-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଅର୍ଥହୀନ: ବିଜେଡି

17-Jun-2025



ବଲାଙ୍ଗିର(ପ୍ରେରଣା ଖବର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବଲାଙ୍ଗିର ଗସ୍ତକୁ ପ୍ରତିବାଦ କରି ବଲାଙ୍ଗିର ସାମ୍ୱାଦିକ ଭବନରେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ ମେହେରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଅର୍ଥହୀନ ବୋଲି କହିଛନ୍ତି। ଯାହା ପ୍ରତିଶ୍ରୁତି ନେଇ ବିଜେପି ସରକାର କ୍ଷମତାକୁ ଆସିଥିଲା ତାହା ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି । ଜିଲ୍ଲାବାସୀଙ୍କ ଦାବି ଅନୁସାରେ ବିଜୟାନନ୍ଦ ଚିନିକଳ ପୁଣି ଠାରେ କାର୍ଯ୍ୟକ୍ଷମ କରିବାର ଦାବି କରୁଥିବା ବେଳେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ଏ ନେଇ କିଛି ଘୋଷଣା କରିବାର ଆଶା ରହିଥିଲା କିନ୍ତୁ ସେ କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଛନ୍ତି। ଧଳା ସୁନାର ଅଞ୍ଚଳ ବଲାଙ୍ଗିର ଜିଲ୍ଲାରେ ଟେସ୍କଟାଇଲ ମିଲ ସ୍ଥାପନ କରିବା ପାଇଁ ଦାବି ହେଉଥିବା ବେଳେ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। କେବଲ ଏତିକି ନୁହଁ ଉପମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଶିଶୁବିକ୍ରୀ, ଦାଦନ ଚାଲାଣ ହେଉଥିବା ବେଳେ ବିଜେପି ସରକାରକୁ ଆସିବା ପରେ ତାଙ୍କର ଆଚରଣ, ଉଚ୍ଚାରଣ ସମସ୍ତଙ୍କୁ ବ୍ୟଥିତ କରିଥିବା ଜିଲ୍ଲା ସଭାପତି ଶ୍ରୀ ମେହେର ପ୍ରକାଶ କରିଛନ୍ତି। ଏପରିକି ଯେଉଁ ଅପର ଲାନ୍ଥ ପ୍ରକଳ୍ପ ବିଷୟରେ ବିଜେପି ସରକାର କହୁଛନ୍ତି ସେହି ଅଞ୍ଚଳର ବିସ୍ଥାପିତ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆତଙ୍କବାଦୀ କହୁଛନ୍ତି ଯାହାକି ଏକ ଦୁର୍ଭାଗ୍ୟର ବିଷୟ ବୋଲି ସଭାପତି ଶ୍ରୀ ମେହେର କହିଛନ୍ତି। ସରକାର ଗଢ଼ିବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି ବୋଲି କହୁଛନ୍ତି। କିନ୍ତୁ ଯହାକିଛି ବିକାଶ ମୂଳକ କାମ ହୋଇଛି ତାହା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ହୋଇଛି। ବିଜେପି ସରକାର ଖାଲି କରିଦେବୁ କରିଦେବୁ କହୁଛି କିନ୍ତୁ ଗୋଟିଏ ବର୍ଷ ହେଲା କଣ କରିଛନ୍ତି ସେ ନେଇ କିଛି ତାଙ୍କ ପାଖରେ ଉତ୍ତର ନଥିବା ସେ କହିଛନ୍ତି। ଜିଲ୍ଲା ରେ ବିକାଶ ବର୍ଷକ ପୂର୍ବରୁ ଯେଉଁଠି ଥିଲା ସେଠାରେ ହିଁ ଅଟକି ଥିବା ବିଜେଡି କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନ କହିବା ଭଲ । ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜ ଡାକ୍ତରଖାନା ନୂତନ କୋଠାକୁ ସ୍ଥାନାନ୍ତର ହୋଇପାରିନାହିଁ। ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଡାକ୍ତରଖାନାର ବି ଅବସ୍ଥା ଖରାପ ବୋଲି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ। ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ୫ଟି ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ବାତିଲ କରିବାର କାରଣ କଣ ବୋଲି ପୂର୍ବତନ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବର୍ଷକୁ ୧୦ହଜାର ଟଙ୍କାରେ କେଉଁ ମହିଳା ଲକ୍ଷପତି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କେବଳ ପ୍ରହସନ ପାଲଟିଥିବା ପୂର୍ବତନ ମନ୍ତ୍ରୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କହିଥିଲେ ଯେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ଓ ଜିଲ୍ଲାପରିଷଦ ସଭାପତିଙ୍କୁ  ରାଜନୈତିକ ଉଦ୍ଦେଶ୍ୟ ନେଇ ଡକା ନଯିବା ଏହା ସରକାରୀ କାର୍ଯ୍ୟକ୍ରମ ନଥିଲା ଏହା ଦଳୀୟ କାର୍ଯ୍ୟକ୍ରମ ବୋଧ ହୁଏ ଥିଲା । ଆମେ ଜିଲ୍ଲାପାଲଙ୍କୁ ଲିଖିତ ଅଭିଯୋଗ କରିଥିଲୁ, ଜିଲ୍ଲାପାଲ ଙ୍କୁ ଦଳୀୟ ନେତାଙ୍କ ଚାପ ପଡ଼ିଥିଲା । ଆଗକୁ ବିଜେଡି ଦଳ ଲୋକଙ୍କ ପାଇଁ ଲଢେଇ କରିବ ଓ ଘର ଘର ଯାଇ ବିଜେପି ସରକାରର ବିଫଳତା କହିବେ ଓ ବିଜେପି ନେତାଙ୍କ ମୁଖା ଖୋଲିବ ବୋଲି ବିଜେଡି ନେତା ମାନେ ମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ବିଧାୟକ ଆୟୁବ ଖାଁ, ସାଂସଦ ପାର୍ଥି ଥିବା ସୁରେନ୍ଦ୍ର ସିଂଭୋଇ, କଣ୍ଟାବାଞ୍ଜି ବିଧାୟକ ପାର୍ଥୀ ଥିବା ଅଜୟ ଦାସ, ଲୋଇସିଂହା ବିଧାୟକ ପାର୍ଥୀ ନିହାର ରଂଜନ ବେହେରା, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ, ବରିଷ୍ଟ ନେତା ପ୍ରଭାତ ପାଣିଗ୍ରାହୀ, ଓ ବିଜେଡି ଛାତ୍ର ନେତା ସୁମନ ନନ୍ଦ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like