-+91-9937148622 |

prerana_bgr@rediffmail.com |

  Monday 18th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   (18-May-2026)       ||      ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   (18-May-2026)       ||      ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   (18-May-2026)       ||      କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   (18-May-2026)       ||      ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (18-May-2026)       ||      ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ    (18-May-2026)       ||      ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   (18-May-2026)       ||      ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    (18-May-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ     (17-May-2026)       ||      ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ    (17-May-2026)       ||      ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ    (17-May-2026)       ||      ୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   (17-May-2026)       ||      ୧୪ ବର୍ଷ ରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଷଷ୍ଠ ଦିବସ   (17-May-2026)       ||      ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।   (17-May-2026)       ||      ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବଣ୍ଟନ   (17-May-2026)       ||      ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ   (17-May-2026)       ||      *ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ*-   (17-May-2026)       ||      ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ।   (17-May-2026)       ||      *ମାନିଗାଁ ରେ ଆରମ୍ବ ହେଲା ନିଶା ମୁକ୍ତ ଅଭିଯାନ*   (17-May-2026)       ||      ଅପରାଧୀଙ୍କ ନିକଟରେ ଖୁବ୍ ଶୀଘ୍ର ପହଂଚି କାବୁ କରିବା ପାଇଁ ନୂଆବାଜର ଛକରେ ପୋଲିସ ପକ୍ଷରୁ ମକ ଡ୍ରିଲ୍   (17-May-2026)       ||     

HOME   ଜିଲ୍ଲା

ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ

18-Jun-2025



ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତରେ ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ। ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର କରି ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ତେବେ ସେଠାରେ ଫର୍ମାସିଷ୍ଟ କିମ୍ବା ଡାକ୍ତର କେହି ନଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଫଳରେ ମୃତଦେହ ଗଦାପୁରରୁ ବ୍ରାହ୍ମଣୀଗାଁ ଓ ସେଠାରୁ ପୁଣି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ମଧ୍ୟାହ୍ନରେ ଅଣାଯାଇଛି। ଏହାକୁ ନେଇ ଗଦାପୁର ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଡାକ୍ତର ନିୟମିତ ଡ୍ୟୁଟି କରୁ ନ ଥିବା ଅଭିଯୋଗ ହେବା ସହ ଗଦାପୁର ଅଞ୍ଚଳରେ ପାଣି ସମସ୍ୟା ମଧ୍ୟ ଲାଗିରହିଛି। ଯଦି ପାଣି ଥାଆନ୍ତା ତେବେ ବୃଦ୍ଧା ଜଣକ କାହିଁକି ନାଳକୁ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥାନ୍ତେ ବୋଲି ଅଭିଯୋଗ ହୋଇଛି। ସେହିପରି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ସେବା ବାରମ୍ବାର ଅଚଳ ଏବଂ ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲି ଯୋଗୁ ବୁଧବାର ଶହ ଶହ ଲୋକ ଗଦାପୁର ବଜାର ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ଚଳାଚଳ କରୁଥିବା ଗାଡ଼ିମୋଟରକୁ ଅଟକ ରଖିଛନ୍ତି। ବିଭିନ୍ନ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏମିତିକି ଗଦାପୁରଠାରୁ ଯାଉଥିବା ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ବସ୍‌କୁ ଯିବାକୁ ଦେଉନାହାନ୍ତି। ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ଗଦାପୁରର ଦୂରତା ପ୍ରାୟ ୪୦ କିମି। ସେଠାରେ ଏକମାତ୍ର ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ସେବା ରହିଥିବା ବେଳେ ନିୟମିତ ଏହି ସେବା ଲୋକଙ୍କୁ ମିଳୁନି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଡକାଇବା ସମ୍ଭବ ହେଉନାହିଁ। ସେହିପରି କ୍ଷୁଦ୍ର ବ୍ୟାଙ୍କ ସେବା ସହ ଅନଲାଇନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି

ଦିଆଯାଇ ଥିଲେ ମଧ୍ୟ ତାଙ୍କୁ ପଡ଼ୋଶୀ ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି। ଫାର୍ମାସିଷ୍ଟ ଅଛନ୍ତି କିନ୍ତୁ ସେ ନିୟମିତ ଗଦାପୁରରେ ରହୁନାହାନ୍ତି ଆସି ଡ୍ୟୁଟି କରି ସେ ବ୍ରାହ୍ମଣୀଗାଁରେ ରହିଛନ୍ତି। ଫଳରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି। ପୋଲିସ ବୃଦ୍ଧାଙ୍କ ନାଳରେ ବୁଡି ମୃତ୍ୟୁ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା (୬/୨୫)ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ, ବ୍ରାହ୍ମଣୀଗାଁ ଆଇଆଇସି ବିଜୟ କୁମାର ହାଇବୁରୁ, ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଗଦାପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   18-May-2026
  ଜିଲ୍ଲା  
ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   18-May-2026
  ରାଜ୍ୟ  
ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   18-May-2026
  ଜିଲ୍ଲା  
କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   18-May-2026
  ରାଜ୍ୟ  
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   18-May-2026
  ଜିଲ୍ଲା  
ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ   18-May-2026
  ଅପରାଧ  
ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   18-May-2026
  ରାଜ୍ୟ  
ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    18-May-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ    17-May-2026
  ଜିଲ୍ଲା  
ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ   17-May-2026
  ରାଜ୍ୟ  
ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ   17-May-2026
  ରାଜ୍ୟ  
୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   17-May-2026

You Might Also Like