-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
18-Jun-2025
ନୂଆପଡା, (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍ ଜଡ଼ାମୁଣ୍ଡା ମଣ୍ଡିରେ ଅଚଳାବସ୍ଥା ଜାରି। ମଣ୍ଡିରେ ପଡ଼ି ରହିଛି ୮ହଜାରରୁ ଅଧିକ ବସ୍ତା ଧାନ । ଆଗକୁ ଟୋକନ ଲ୍ୟାପ୍ସ ହେବାର ଆଶଙ୍କା ରହିଛି। ଆଜି ମଣ୍ଡିର ଶତାଧିକ ଚାଷୀ ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି l ଗତ ୧୫ ଦିନ ହେବ ଜଡ଼ାମୁଣ୍ଡା ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ଏବେ ମଣ୍ଡିରେ ୭୦ରୁ ଉର୍ଦ୍ଧ୍ଵ ଚାଷୀଙ୍କ ୮ ହଜାରରୁ ଅଧିକ ବସ୍ତା ଧାନ ପଡ଼ିରହିଛି। ମଣ୍ଡିକୁ ମିଲରମାନେ ଟ୍ରକ୍ ପଠାଉନଥିବାରୁ ଧାନ ଉଠି ପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏବେ ଜିଲ୍ଲାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ବୁଧବାର ମଧ୍ୟାହ୍ନରେ ଜଡ଼ାମୁଣ୍ଡା ମଣ୍ଡିର ଶତାଧିକ ଚାଷୀ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପରେ ଜିଲ୍ଲାପାଳ ସିଏସଓ ପ୍ରଦ୍ୟୁମ୍ନ ରାଉତରାୟଙ୍କୁ ଡାକି ତୁରନ୍ତ ଧାନ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ମଣ୍ଡିର ସବୁ ଧାନକୁ ଉଠାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଚାଷୀ ସରୋଜ ପ୍ରଦାନ, ହେମନ୍ତ ସାହୁ, ହରିଶଙ୍କର ଅହୀର ପ୍ରମୁଖ ଉପସ୍ଥିତ ଥିଲେ l