-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
08-May-2025
ଅତାବିରା(ଆକାଶ ମିଶ୍ର ) ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ ନଂ ମୁଖ୍ୟ ଜାତୀୟ ରାଜପଥରେ ତିନି ଯୁବକ ଏକ ବାଇକ୍ ନଂ - ଓଡି ୧୭ ଏ ସି ୯୭୮୧ ଅତାବିରା ପଟୁ ଲାଦେର ପାଲି ଛକ ରେ ବୁଲାଣି କରି ପୁଣି ଅତାବିରା ପଟକୁ ମୁହା ଇବା ସମୟରେ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଏକ ଦୃତଗାମୀ ଅଜଣା ଟ୍ରକ୍ ପାଖାପାଖି ପ୍ରାତଃ ୬ଘଣ୍ଟା ସମୟରେ ଜୋର୍ ଧକ୍କା ଦେଇ ଚମ୍ପଟ ମାରିଥିବା ଯୋଗୁଁ ତିନି ଜଣଙ୍କ ମଧ୍ୟରୁ ବାଇକ୍ ରେ ବସିଥିବା ନାବାଳକ ସିଲେଟ ର ରଞ୍ଜିତ ମୀରିଗ୍ ମୃତ ହୋଇ iଥିବା ବେଳେ ଅନ୍ୟ ବାଇକ୍ ଚାଳକ ବେଲ ପଡ଼ା ଗ୍ରାମର ରାଜେଶ୍ ସତନାମି(୧୮)ଓ ସିଂହ ପାଲି ଚମାରପଡ଼ାର ନାବାଳକ ରଞ୍ଜନ ମେହେର ଗୁରୁତର ଥିବା ଜଣା ପଡିଛି।ବିଶ୍ଵସ୍ତ ସୂତରୁ ଜଣା ପଡ଼ୁଛି ଯେ ବେଲ ପଡ଼ା ଗ୍ରାମର ରାଜେଶ୍ ସିଂହ ପାଲି ଗ୍ରାମର ନିଜ ଭିଣେଇ ଘରକୁ ବିବାହ ଉତ୍ସବକୁ ଆସିଥିବାବେଳେ ସେଠାରୁ ଦୁଇ ଜଣ ଯୁବକ ଙ୍କ ସହ ଭିଣେଇ କୁ ଗାଡ଼ି ଚାବି ମାଗି ଅତାବିରା କୁ ଯିବା ପାଇଁ କହି ଏଭଳି ଦୁର୍ଘଟଣା ର ଶିକାର ହୋଇଥିବା ଜଣା ପଡ଼ିଛି।ଘଟଣା ସ୍ଥଳରେ ଖବର ପାଇ ଅତାବିରା ପୋଲିସ ପହଞ୍ଚି ମୃତ ଯୁବକ ଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖନାକୁ ପଠାଇ ଗୁରୁତର ଯୁବକ ଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନା କୁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।