-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
17-Jun-2025
ରାୟଗଡ଼ା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ ବ୍ଳକ ବିକାଶ ବାହନ ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି। ବିକାଶ ରଥକୁ ପଞ୍ଚାୟତବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ।
ଷ୍ଟଲ ମାଧ୍ୟମରେ ମୁଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟ ରେ ସଚେତନ କରାଯାଇଥିଲା । ୩ଗୋଟି ଗ୍ରାମ ପଞ୍ଚାୟତରେ ମୋଟ ୩୨ଟି ଆବାସ ଯୋଜନାର କାର୍ଯ୍ୟାଦେଶ, ୧୧ ଟି
ଜବକାର୍ଡ, ୧୦ଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ୬୦ଟି ବୟୋବନ୍ଦନା ସ୍ବାସ୍ଥ୍ୟକାର୍ଡ, ୨୪ଟି ବ୍ଯକ୍ତିଗତ ଓ ୩ଟି ସାମୁହିକ ଜଙ୍ଗଲ ଅଧିକାର ଆଇନ ପଟ୍ଟା,୩ଟି ନୂତନ ବାର୍ଦ୍ଧକ୍ଯ ଭତ୍ତା, ୨୧ ଟି ଆଧାର ପଞ୍ଜିକରଣ ଓ ୪୦ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା। ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ ବିରିମା ମାଝୀ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି, ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।