-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
08-May-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ହେଉଛି ସବୁଜ ହୀରାର ସହର।ଏଠି ଉନ୍ନତମାନର କେନ୍ଦୁପତ୍ର ମିଳେ।ବର୍ଷକୁ କୋଟିକୋଟି ଟଙ୍କାର ବ୍ୟବସାୟ ଚାଲେ।ବଲାଙ୍ଗିର ଜିଲ୍ଲାରେ ତିନୋଟି କେନ୍ଦୁପତ୍ର ଡିଭିଜନ ଅଛି।ପ୍ରତି ଡିଭିଜନ ରେ କୋଟି କୋଟି ଟଙ୍କାର କେନ୍ଦୁପତ୍ର ଖରିଦି ସହ ବିକ୍ରୟ ହୁଏ।କେନ୍ଦୁପତ୍ର ଗୋଛା କଟେଇ ଠାରୁ ଆରମ୍ଭ ହୋଇ ପତ୍ରତୋଲା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟ ହୋଇଥାଏ।ଓଡ଼ିଶା ତଥା ବାହାର ରାଜ୍ୟରୁ କେନ୍ଦୁପତ୍ର କିଣିବା ପାଇଁ ବ୍ୟବସାୟୀ ମାନେ ଆସି ଥାନ୍ତି।ଉନ୍ନତ ମାନର କେନ୍ଦୁପତ୍ର ଆମଦାନୀ ହେଉଥିବାରୁ ଉଚିତ୍ ଦରରେ ବିକ୍ରୀ ହୋଇଥାଏ।ଚଳିତ ବର୍ଷ ତିନି ଦିନ ବ୍ୟବଧାନରେ ଝଡ ପବନ ହୋଇଥିବାରୁ ତୋଲାଯାଇ ଖୋଲା ଆକାଶ ତଳେ ସୁଖା ଯାଇଥିବା ପତ୍ର ଗୁଡ଼ିକ ପବନରେ ଉଡ଼ି ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।ଝଡ଼ ବତାସରେ ନଷ୍ଟ ହୋଇଥିବା କେନ୍ଦୁପତ୍ର ର କ୍ଷୟକ୍ଷତି ଆକଳନ ଚାଲିଛି।