-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||     

HOME   ରାଜ୍ୟ

ରାଷ୍ଟ୍ରପତି ଭବନରେ ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ସମ୍ମିଳନୀ: ସ୍ଥାୟୀ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହେଉଛି କାଳଜୟୀ ସାହିତ୍ୟର ପରିଚୟ: ଦ୍ରୌପଦୀ ମୁର୍ମୁ

29-May-2025



■ ଆଜିର ସାହିତ୍ୟ ଉପଦେଶ ମୂଳକ ହୋଇପାରିବ ନାହିଁ : ଦ୍ରୌପଦୀ ମୁର୍ମୁ
■ ସାଂସ୍କୃତିକ ପୁନରୁଦ୍ଧାର ଯାତ୍ରାରେ ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ : ଗଜେନ୍ଦ୍ର ସିଂହ ଶେଖାୱତ

ନୂଆଦିଲ୍ଲୀ(ପ୍ରେରଣା ଖବର): ;ସାହିତ୍ୟ ଏକାଡେମୀ ଏବଂ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ 'କେତେ ପରିବର୍ତ୍ତିତ ହୋଇଛି ସାହିତ୍ୟ ?' ଶୀର୍ଷକ ଦୁଇ ଦିନିଆ ସାହିତ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏହି ସାହିତ୍ୟ ସମ୍ମିଳନୀକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ଉଦଘାଟନୀ ଭାଷଣରେ ସେ କହିଥିଲେ ଯେ ୧୪୦ କୋଟି ଦେଶବାସୀ ବିଶିଷ୍ଟ ଆମ ପରିବାରରେ ଅନେକ ଭାଷା ଏବଂ ଅଗଣିତ ଉପଭାଷା ଅଛି। ଆମ ସାହିତ୍ୟିକ ପରମ୍ପରାରେ ଅସୀମ ବିବିଧତା ରହିଛି। କିନ୍ତୁ ଏହି ବିବିଧତାରେ ଭାରତୀୟତାର ସ୍ପନ୍ଦନ ଅନୁଭୂତ ହୁଏ। ଭାରତୀୟତାର ଏହି ଭାବନା ଆମ ଦେଶର ସାମୂହିକ ଚେତନାରେ ସନ୍ନିହିତ ହୋଇ ରହିଛି। ମୁଁ ବିଶ୍ୱାସ କରେ ଯେ ସବୁ ଭାଷାରେ ଲିଖିତ ସାହିତ୍ୟ ମୋର ସାହିତ୍ୟ। ଗୋପବନ୍ଧୁ ଦାସ, ରବିନ୍ଦ୍ରନାଥ ଠାକୁର, ଫକୀରମୋହନ ସେନାପତି,

ଗଙ୍ଗାଧର ମେହେର, ପ୍ରତିଭା ରାୟ ଆଦି ସାହିତ୍ୟିକଙ୍କ ଦୃଷ୍ଟାନ୍ତ ଦେଇ ସେ କହିଥିଲେ ଯେ ଆଜିର ସାହିତ୍ୟ ଉପଦେଶମୂଳକ ହୋଇପାରିବ ନାହିଁ। ସାହିତ୍ୟରୁ ପ୍ରେରଣା ନେଇ ମଣିଷ ସ୍ୱପ୍ନ ଦେଖେ ଏବଂ ସେଗୁଡ଼ିକୁ ସାକାର କରେ। ସେ ଆହୁରି କହିଥିଲେ ଯେ ସମାଜ ଏବଂ ସାମାଜିକ ଅନୁଷ୍ଠାନ ବଦଳିବା ସହିତ ଆହ୍ବାନ ଏବଂ ପ୍ରାଥମିକତାରେ ପରିବର୍ତ୍ତନ ହୋଇଛି। ସେହିଭଳି ଭାବରେ ସାହିତ୍ୟରେ ମଧ୍ୟ ସମାନ ପରିବର୍ତ୍ତନ ଦେଖାଯାଇଛି। କିନ୍ତୁ ସ୍ଥାୟୀ ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା ହେଉଛି କାଳଜୟୀ ସାହିତ୍ୟର ପରିଚୟ।
ଏହି ଅବସରରେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତ କହିଥିଲେ ଯେ,  ସାହିତ୍ୟ ହେଉଛି ସମାଜ ତଥା ସାମାଜିକ ଭାବନାର ଦର୍ପଣ। ଦର୍ପଣର କାମ କରିବା ପୂର୍ବକ ଏହା  ସମାଜ ପାଇଁ ଏକ ମାର୍ଗଦର୍ଶକ ଭାବରେ ମଧ୍ୟ କାର୍ଯ୍ୟ କରେ। ସେ ଆହୁରି କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଆମ ଦେଶ ସାଂସ୍କୃତିକ ପୁନରୁଦ୍ଧାରର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ଏପରି ପରିସ୍ଥିତିରେ, ସାହିତ୍ୟିକ ସ୍ରଷ୍ଟାଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ।
କାର୍ଯ୍ୟକ୍ରମର ଆରମ୍ଭରେ, ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଏବଂ ଅର୍ଥ ପରାମର୍ଶଦାତା ରଞ୍ଜନା ଚୋପ୍ରା କହିଥିଲେ ଯେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସାହିତ୍ୟ ଏକାଡେମୀ ଏକ

