତ ଉଦ୍ୟମରୁ କେତେକ ସ୍ଥାନ ରେ ରାସ୍ତା ନିର୍ମାଣ ପାଇଁ ସରକାରୀ ହେଉ କିମ୍ବା  ବେସରକାରୀସ୍ତର ରେ ଜମି ଅଧିଗ୍ରହଣ କରାଯାଇ ମାଟି ରାସ୍ତା ନିର୍ମାଣ ହୋଇଛି I ବଇରା଼ସରପଟରୁ ପୋଲ ପର୍ଯ୍ୟନ୍ତ କିଛି ପରିମାଣ ଜମି ଅଧିଗ୍ରହଣ ହୋଇପାରି ନାହିଁ I ଜମି ଅଧିଗ୍ରହଣ ନେଇ କାହାର ଅବହେଳା ରହିଛି ତାହା ଜଣା ପଡ଼ୁନାହିଁ  I ଯାହାଫଳରେ ରାଜ୍ୟପାଳଙ୍କ ପ୍ରତିଶୃତିର ରାସ୍ତା କାମ ଅଟକି ରହିଛି I ଅନ୍ୟପକ୍ଷରେ ଅତାସିଂହା ଗ୍ରାମ ପଟରେ ଥିବା ନାଳ ରେ ପୋଲ (ସେତୁ)ନିର୍ମାଣ କାର୍ଯ୍ୟ ଶେଷ ହୋଇଛି I ପୋଲ ର ଉଭୟେ ପଟ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ପାରି ନାହିଁ I ବଇରା଼ସର ପଟରେ ଥିବା ଚାଷଜମି ମାଲିକ ମାନଙ୍କ ସହ ବୁଝାମୁଣା ଅବା ସରକାରୀସ୍ତରରେ ଜମି ଅଧିଗ୍ରହଣ ହୋଇ ନଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ବୋଲି କେତେକ ବ୍ୟକ୍ତି ମତରଖନ୍ତି I ରାଜ୍ୟପାଳଙ୍କ ପ୍ରତିଶୃତି ଓ ଅଞ୍ଚଳବାସୀଙ୍କ ଦାବୀ ର ୧୪ ବର୍ଷ ହୋଇ ଯାଇଥିଲେ ମଧ୍ୟ୍ୟ ପୋଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ I ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମ କରି ଅତାସିଂହା ଓ ବଇରା଼ସର ରାସ୍ତା ସହ ପୋଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଲୋକାର୍ପିତ କରିବା ପାଇଁ ଅଞ୍ଚଳବାସୀଙ୍କ ଦାବୀ ହେଉଛି I 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026

You Might Also Like