-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ମଣ୍ଡିରେ ପଡ଼ିଛି ହଜାର କୁଇଣ୍ଟାଲ ଧାନ,ଟୋକନ ଲେପ୍ସ,ଚାଷୀଙ୍କ ଧାରଣା

17-Jun-2025



ବିନିକା(ହିମାଂଶୁ ଶେଖର ପୁଟେଲ)ଚଳିତ ରବି ଋତୁରେ ଅମଳ ଧାନ ବିକିବା ନେଇ ଚାଷୀ ଆଖିରୁ ନିଦ ହଜାଇ ମଣ୍ଡିରେ ଧାନ ଗଚ୍ଛିତ ରଖିଛି ସତ ହେଲେ ଧାନ ଉଠୁ ନାହିଁ ।ଅନ୍ୟ ପଟେ ବିକ୍ରି ପାଇଁ ପାଇଥିବା ଟୋକୋନ ଅବଧି ଆଜି କାଲି ମଧ୍ୟରେ ସରି ଯାଉଥିବାରୁ ଅନେକ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ୍ ଧାନ ବିକ୍ରି ହେବା ନେଇ ଅନଶ୍ଚିତତା ସୃଷ୍ଟି କରିଛି।ଫଳରେ ଚାଷୀ କୁଲ ବାଧ୍ୟ ହୋଇ ପ୍ରଶାସନର ଦ୍ବାରସ୍ଥ ହୋଇ ନିଜର ହକ ଦାବୀ ନେଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣା ଆରମ୍ଭ କରିଛି।ସୂଚନା ଯୋଗ୍ୟ ଯେ ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ବୋଝ ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି ।ଫଳରେ ଚାଷୀକୁଳ ନିରାଶ ହୋଇ କେମିତି ଧାର କରଜ ପରିଶୋଧ କରିବ ସେନେଇ ଚିନ୍ତାଗ୍ରସ୍ତ ।ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ରବି ଋତୁରେ ଚାଷୀ ତାର ସୁନାର ଫସଲକୁ ଦେଖି ବେଶ ହସଖୁସିରେ ଥିଲା ହେଲେ ଧାନ ଅମଳ ବେଳେ କାଳ ବୈଶାଖୀ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି।ମଣ୍ଡି ଖୋଲିଲା ଧାନ ବିକ୍ରି ନେଇ ଚାଷୀ ପ୍ରସ୍ତୁତ ହେଲା ଚାଷ ଜମିରୁ ନିଜର କଷ୍ଟପାର୍ଜିତ ଧାନକୁ ଯୁଦ୍ଧକାଳୀନ ଭିତ୍ତିରେ ଅମଳ କରିବାରେ ଲାଗିଲା ହେଲେ ମଝିରେ ମଝିରେ ଅଦିନିଆ ବର୍ଷା ଲାଗି ରହିବା ଯୋଗୁଁ ଧାନ ଅମଳରେ ବିଳମ୍ବ ହେଲା ଅନ୍ୟ ପଟେ ଅମଳ ଧାନ ଖଳାରେ ଶୁଖାଇଲା ହେଲେ ବର୍ଷାରେ ଭିଜିଲା। ଏପରି ଭାବେ ଚାଷୀକୁଳ କ୍ଷତିଗ୍ରସ୍ତ ହେଲା । ତଥାପି ବି ଚାଷୀକୁଳ ଧର୍ଯ୍ୟହରା ନହୋଇ ନିଜର ଅମଳ ଧାନକୁ ମଣ୍ଡିକୁ ବିକିବା ପାଇଁ ନେଲା କିନ୍ତୁ ଧାନ ସହଲ ନ ଉଠିବାରୁ କିଏ ୪/୫ ଦିନ ତ ଆଉ କିଏ ୧୦/୧୨ଦିନ ଧରି ଚାଷୀ ଅଖିଆ ପିଆ ଆଖିରୁ ନିଦ ହଜାଇ ନିଜର ଧାନକୁ ଜଗି ରହିଛି।ହେଲେ ମଣ୍ଡିରୁ ଧାନ ଉଠୁନାହିଁ ।ଇତି ମଧ୍ୟରେ କାହାର ଟୋକନ୍ ଅବଧିର ସମୟ ସରି ଯାଇଥିବା ବେଳେ ଆଉ କାହାର ଦିନେ ଦୁଇଦିନ ରହିଛି ।ବିଶେଷ କରି ବିନିକା ମଣ୍ଡିରେ ୧୦ଦିନ ହେଲା ଧାନ ଉଠୁ ନଥିବାରୁ ମଣ୍ଡି ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି।ସେହିପରି ବ୍ଲକର ଅଧିକାଂଶ ସ୍ଥାନରେ ଥିବା ସେବା ସମବାୟ ସମିତି ମାନଙ୍କରେ ମଧ୍ୟ ଧାନ ଉଠୁ ନଥିବାରୁ ଚାଷୀ ମାନେ ଚିନ୍ତାଗ୍ରସ୍ତରେ ପଡ଼ି ଯାଇଛନ୍ତି। ଏଭଳି ସ୍ଥିତିରେ ହକ ଦାବୀ ନେଇ ଆଜି ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଶତାଧିକ ଚାଷୀ ବିନିକା ସ୍ଥିତ ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ପରେ ଉପସ୍ଥିତ ସମସ୍ତ ଚାଷୀ ଧାରଣା ଦେଇଥିଲେ ।ଘଟଣା ସ୍ଥଳକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଚାଷୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ହେଁ ଚାଷୀ ନିଜ ଜିଦରେ ଅଟଲ ରହିଥିଲେ ।ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ମଣ୍ଡିରୁ ଶୀଘ୍ର ଧାନ ଉଠିବ ବୋଲି କହିବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ ।ପୁନର୍ବାର ଯଦି ଧାନ ନ ଉଠେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚାଷୀକୁଳ ଧମକ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like