ଅଗ୍ରଣୀ ଏବଂ ପ୍ରଭାବଶାଳୀ ଅନୁଷ୍ଠାନ। ଗତ କିଛି ବର୍ଷ ମଧ୍ୟରେ ଏକାଡେମୀ ଅନେକ ରେକର୍ଡ ସ୍ଥାପନ କରିଛି ଏବଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ସମ୍ମିଳନୀ ଏକାଡେମୀର ବିଶେଷ ସକ୍ରିୟତାର ଏକ ଉଲ୍ଲେଖନୀୟ ଉଦାହରଣ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ସମ୍ମିଳନୀ ସାହିତ୍ୟରେ ପରିବର୍ତ୍ତନ ପ୍ରତି ଆମର ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରିବ।
ସ୍ୱାଗତ ଭାଷଣ ପରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ  ମାଧବ କୌଶିକ  ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ  ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଅଙ୍ଗବସ୍ତ୍ର ଏବଂ ଏକ ପୁସ୍ତକ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଉଦଘାଟନୀ ଅଧିବେଶନ ପରେ, 'ସିଧା ଦିଲ୍ ସେ: କବି ସମ୍ମିଳନୀ' ଆୟୋଜନ କରାଯାଇଥିଲା। ଏହାର ଅଧ୍ୟକ୍ଷତା କରିଥିଲେ ପ୍ରସିଦ୍ଧ ଉର୍ଦ୍ଦୁ କବି  ଶୀନ କାଫ୍ ନିଜାମ।   ଏହି ଅଧିବେଶନରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ  ମାଧବ କୌଶିକ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ। ରଣଜିତ ଦାସ (ବଙ୍ଗଳା),  ମାମଙ୍ଗ ଦାଇ (ଇଂରାଜୀ),  ଦିଲୀପ ଜାଭେରୀ (ଗୁଜରାଟୀ),  ଅରୁଣ କମଲ (ହିନ୍ଦୀ),  ମହେଶ ଗର୍ଗ (ହିନ୍ଦୀ),  ଶାଫି ଶୌକ (କଶ୍ମିରୀ),  ଦମୟନ୍ତୀ ବେଶ୍ରା (ସାନ୍ତାଳୀ) ଏବଂ ରବି ସୁବ୍ରମଣ୍ୟମ୍ (ତାମିଲ) ପ୍ରମୁଖ କବି କବିତା ପାଠ କରିଥିଲେ। ଅଧିବେଶନର ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ କବିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଅଧିବେଶନ ପରିଚାଳନା କରିଥିଲେ ଅଳକା ସିହ୍ନା। ଆସନ୍ତା କାଲି   'ଭାରତର ନାରୀବାଦୀ ସାହିତ୍ୟ: ନୂତନ ଆଧାରର ସନ୍ଧାନରେ', 'ସାହିତ୍ୟରେ ପରିବର୍ତ୍ତନ ବନାମ ପରିବର୍ତ୍ତନର ସାହିତ୍ୟ' ଏବଂ 'ବିଶ୍ୱ ପରିପ୍ରେକ୍ଷୀରେ ଭାରତୀୟ ସାହିତ୍ୟର ନୂତନ ଦିଗଦର୍ଶନ' ଶୀର୍ଷକ ତିନିଟି ଅଧିବେଶନରେ ବିଶିଷ୍ଟ ଭାରତୀୟ ଲେଖକ ଏବଂ ବିଦ୍ୱାନମାନେ ଆଲୋଚନା କରିବେ। ଶେଷରେ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ହିମାଂଶୁ ବାଜପେୟୀ ଏବଂ ପ୍ରଜ୍ଞା ଶର୍ମାଙ୍କ ଦ୍ୱାରା ଅହଲ୍ୟାବାଇ ଗାଥା ପରିବେଷଣ କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026

You Might Also Like