-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
08-May-2025
ବିନିକା(ହିମାଂଶୁ ଶେଖର ପୁଟେଲ) ନୀତି ପ୍ରତିଦିନ ଗାଁ ଗହଳିର ଯାତ୍ରୀ ମାନଙ୍କୁ ନେ଼ଇ ଯାଉଥିବା ଓ ଏସ ଆର୍ ଟି ସି ଲକ୍ଷ୍ମୀ ବସ ରାସ୍ତା ମଝିରେ ଅଟକି ଥିବା ଏକ କାର ଯୋଗୁଁ ପ୍ରାୟ ଅଧଘଣ୍ଟା ଅଟକି ରହିଥିଲା ଫଳରେ ବସିଥିବା ବସର ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ସୁଚନା ଅନୁସାରେ ଆଜି ଦିନ ପ୍ରାୟ ବାର ଟା ବେଳେ ବିନିକା ରୁ ଜୁଲୁଣ୍ଡl ଯାତ୍ରୀ ମାନଙ୍କୁ ଧରି ଅସୁଥିବା ଓ ଏସ ଆର୍ ଟି ସି ଲକ୍ଷ୍ମୀ ବସ ଚରଦା ମହାଦେବ ମନ୍ଦିର ପ୍ରାଙ୍ଗଣ ମୁଖ୍ୟ ରାସ୍ତାରେ ଏକ କାର ଅଟକି ରହିଥିବା ଯୋଗୁଁ ବସ ଟି ସାଇଟ୍ ନ ପାଇ ପ୍ରାୟ ଅଧଘଣ୍ଟା ସମୟ ଅଟକି ରହିଥିଲା l ଫଳରେ ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ର ଗୁଲଗୁଲିକୁ ସାହୁ କରି ନପାରି ଯାତ୍ରୀ ମାନେ ନିଜ ନିଜ ଘରକୁ ଯିବା ପାଇଁ ଆଉଟୁ ପାଉଟୁ ହୋଇଥିବା ଦେଖିବାକୁ ମିଳିଥିଲା ।ତଥାପି ମଧ୍ୟ ଅଟକି ରହିଥିବା କାର ଚାଲକ ଆସିନଥିଲେ l ପରେ ବସ କର୍ମଚାରୀ ବାଧ୍ୟ ହୋଇ ଅନ୍ୟ ରାସ୍ତାରେ ବସକୁ ପାରିକରିଥିଲେ । ତେବେ କାର ଚାଳକଙ୍କ ଯୋଗୁଁ ବସ ଅଟକି ରହିଥିବା ଘଟଣାକୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l